Advertisment

୯ ଜିଲ୍ଲାକୁ ଅରେଞ୍ଜ ଚେତାବନୀ: ପ୍ରବଳ ବର୍ଷିବ, ୫୦ କିମି ବେଗରେ ପବନ ବହିବ !

ଅନ୍ୟ ଉପକୂଳ ଜିଲ୍ଲାରେ ବି ବିଜୁଳି ଘଡ଼ଘଡ଼ି ସହିତ ବର୍ଷା ହୋଇପାରେ। ତା ପରେ ବର୍ଷା କମିବ  ଓ ତାପମାତ୍ରା ପୁଣି ବଢ଼ିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

ଅଦ୍ୟତନ ହୋଇଛି
Thunderstorm Warning In Odisha

thunderstorm with lightening

Advertisment

କାଳବୈଶାଖୀ ପ୍ରଭାବରେ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ପବନ ହୋଇଥିବାରୁ ତାପମାତ୍ରା ଖସିଛି। ମୋଟାମୋଟି ଭାବେ ଆଉ ୨ ଦିନ ଯାଏ ଏପରି ପାଗ ରହିବା ସହିତ କାଳବୈଶାଖୀ ହେବାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।

Advertisment

ଆଜିବି ରାଜ୍ୟରେ ଘଡ଼ଘଡ଼ି, ଝଡ଼ବର୍ଷା ନେଇ ୯ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। କଟକ, ଢେଙ୍କାନାଳ, ଯାଜପୁର, କଳାହାଣ୍ଡି, କନ୍ଧମାଳ, ମୟୁରଭଞ୍ଜ, ବାଲେଶ୍ୱର,  ଭଦ୍ରକ ଓ କେନ୍ଦ୍ରାପଡ଼ାକୁ ସତର୍କ କରାଯାଇଛି। କିଛି ସ୍ଥାନରେ ପ୍ରବଳ ବର୍ଷା ସହ କୁଆପଥର ମାଡ଼ ହେବାର ସମ୍ଭାବନା ରହିଛି। ବିଶେକରି ଭଦ୍ରକ, ବାଲେଶ୍ବର, ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲା ପାଇଁ ସତର୍କତା ଜାରି ହୋଇଛି। ଘଡ଼ଘଡ଼ି ଓ ବିଜୁଳି ମାରିବା ସମୟରେ ସୁରକ୍ଷିତ ସ୍ଥାନରେ ରହିବା ପାଇଁ କୁହାଯାଇଛି। 

ଅଧିକ ପଢ଼ନ୍ତୁ: ନବରଙ୍ଗପୁରରେ କାଶ୍ମୀରର ଭ୍ରମ . .ଚାରିଆଡ଼େ ବରଫର ଚାଦର

ସେହିପରି  ୧୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।  ତେବେ ଅରେଂଜ ଓ ୟେଲୋ ୱାର୍ଣ୍ଣି ଜାରି ହୋଇଥିବା ଜିଲ୍ଲାରେ ୪୦ରୁ ୫୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି। ଅନ୍ୟ ଉପକୂଳ ଜିଲ୍ଲାରେ ବି ବିଜୁଳି ଘଡ଼ଘଡ଼ି ସହିତ ବର୍ଷା ହୋଇପାରେ। ତା ପରେ ବର୍ଷା କମିବ  ଓ ତାପମାତ୍ରା ପୁଣି ବଢ଼ିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। 

Advertisment
Weather Update Rainfall Alert
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ