Delhi Rain
କିଛି ଦିନର ବ୍ୟବଧାନରେ ପୁଣି ଦିଲ୍ଲୀ-NCRରକୁ ଫେରିଛି ବର୍ଷା । ଆଜି ଭୋରରୁ ରାଜଧାନୀରେ ପ୍ରବଳ ବର୍ଷା ଲାଗି ରହିଥିଲା। ଫଳରେ ବିଭିନ୍ନ ସ୍ଥାନରେ ଜଳବନ୍ଦୀ ଅବସ୍ଥା ଦେଖାଦେଇଥିଲା। ରାସ୍ତାରେ ପାଣି ଜମି ଟ୍ରାଫିକ ସମସ୍ୟା ସୃଷ୍ଟି କରିଥିଲା। କେତକ ସ୍ଥାନରେ ଯାତାୟତ ଠପ୍ ହୋଇଯିବାର ଦେଖାଯାଇଥିଲା। ଦିଲ୍ଲୀ ସହ ଏହା ପାଖରେ ଥିବା ନୋଏଡ଼ା ଏବଂ ଗାଜିଆବାଦରେ ମଧ୍ୟ ପ୍ରବଳ ବର୍ଷା ଯୋଗୁ ଜଳ ବନ୍ଦୀ ସମସ୍ୟା ସୃଷ୍ଟି ହୋଇଥଲା।
#WATCH | UP: Noida wakes up to rain lashing parts of the city
(Visuals from Noida Sector 20) pic.twitter.com/MMBJ7ExuAa
— ANI UP/Uttarakhand (@ANINewsUP) July 26, 2023
ମାତ୍ର କିଛି ଘଣ୍ଟା ମଧ୍ୟରେ ଅନେକ ସ୍ଥାନ ଜଳାର୍ଣ୍ଣବ ହୋଇପଡିଥିଲା। ରାସ୍ତାରେ ପାଣିର ସୁଅ ଛୁଟିଥିଲା। ଏଭଳିସ୍ଥିତିରେ ଛାତ୍ରୀଛାତ୍ରଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସ୍କୁଲ ଛୁଟି ଘୋଷଣା ହୋଇଛି । ଏନେଇ ନୋଏଡ଼ା ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଛି ।
ଅନ୍ୟପଟେ ଓଡ଼ିଶାରେ ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଥିବା ବେଳେ ଆଜି ମଧ୍ୟ କିଛି ଜିଲ୍ଲାରେ ପ୍ରବଳ ବର୍ଷା ଦେଖିବାକୁ ମିଳିଛି । ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ୫ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି ହୋଇଛି। ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି ଏବଂ ନୂଆପଡ଼ା ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି।
ସେହିପରି ଅନ୍ୟ ୭ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗ ୟେଲୋ ୱାର୍ଣ୍ଣିଂ ଜାରି କରିଛି। ପୁରୀ, ଗଞ୍ଜାମ, ଗଜପତି, ରାୟଗଡ଼ା, କନ୍ଧମାଳ, ବୌଦ୍ଧ ଏବଂ ବଲାଙ୍ଗିର ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Delhi_Rain_1690384257.jpg)