/odishatv-khabar/media/post_attachments/uploadimage/library/16_9/16_9_0/IMAGE_1696385088.jpg)
Yellow warning
ଲଘୁଚାପ ପ୍ରଭାବରେ ଆଜି ମଧ୍ୟ ରାଜ୍ୟର କିଛି ସ୍ଥାନରେ ବର୍ଷା ସମ୍ଭାବନା ରହିଛି । ବିଶେଷ କରି ଆଜି ଉତ୍ତର ଓଡ଼ିଶାରେ ବର୍ଷାର ପରିମାଣ ଅଧିକ ରହିବ। ପ୍ରବଳ ବର୍ଷା ନେଇ ଆଜି ପାଇଁ ୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ମୟୂରଭଂଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଯାଜପୁର, ଢେଙ୍କାନାଳ, ଅନୁଗୁଳ ଏବଂ ସୁନ୍ଦରଗଡ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।
ତେବେ କାଲିଠୁ କମିବ ବର୍ଷାର ପରିମାଣ। କାଲି କେବଳ କେନ୍ଦୁଝର ଓ ମୟୂରଭଂଜରେ ବର୍ଷା ସମ୍ଭାବନା ରହିଛି। ସେହିପରି ୬ ଏବଂ ୭ ତାରିଖରେ ବର୍ଷାର ପରିମାଣ ଆହୁରି କମିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ..
ସେପଟେ ଲଗାଣ ବର୍ଷାରେ ବେହାଲ ବାଲେଶ୍ୱର। ଘର, ଦୋକାନ, ରାସ୍ତା ଘାଟ ପାଣିରେ ଉବୁଟୁବୁ । ଏପରିକି ବାଲେଶ୍ୱର- ବାରିପଦା ମୁଖ୍ୟ ରାସ୍ତା ଉପରେ ବି ପାଣି ଜମିଛି। ଏହି ରାସ୍ତାର ବାଲିଆରୁ ନୂଆସାହି ଛକରେ ଆଣ୍ଠୁଏ ଉଚ୍ଚର ପାଣି ଜମି ରହିଛିା ଫଳରେ ସାଧାରଣ ଲୋକଙ୍କ ଯାତାୟାତ ଓ ଗଡ଼ି ଚଳାଚଳରେ ବାଧା ଉପୁଜିଛିା ରାସ୍ତାକଡ଼ରେ ଥିବା ଦୋକାନ ଭିତରେ ବି ପାଣି ପଶିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)