heat wave
ତାତିରେ କଲବଲ ହେଉଛି ସାରା ରାଜ୍ୟ । ଉତ୍ତରରୁ ଉପକୂଳ, ଦକ୍ଷିଣରୁ ପଶ୍ଚିମ, ସବୁଠି ଖରା ଆଉ ଖରା... । ରାଜଧାନୀ ଭୁବନେଶ୍ୱର, କଟକ ସମେତ ଓଡ଼ିଶାରେ ପ୍ରବଳ ତାତି । ସକାଳ ୯ଟା ପରେ ଘରୁ ବାହାରିବା ମୁସକିଲ ହୋଇପଡ଼ିଛି । ବିଶେଷ କିଛି କାମ ନଥିଲେ ଲୋକେ ଘରୁ ବାହାରୁ ନାହାନ୍ତି ।
ଖୋର୍ଦ୍ଧା, ଗଞ୍ଜାମ, ପୁରୀ, କଟକ, ବାଲେଶ୍ୱର, ମୟୂରଭଞ୍ଜ ସମେତ ସାରା ରାଜ୍ୟରେ ଖରାର ତାଉ ଦେଖିବାକୁ ମିଳିଛି । ତେବେ ଆସନ୍ତାକାଲିଠୁ ତାପମାତ୍ରା ଖସିପାରେ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଆଗାମୀ ୫ ଦିନ ଯାଏଁ କିଛି ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି । ସେହିପରି ଆସନ୍ତାକାଲି ଅର୍ଥାତ୍ ୧୬ ତାରିଖରୁ ରାଜ୍ୟର କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି।....
ଅଧିକ ପଢ଼ନ୍ତୁ: ଜଳୁଛି ଓଡ଼ିଶା; ୨୫ ସହର ୪୦ ଡିଗ୍ରୀ ଉପରେ
ଏବେ ଆସନ୍ତୁ ନଜର ପକାଇବା ଆଜି ସକାଳ ୧୧.୩୦ ସୁଦ୍ଧା ରେକର୍ଡ ତାପମାତ୍ରା:
- ଝାରସୁଗୁଡା: ୩୯.୨ଡ଼ିଗ୍ରୀ
- ଭୁବନେଶ୍ୱର:୩୯.୦ ଡ଼ିଗ୍ରୀ
- କେନ୍ଦୁଝର: ୩୯.୦ ଡ଼ିଗ୍ରୀ
- ସମ୍ବଲପୁର: ୩୮.୨ଡ଼ିଗ୍ରୀ
- ଚାନ୍ଦବାଲି: ୩୭.୬ ଡ଼ିଗ୍ରୀ
- ବାଲେଶ୍ୱର: ୩୬.୮ ଡ଼ିଗ୍ରୀ
- ହୀରାକୁଦ: ୩୬.୪ ଡ଼ିଗ୍ରୀ
- ଗୋପାଳପୁର: ୩୫.୦ ଡ଼ିଗ୍ରୀ
- ପୁରୀ:୩୩.୪ ଡ଼ିଗ୍ରୀ
- ପାରାଦୀପ:୩୨.୪ ଡ଼ିଗ୍ରୀ
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/heat_wave_1681549503.jpg)