Cold Wave In Odisha: ଆଉ ୨୪ ଘଣ୍ଟା ଥରାଇବ!! ୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଆଉ ୨୪ ଘଣ୍ଟା ଥରାଇବ । ଶୀତ ନେଇ ୨୪ ଘଣ୍ଟା ପାଇଁ ୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ।

Cold Wave In Odisha

ଆଉ ୨୪ ଘଣ୍ଟା ଥରାଇବ । ଶୀତ ନେଇ ୨୪ ଘଣ୍ଟା ପାଇଁ ୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ । ଝାରସୁଗୁଡ଼ା, ଅନୁଗୁଳ, ଜଗତସିଂହପୁର ଓ ସୁନ୍ଦରଗଡକୁ ୱାର୍ଣ୍ଣିଂ । ୨ ଦିନ ଘନ କୁହୁଡ଼ି ନେଇ କୋରାପୁଟ ଓ କନ୍ଧମାଳ ଜିଲ୍ଲାକୁ ଆଲର୍ଟ ମିଳିଛି । କାଲି ପରଠାରୁ ତାପମାତ୍ରା ୩ରୁ ୫ ଡିଗ୍ରୀ ବଢ଼ିବା ନେଇ ପୂର୍ବାନୁମାନ ହୋଇଛି । ୧୦ ଡିଗ୍ରୀ ତଳେ ରେକର୍ଡ ହୋଇଛି ୧୫ ସହରର ତାପମାତ୍ରା ।

ସେପଟେ କିଛିଦିନ ତଳେ ମୟୁରଭଞ୍ଜ ଶିମିଳିପାଳରେ ତିନି ଡିଗ୍ରୀକୁ ଖସିଯାଇଥିଲା ତାପମାତ୍ରା । ଚଳିତ ବର୍ଷ ଶିମିଳିପାଳ ଥଣ୍ଡା ହେବାର ସମସ୍ତ ରେକର୍ଡ ଭାଙ୍ଗିଛି । ଶିମିଳିପାଳରେ ଏତେ ଥଣ୍ଡା ପଡ଼ିଛି ଯେ ସକାଳୁ ସକାଳୁ ଅଭ୍ୟନ୍ତରୀଣ ଇଲାକା ଗୁଡିକରେ ଥିବା ଘାସ ପଡିଆରେ ଶିଶିର ସବୁ ବରଫ ପାଲଟି ଯାଇଛି । ଶିମିଳିପାଳର ଅନେକ ସ୍ଥାନରେ ଥିବା ପଡିଆ ବରଫ ଗାଲିଚା ଭଳି ଦେଖିବାକୁ ମିଳିଛି । ପ୍ରତିବର୍ଷ ଶିମିଳିପାଳରେ ପ୍ରବଳ ଥଣ୍ଡା ଅନୁଭୂତ ହୋଇଥାଏ । ସୂଚନା ଅନୁଯାୟୀ ଶିମିଳିପାଳର ଆପାର ବାରାହାକାମୁଡାରେ ପାରଦ ଖସି ୩ ଡିଗ୍ରୀରେ ପହଂଚିଛି ।

ରାଜ୍ୟରେ ଖସୁଛି ପାରଦ, ବଢୁଛି ଥଣ୍ଡା । ବିଳମ୍ବରେ ହେଲେ ବି ରାଜ୍ୟରେ ଶୀତ ପ୍ରକୋପ ଧୀରେ ଧୀରେ ବଢୁଛି । ପାଣିପାଗ ବିଭାଗ ପୂର୍ବାନୁମାନ କରିଛି, ଆସନ୍ତା ସପ୍ତାହେ ଯାଏଁ ପାଗରେ କୌଣସି ପରିବର୍ତ୍ତନ ହେବ ନାହିଁ । ମୁଖ୍ୟତଃ ପାଗ ଶୁଖିଲା ରହିବ । ତା’ସହ ବଢ଼ିବ ଶୀତ । ବିଶେଷ କରି ଆଭ୍ୟନ୍ତରୀଣ ଜିଲ୍ଲା ଗୁଡ଼ିକରେ ୯ ଡିଗ୍ରୀ ଯାଏଁ ପାରଦ ରହିପାରେ ।

ଅଧିକ ପଢନ୍ତୁ: କେମିତି ସୃଷ୍ଟି ହୋଇଥିଲା ବାଲାଂଦେଶ, କ'ଣ ରହିଛି ଇତିହାସ ....

ସେପଟେ ଗତ କେତେଦିନ ତଳେ ଟ୍ୱିନ୍‌ ସିଟିରେ କୋହଲା ପାଗ ଦେଖିବାକୁ ମିଳିଥିଲା। ଖୋର୍ଦ୍ଧା, କଟକ, ଢେଙ୍କାନାଳ, ପୁରୀ, ଯାଜପୁରରେ କୋହଲା ପାଗ ଦେଖିବାକୁ ମିଳିଥିଲା । ରାଜଧାନୀ ଭୁବନେଶ୍ୱର ସହ କଟକର ବିଭିନ୍ନ ସ୍ଥାନରେ ଝିପିଝିପି ବର୍ଷା ଲାଗି ରହିଥିଲା । ଏପଟେ ଠିକ୍ ଅମଳ ବେଳକୁ ଧୋକା ଦେଇଛି ଅଦିନିଆ ବର୍ଷା । ଜମିରେ ଧାନ କଟା ହୋଇ ପଡ଼ିଥିବା ବେଳେ ହଠାତ ଅଦିନିଆ ଲଗାଣ ବର୍ଷାରେ ଭିଜି ଯାଇଛି ଗଞ୍ଜାମ ଜିଲ୍ଲାର ବିଭିନ୍ନ ବ୍ଲକରେ ଏକର ଏକର ଧାନ ଫସଲ ।

ଫଳରେ ବର୍ଷାରେ ବତୁରି ଯାଇଛି ଶହ ଶହ ଚାଷୀଙ୍କ ସ୍ୱପ୍ନ ଓ ବୃଥା ଯାଇଛି ପରିଶ୍ରମ । ଶହ ଶହ ହେକ୍ଟର ଜମିରେ ଧାନ ଏବେ ଓଦା ପଡ଼ିଥିବା ବେଳେ ଆଗକୁ ଭଲ ମାନର ଧାନ କେମିତି ଅମଳ ହେବ, ଏବଂ କିଭଳି ଉଚିତ ମୂଲ୍ୟ ମିଳିବ ତାକୁ ନେଇ ଚିନ୍ତାରେ ଚାଷୀ । ଦରକାର ବେଳେ ଦେଖାନଥିଲା, ଏବେ ଠିକ୍ ଅମଳ ସମୟରେ ଧୋକ୍କା ଦେଲା ।

ସାଂଘାତିକ ଭାବେ ବଦଳୁଛି ଜଳବାୟୁ । ପରିବର୍ତ୍ତିତ ଜଳବାୟୁ ପୃଥିବୀକୁ ଯେମିତି ଏକ ବଡ ବିପଦ ଆଡକୁ ଠେଲି ଦେଉଛି । ଜଳବାୟୁ ପରିବର୍ତ୍ତନ ଯୋଗୁ ଗ୍ଲାସିୟର ହ୍ରଦ ଦ୍ରୁତ ଗତିରେ ତରଳିବାରେ ଲାଗିଛି । ଯାହା ପୃଥିବୀ ପାଇଁ ଏକ ବିନାଶକାରୀ ଜଳପ୍ରଳୟକୁ ଆମନ୍ତ୍ରିତ କରୁଛି । ଏବେ ପୃଥିବୀ ପାଇଁ ଏକ ବଡ ବିପଦ ସାଜିଛି ଗ୍ଲାସିକାଲ ଲେକ ଆଉଟବର୍ଷ୍ଟ ଫ୍ଲଡ ବା GLOF ।

ଯେତେବେଳେ ଗ୍ଲାସିୟର ହ୍ରଦ ହଠାତ ଏହାର ପାଣି ବନ୍ୟାଜଳ ପରି ଛାଡେ ସେତେବେଳେ ଏହାକୁ ଗ୍ଲଫ କୁହାଯାଇଥାଏ । ପୂର୍ବ ଗ୍ରୀନଲାଣ୍ଡରେ ଏପରି ଏକ ହିମହ୍ରଦ ବା ଗ୍ଲାସିୟର ତରଳି ଭୟଙ୍କର ବନ୍ୟା ପରିସ୍ଥିତି ସଷ୍ଟି କରିଛି । ଯାହା ବିଶ୍ୱର ଭୟଙ୍କର ବନ୍ୟା ମଧ୍ୟରୁ ଗୋଟିଏ ବୋଲି କୁହାଯାଇ ପାରିବ ।

ଅଧିକ ପଢନ୍ତୁ: ନିୟମ ବଦଳିବା ପରେ କେତେ ସୁରକ୍ଷିତ ଅଛନ୍ତି ମହିଳା, କ’ଣ କହୁଛି କ୍ରାଇମ ଗ୍ରାଫ୍