Advertisment

Delhi Table Topper: ଚେନ୍ନାଇର ହ୍ୟାଟ୍ରିକ ପରାଜୟ, ଦିଲ୍ଲୀ ଟେବୁଲ ଟପ୍ପର

ଇଣ୍ଡିଆନ ପ୍ରିମିୟର ଲିଗ(ଆଇପିଏଲ)ର ୧୮ତମ ସଂସ୍କରଣରେ ହ୍ୟାଟ୍ରିକ ବିଜୟ ହାସଲ କରିଛି ଦିଲ୍ଲୀ କ୍ୟାପିଟାଲ୍ସ। ଏହି ବିଜୟ ସହିତ କ୍ୟାପିଟାଲ୍ସ ପଏଣ୍ଟ ଟେବୁଲର ଶୀର୍ଷସ୍ଥାନ ହାସଲ କରିଛି। ଅନ୍ୟ ପକ୍ଷରେ କ୍ରମାଗତ ତୃତୀୟ ପରାଜୟ ବରଣ କରିଛି ଚେନ୍ନାଇ ସୁପର କିଙ୍ଗ୍ସ। ପ୍ରଥମେ ବ୍ୟାଟିଂ କରିଥିବା ଦିଲ୍ଳୀ କ୍ୟାପିଟାଲ୍ସ ୨୦ ଓଭରରେ ୬ ୱିକେଟରେ ୧୮୩ ରନ କରିଥିଲା। ଜବାବରେ ଚେନ୍ନାଇ ସୁପର କିଙ୍ଗ୍ସ ୨୦ ଓଭରରେ ୫ ୱିକେଟ ହରାଇ ୧୫୮ ରନ କରିଥିଲା।

author-image
Saroj Kumar Jena
ଅଦ୍ୟତନ ହୋଇଛି
DELHI

DELHI

ଇଣ୍ଡିଆନ ପ୍ରିମିୟର ଲିଗ(ଆଇପିଏଲ)ର ୧୮ତମ ସଂସ୍କରଣରେ ହ୍ୟାଟ୍ରିକ ବିଜୟ ହାସଲ କରିଛି ଦିଲ୍ଲୀ କ୍ୟାପିଟାଲ୍ସ। ଏହି ବିଜୟ ସହିତ କ୍ୟାପିଟାଲ୍ସ ପଏଣ୍ଟ ଟେବୁଲର ଶୀର୍ଷସ୍ଥାନ ହାସଲ କରିଛି। ଅନ୍ୟ ପକ୍ଷରେ କ୍ରମାଗତ ତୃତୀୟ ପରାଜୟ ବରଣ କରିଛି ଚେନ୍ନାଇ ସୁପର କିଙ୍ଗ୍ସ। ପ୍ରଥମେ ବ୍ୟାଟିଂ କରିଥିବା ଦିଲ୍ଳୀ କ୍ୟାପିଟାଲ୍ସ ୨୦ ଓଭରରେ ୬ ୱିକେଟରେ ୧୮୩ ରନ କରିଥିଲା। ଜବାବରେ ଚେନ୍ନାଇ ସୁପର କିଙ୍ଗ୍ସ ୨୦ ଓଭରରେ ୫ ୱିକେଟ ହରାଇ ୧୫୮ ରନ କରିଥିଲା।

Advertisment

ଅଧିକ ପଢ଼ନ୍ତୁ: ମ୍ୟାଚ ଅଧାରୁ ତିଲକଙ୍କୁ ଫେରାଇ ନେଲା ମୁମ୍ବାଇ, ସମାଲୋଚନାର ଶିକାର ହେଲେ କୋଚ

ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା କ୍ୟାପିଟାଲ୍ସ। ଫାଫ ଡୁ ପ୍ଲେସିଙ୍କ ଅନୁପସ୍ଥିତିରେ ଲୋକେଶ ରାହୁଲ ଇନିଂସ ଓପନ କରିଥିଲେ। ପ୍ରଥମ ଓଭରରେ ଖାତା ଖୋଲିବା ଆଗରୁ ଜ୍ୟାକ ଫ୍ରେଜର ମ୍ୟାକଗ୍ରକ ଆଉଟ ହୋଇଥିଲେ। ଦ୍ବିତୀୟ ୱିକେଟରେ ରାହୁଲ ଓ ଅଭିଷେକ ପୋରେଲ ୫୪ ରନ ଯୋଡିଥିଲେ। ଅଭିଷେକ ୨୦ ବଲରୁ ୪ ଚୌକା ଓ ୧ ଛକା ସହିତ ୩୩ ରନ କରିଥିଲେ। ଅନ୍ୟ ପକ୍ଷରେ ରାହୁଲ ୫୧ ବଲ ଖେଳି ୬ ଚୌକା ଓ ୩ ଛକା ସହିତ ୭୭ ରନ କରିଥିଲା। ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ ଏହା ରାହୁଲଙ୍କ ପ୍ରଥମ ଅର୍ଦ୍ଧଶତକ। ଅନ୍ୟ ମାନଙ୍କ ମଧ୍ୟରେ ଅକ୍ଷର ପଟେଲ ୨୧, ସମୀର ରିଜଭି ୨୦ ଓ ଟ୍ରିଷ୍ଟାନ ଷ୍ଟବ୍ସ ଅପରାଜିତ ୨୪ ରନ କରିଥିଲେ। ଚେନ୍ନାଇ ପକ୍ଷରୁ ଖଲିଲ ଅହମଦ ସର୍ବାଧିକ ୨ ୱିକେଟ ନେଇଥିବା ବେଳେ ରବୀନ୍ଦ୍ର ଜାଡେଜା, ନୁର ଅହମଦ ଓ ମଥିଶା ପଥିରାନା ଗୋଟିଏ ଲେଖାଏ ୱିକେଟ ନେଇଥିଲେ।

Advertisment

ଚେନ୍ନାଇ ପକ୍ଷରୁ ଏହି ମ୍ୟାଚ ପାଇଁ ନ୍ୟୁଜିଲାଣ୍ଡର ଡେଭନ କନୱେଙ୍କୁ ଓହ୍ଲାଇଥିଲା ଚେନ୍ନାଇ। ତେବେ ନ୍ୟୁଜିଲାଣ୍ଡର ଡେଭନ କନୱେ(୧୩) ଓ ରାଚିନ ରବୀନ୍ଦ୍ର(୩) ରନ କରିଥିଲେ। ଅଧିନାୟକ ଋତୁରାଜ ଗାଏକ୍ବାଡ ମଧ୍ୟ ୫ ରନ କରି ବିଫଳ ହୋଇଥିଲେ। ୪୧ ରନରେ ୩ ୱିକେଟ ହରାଇ ଚେନ୍ନାଇ ସଙ୍କଟରେ ପଡିଥିଲା। ୪ ନମ୍ବର ସ୍ଥାନରେ ଆସିଥିବା ବିଜୟ ଶଙ୍କର ଅର୍ଦ୍ଧଶତକ ହାସଲ କରିଥିଲେ। ଦଳୀୟ ସ୍କୋର ୬୫ ରେ ଶିବମ ଦୁବେ ଓ ୭୪ରେ ରବୀନ୍ଦ୍ର ଜାଡେଜା ପ୍ୟାଭିଲିୟନ ଫେରିଥିଲେ।

ବିଜୟ ଶଙ୍କର ୫୪ ବଲରୁ ୬୯ ରନ କରିଥିଲେ। ୫୪ ବଲର ଇନିଂସରେ ସେ ୫ ଚୌକା ଓ ୧ ଛକା ମାରିଥିଲେ। ଅନ୍ୟ ପକ୍ଷରେ କ୍ରାଉଡ ଫେଭରିଟ ରହିଥିବା ମହେନ୍ଦ୍ର ସିଂ ଧୋନୀ ଅପରାଜିତ ୩୦ ରନ କରିଥିଲେ। ୨୬ ବଲ ଖେଳିଥିବା ଧୋନୀ ଗୋଟିଏ ଲେଖାଏ ଛକା ଓ ଚୌକା ମାରିଥିଲେ। ଦିଲ୍ଲୀ ପକ୍ଷରୁ ବିପରାଜ ନିଗମ ଦୁଇଟି ୱିକେଟ ନେଇଥିବା ବେଳେ ମିଚେଲ ଷ୍ଟାର୍କ, ମୁକେଶ କୁମାର ଓ କୁଲଦୀପ ଯାଦବଙ୍କୁ ଗୋଟିଏ ଲେଖାଏ ୱିକେଟ ନେଇଥିଲେ।

ଅଧିକ ପଢ଼ନ୍ତୁ: ଟିମ୍ ଇଣ୍ଡିଆରେ ପୁଣି ସୁଯୋଗ ପାଇବେ କି ସାଇ ସୁଦର୍ଶନ ?

IPL CSK IPL 2025
Advertisment
Advertisment