Advertisment

Tilak Varma Retired Out: ମ୍ୟାଚ ଅଧାରୁ ତିଲକଙ୍କୁ ଫେରାଇ ନେଲା ମୁମ୍ବାଇ, ସମାଲୋଚନାର ଶିକାର ହେଲେ କୋଚ

ଶୁକ୍ରବାର ମୁମ୍ବାଇ ଇଣ୍ଡିଆନ୍ସ ଓ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ବିପକ୍ଷ ମ୍ୟାଚରେ ଏକ ବିରଳ ଘଟଣା ଦେଖିବାକୁ ମିଳିଥିଲା। ମ୍ୟାଚ ଅଧାରେ ଆଉଟ ହୋଇ ନ ଥିଲେ ମଧ୍ୟ ତିଲକ ବର୍ମାଙ୍କୁ ପ୍ୟାଭିଲିୟନ ଫେରିବାକୁ ପଡିଥିଲା। ଏହାକୁ ନେଇ କ୍ରିକେଟ ପ୍ରେମୀ ପ୍ରଥମେ କିଛି ବୁଝିବାରେ ଅସମର୍ଥ ହୋଇଥିଲେ। ପରବର୍ତ୍ତୀ ସମୟରେ ସେ ରିଟାୟର୍ଡ ଆଉଟ ହୋଇଥିଲେ। ଆଇପିଏଲ ଇତିହାସର ଚତୁର୍ଥ ଖେଳାଳି ଭାବେ ତିଲକ ରିଟାୟର୍ଡ ଆଉଟ ହୋଇଥିଲେ। ପୂର୍ବରୁ ରବିଚନ୍ଦ୍ରନ ଅଶ୍ବିନ, ଅଥର୍ବ ତାଇଡେ ଓ ବି. ସାଇ ସୁଦର୍ଶନ ଏଭଳି ଢଙ୍ଗରେ ଆଉଟ ହୋଇଥିଲେ।

author-image
Saroj Kumar Jena
ଅଦ୍ୟତନ ହୋଇଛି
tilak

tilak

ଶୁକ୍ରବାର ମୁମ୍ବାଇ ଇଣ୍ଡିଆନ୍ସଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ବିପକ୍ଷ ମ୍ୟାଚରେ ଏକ ବିରଳ ଘଟଣା ଦେଖିବାକୁ ମିଳିଥିଲା। ମ୍ୟାଚ ଅଧାରେ ଆଉଟ ହୋଇ ନ ଥିଲେ ମଧ୍ୟ ତିଲକ ବର୍ମାଙ୍କୁ ପ୍ୟାଭିଲିୟନ ଫେରିବାକୁ ପଡିଥିଲା। ଏହାକୁ ନେଇ କ୍ରିକେଟ ପ୍ରେମୀ ପ୍ରଥମେ କିଛି ବୁଝିବାରେ ଅସମର୍ଥ ହୋଇଥିଲେ। ପରବର୍ତ୍ତୀ ସମୟରେ ସେ ରିଟାୟର୍ଡ ଆଉଟ ହୋଇଥିଲେ। ଆଇପିଏଲ ଇତିହାସର ଚତୁର୍ଥ ଖେଳାଳି ଭାବେ ତିଲକ ରିଟାୟର୍ଡ ଆଉଟ ହୋଇଥିଲେ। ପୂର୍ବରୁ ରବିଚନ୍ଦ୍ରନ ଅଶ୍ବିନ, ଅଥର୍ବ ତାଇଡେ ଓ ବି. ସାଇ ସୁଦର୍ଶନ ଏଭଳି ଢଙ୍ଗରେ ଆଉଟ ହୋଇଥିଲେ।

Advertisment

ତିଲକ ମ୍ୟାଚରେ ଇମ୍ପାକ୍ଟ ପ୍ଲେୟର ଭାବରେ ଆସିଥିଲେ। ସେ ୨୩ ବଲ ଖେଳି ୨୫ ରନ ସ୍କୋର କରିଥିଲେ। ମ୍ୟାଚରେ ୨୦୪ ରନର ପିଛା କରୁଥିବା ମୁମ୍ବାଇ ଏହି ଧୀମା ଇନିଂସ କାରଣରୁ ପ୍ରଭାବିତ ହୋଇଥିଲା। ଶେଷରେ ଆଉ ୭ ବଲ୍ ବାକି ରହିଥିବା ବେଳେ ତିଲକଙ୍କୁ ଡଗ ଆଉଟକୁ ଡାକିବାକୁ ନିଷ୍ପତ୍ତି ନେଇଥିଲେ କୋଚ ମାହେଲା ଜୟବରର୍ଦ୍ଧନେ। ତେବେ କୋଚଙ୍କ ଏହି ନିଷ୍ପତ୍ତିକୁ ପରବର୍ତ୍ତୀ ସମୟରେ ସମାଲୋଚନା କରାଯାଇଥିଲା। ତିଲକଙ୍କ ସ୍ଥାନରେ ବ୍ୟାଟିଂ କରିଥିବା ମିଚେଲ ସାଣ୍ଟନର ୨ ବଲରୁ ୩ ରନ କରିଥିଲେ। ତିଲକ ଜଣେ ସମ୍ପୂର୍ଣ୍ଣ ବ୍ୟାଟର। ଯେ କୌଣସି ପରସ୍ଥିତିରେ ସେ ମ୍ୟାଚର ମୋଡ ବଦଳାଇବାରେ ସକ୍ଷମ। ତେଣୁ ଜୟବର୍ଦ୍ଧନେଙ୍କ ନିଷ୍ପତ୍ତିକୁ ସୋସିଆଲ ମିଡିଆରେ ସମାଲୋଚନା କରାଯାଇଛି।

ଅଧିକ ପଢ଼ନ୍ତୁ: ଟି-୨୦ରେ ଟିମ୍ ଇଣ୍ଡିଆର ନୂଆ ଫିନିଶର୍ ହେବେ କି ଆଶୁତୋଷ ଶର୍ମା ?

ପୂର୍ବରୁ ରିଟାୟର୍ଡ ଆଉଟ ହୋଇଥିବା ୩ ଖେଳାଳିଙ୍କ ଉପରେ ଏକ ନଜର..

ରବିଚନ୍ଦ୍ରନ ଅଶ୍ବିନ- ରାଜସ୍ଥାନ ରୟାଲ୍ସ ପ୍ରଥମ ଥର ଏହି ନିୟମକୁ ବ୍ୟବହାର କରିଥିଲା। ଦଳ ଚତୁର୍ଥ ୱିକେଟ ହରାଇଥିଲା। ରିୟାନ ପରାଗଙ୍କୁ ଅଧିକ ବ୍ୟାଟିଂ ସ୍ବାଧୀନତା ପ୍ରଦାନ ଲକ୍ଷ୍ୟରେ ଅଶ୍ବିନଙ୍କୁ ଆଗୁଆ ପଠାଇଥିଲା ମ୍ୟାନେଜମେଣ୍ଟ। ଆଉ ୧୦ ବଲ ବାକି ରହିଥିବା ବେଳେ ଦଳୀୟ ସ୍କୋର ୧୩୫/୪ରେ ଅଶ୍ବିନ ୨୩ ବଲରୁ ୨୮ ରନ କରିଥିଲେ। ଏହି ସମୟରେ ତାଙ୍କୁ ରିଟାୟର୍ଡ କରିବାକୁ ନିଷ୍ପତ୍ତି ନେଇଥିଲା ରାଜସ୍ଥାନ। ପରେ ପରାଗ ଦ୍ରୁତ ବ୍ୟାଟିଂ କରିବା କାରଣରୁ ରାଜସ୍ଥାନ ୧୬୫ ରନରେ ପହଞ୍ଚିଥିଲା। ଏହି ମ୍ୟାଚକୁ ଦଳ ୩ ରନରେ ବିଜୟୀ ହୋଇଥିଲେ।

Advertisment

ଅଥର୍ବ ତାଇଡେ- ପଞ୍ଜାବ କିଙ୍ଗ୍ସ ୨୧୪ ରନର ପିଛା କରୁଥିବା ବେଳେ ଓପନର ଅଥର୍ବ ତାଇଡେ ୪୨ ବଲ ଖେଳି ମାତ୍ର ୫୫ ରନ କରିଥିଲେ। ଅଥର୍ବଙ୍କ ଷ୍ଟ୍ରାଇକରେଟ ଦଳକୁ ସମସ୍ୟାରେ ପକାଇଥିଲା। ୩୦ ବଲରେ ୮୭ ରନ ଆବଶ୍ୟକ ଥିବାବେଳେ ଦଳ ଅଥର୍ବଙ୍କୁ ରିଟାୟର୍ଡ କରି ଜୀତେଶ ଶର୍ମାଙ୍କୁ ପଠାଇଥିଲା। ଜୀତେଶ ସ୍କୋରିଙ୍ଗ ରେଟ ବଢାଇଥିଲେ ମଧ୍ୟ ଏହା ଯଥେଷ୍ଟ ନ ଥିଲା। ଦଳ ବିଜୟ ଲକ୍ଷ୍ୟରୁ ୧୫ ରନ ପଛରେ ରହି ଯାଇଥିଲା।

ସାଇ ସୁଦର୍ଶନ- ମୁମ୍ବାଇ ବିପକ୍ଷ ୨୦୨୩ ମସିହା କ୍ବାଲିଫାୟର୨ରେ ସାଇ ସୁଦର୍ଶନଙ୍କୁ ରିଟାୟର କରିଥିଲା ଗୁଜରାଟ ଟାଇଟନ୍ସ। ଗୁଜରାଟ ପକ୍ଷରୁ ଗିଲ ଶତକ ମାରିଥିବା ବେଳେ ସୁଦର୍ଶନ ୩୧ ଲରୁ ମାତ୍ର ୪୩ ରନ କରିଥିଲେ। ଅନ୍ତିମ ୨ ଓଭରରେ ରନ ଗତି ବୃଦ୍ଧି କରିବା ପାଇଁ ସୁଦର୍ଶନଙ୍କ ବଦଳରେ ରଶିଦ ଖାନଙ୍କୁ ପଠାଯାଇଥିଲା।

ଅଧିକ ପଢ଼ନ୍ତୁ: ବାପା ଅଟୋ ଚାଳକ, ପୁଅ ପ୍ରଥମ ମ୍ୟାଚ୍‌ରେ ବନିଗଲେ IPL ଷ୍ଟାର

IPL IPL 2025
Advertisment
Advertisment