/odishatv-khabar/media/post_attachments/uploadimage/library/16_9/16_9_0/kohli_1748429465.jpg)
kohli
ଭାରତୀୟ କ୍ରିକେଟର ସୁପରଷ୍ଟାର ବିରାଟ କୋହଲି ଆଇପିଏଲରେ ଏକ ରେକର୍ଡ ନିଜ ନାମରେ କରିଛନ୍ତି। ମଙ୍ଗଳବାର ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ବିପକ୍ଷରେ ମ୍ୟାଚରେ ଆଇପିଏଲ ଇତିହାସର ପ୍ରଥମ ଖେଳାଳି ଭାବେ ଅନେକ ରେକର୍ଡ ନିଜ ନାମରେ କରିଛନ୍ତି। ଆରସିବି ୨୨୮ ରନ ଲକ୍ଷ୍ୟର ପିଛା କରୁଥିବା ବେଳେ କୋହଲି ଏହି ମାଇଲଖୁଣ୍ଟ ହାସଲ କରିଥିଲେ। ୨୪ ରନ ସ୍କୋର କରିଥିବା ବେଳେ ସେ ଏହି ମାଇଲଖୁଣ୍ଟ ଅତିକ୍ରମ କରିଥିଲେ। ଆଇପିଏଲ ଇତିହାସର ପ୍ରଥମ ଖେଳାଳି ଭାବେ ଗୋଟିଏ ଫ୍ରାଞ୍ଚାଇଜ ପାଇଁ ୯ ହଜାର ରନ ସଂଗ୍ରହ କରିଥିଲେ। ପୂର୍ବତନ ଭାରତୀୟ ଦଳର ଅଧିନାୟକ ଏପରି କରିବାରେ ବିଶ୍ବର ପ୍ରଥମ ଖେଳାଳି ମଧ୍ୟ ପାଲଟିଥିଲେ। ଏହା ସହିତ କୋହଲି ୨୭ ବଲ ଖେଳି ୫୪ ରନ ସଂଗ୍ରହ କରି ପ୍ୟାଭିଲିୟନ ଫେରିଥିଲେ।
ଅଧିକ ପଢ଼ନ୍ତୁ: ଆଇପିଏଲ ୨୦୨୫ରେ ସରିଲା ଧୋନୀଙ୍କ ଅଭିଯାନ, ସିଏସକେର ବୃହତ ବିଜୟ
କୋହଲି ଏହା ବ୍ୟତୀତ ଆଉ ଏକ ରେକର୍ଡ କରିଥିଲେ। ପ୍ରଥମ ଖେଳାଳି ଭାବେ ପଞ୍ଚମ ଥର ପାଇଁ ବିରାଟ ଗୋଟିଏ ସଂସ୍କରଣରେ ୬୦୦ ରନ ଅତିକ୍ରମ କରିଥିଲେ। ବିରାଟ ୨୦୧୩, ୨୦୧୬, ୨୦୨୩, ୨୦୨୪ ଓ ଚଳିତ ସଂସ୍କରଣରେ ୬୦୦ ରନ ମାର୍କ ଅତିକ୍ରମ କରିଛନ୍ତି। ତୃତୀୟ ଖେଳାଳି ଭାବେ ଲଗାତାର ୩ ସିଜନରେ ଏଭଳି ସଫଳତା ହାସଲ କରିଛନ୍ତି କୋହଲି। ଏହି ତାଲିକାରେ କ୍ରିସ ଗେଲ(୨୦୧୧, ୨୦୧୨, ୨୦୧୩)ରେ ଓ ଡେଭିଡ ୱାର୍ନର (୨୦୧୬, ୨୦୧୭ ଓ ୨୦୧୯)ରେ ଏହି ସଫଳତା ହାସଲ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଲୋକେଶ ରାହୁଲ ୨୦୧୮, ୨୦୨୦, ୨୦୨୧ ଓ ୨୦୨୨ରେ ୪ ଥର ଗୋଟିଏ ସିଜରେ ୬୦୦ରୁ ଅଧିକ ରନ ସ୍କୋର କରିଥିଲେ।
ସେହିପରି ଗୋଟିଏ ଫ୍ରାଞ୍ଚାଇଜ ପକ୍ଷରୁ ସର୍ବାଧିକ ରନ କରିବାରେ କୋହଲି ପ୍ରଥମ ସ୍ଥାନରେ ଥିବା ବେଳେ ରୋହିତ ଶର୍ମା ଦ୍ବିତୀୟ ସ୍ଥାନରେ ରହିଛନ୍ତି। କୋହଲି ଆରସିବି ପକ୍ଷରୁ ୯୦୦୪ ରନ କରିଥିବା ବେଳେ ରୋହିତ ଶର୍ମା ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ୬୦୬୦ ରନ କରିଛନ୍ତି। ହାମ୍ପଶାୟାର ପକ୍ଷରୁ ଖେଳୁଥିବା ଜେମ୍ସ ଭିନ୍ସ ୫୯୩୪ ରନ କରିଥିବା ଚେନ୍ନାଇ ସୁପର କିଙ୍ଗ୍ସ ପକ୍ଷରୁ ଖେଳୁଥିବା ସୁରେଶ ରାଇନା ୫୫୨୮ ରନ ଓ ମହେନ୍ଦ୍ର ସିଂ ଧୋନୀ ୫୩୧୪ ରନ ସହିତ ଯଥାକ୍ରମେ ଚତୁର୍ଥ ଓ ପଞ୍ଚମ ସ୍ଥାନରେ ରହିଛନ୍ତି।
ମଙ୍ଗଳବାରର ମ୍ୟାଚ ପୂର୍ବରୁ ବିରାଟ ଆରସିବି ପାଇଁ ୨୭୯ ମ୍ୟାଚର ୨୭୦ ଇନିଂସରୁ ୮୯୭୦ ରନ ସ୍କୋର କରିଥିଲେ। ତାଙ୍କର ଆଭରେଜ ୩୯.୫୪ ରହିଥିବା ବେଳେ ଷ୍ଟ୍ରାଇକ ରେଟ ୧୩୩.୪୯ ରହିଛି। ଏହା ମଧ୍ୟରେ ୮ ଅର୍ଦ୍ଧଶତକ ଓ ୬୪ ଅର୍ଦ୍ଧଶତକ ସାମିଲ ଥିଲା। ସେହିପରି ଚାମ୍ପିୟନ୍ସ ଲିଗରେ ବିରାଟ ୧୫ ମ୍ୟାଚରୁ ୪୨୪ ରନ ସଂଗ୍ରହ କରିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)