Advertisment

Shubman Gill new test captain: ଶୁବମନ୍ ଗିଲ୍ ନୂଆ ଟେଷ୍ଟ କ୍ୟାପଟେନ, ୮ ବର୍ଷ ପରେ କରୁଣ ନାୟାରଙ୍କ କମବ୍ୟାକ

ଭାରତୀୟ ଟିମର ନୂଆ ଟେଷ୍ଟ କ୍ୟାପଟେନ୍ ଭାବେ ଶୁବମନଙ୍କ ନାଁ ଘୋଷଣା କରିଛି ବିସିସିଆଇ। ରୋହିତ ଶର୍ମାଙ୍କ ସ୍ଥାନ ନେବେ ଏହି ପ୍ରତିଭାବାନ ବ୍ୟାଟସମ୍ୟାନ୍ । ୨୦୨୦-୨୧ରେ ଡେବ୍ୟୁ କରିଥିବା ଶୁବମନ ଏ ପର୍ଯ୍ୟନ୍ତ ୩୨ଟି ଟେଷ୍ଟରୁ ୧୮୯୩ ରନ୍ କରିଛନ୍ତି । ଏଥିରେ ୫ ସେଞ୍ଚୁରୀ ସହ ୭ଟି ହାଫ୍ ସେଞ୍ଚୁରୀ ରହିଛି।

author-image
Saroj Kumar Jena
shubman

shubman

ଶୁବମନ୍ ଗିଲ୍ ହେଲେ ଟିମ୍ ଇଣ୍ଡିଆର ନୂଆ ଟେଷ୍ଟ କ୍ୟାପଟେନ୍ । ଆସନ୍ତା ଇଂଲଣ୍ଡ ଗସ୍ତରେ ଭାରତୀୟ ଟିମର ନେତତ୍ବ ନେବେ ଏହି ୨୫ ବର୍ଷୀୟ ୟଙ୍ଗଷ୍ଟାର୍। କ୍ୟାପଟେନ୍ ରେସରେ ଶୁବମନଙ୍କ ସହ ଥିଲେ ବୁମରା, ପନ୍ତ ଏବଂ କେ.ଏଲ. ରାହୁଲ। ତେବେ ଶୁବମନଙ୍କ ଉପରେ ଭରସା କରିଛି BCCI। ସେହିପରି ଡୋମେଷ୍ଟିକ କ୍ରିକେଟରେ ଜୋରଦାର ପ୍ରଦର୍ଶନ କରିଥିବା କରୁଣ ନାୟାର ଦୀର୍ଘ ୮ ବର୍ଷ ପରେ ଟିମ୍କୁ କମବ୍ୟାକ୍ କରିଛନ୍ତି। ଟାଲେଣ୍ଟେଡ୍ ସାଇ ସୁଦର୍ଶନଙ୍କୁ ବି ପ୍ରଥମ ଥର ଟେଷ୍ଟ ଟିମରେ ସ୍ଥାନ ମିଳିଛି।

Advertisment

ଭାରତୀୟ ଟିମର ନୂଆ ଟେଷ୍ଟ କ୍ୟାପଟେନ୍ ଭାବେ ଶୁବମନଙ୍କ ନାଁ ଘୋଷଣା କରିଛି ବିସିସିଆଇ। ରୋହିତ ଶର୍ମାଙ୍କ ସ୍ଥାନ ନେବେ ଏହି ପ୍ରତିଭାବାନ ବ୍ୟାଟସମ୍ୟାନ୍ । ୨୦୨୦-୨୧ରେ ଡେବ୍ୟୁ କରିଥିବା ଶୁବମନ ଏ ପର୍ଯ୍ୟନ୍ତ ୩୨ଟି ଟେଷ୍ଟରୁ ୧୮୯୩ ରନ୍ କରିଛନ୍ତି । ଏଥିରେ ୫ ସେଞ୍ଚୁରୀ ସହ ୭ଟି ହାଫ୍ ସେଞ୍ଚୁରୀ ରହିଛି। କ୍ୟାପଟେନ୍ସି ରେସରେ ଶୁବମନଙ୍କ ସହ ଯଶପ୍ରୀତ୍ ବୁମରା, ରିଷଭ ପନ୍ତ ଓ କେଏଲ ରାହୁଲ ଥିଲେ। ତେବେ କାହିଁକି ଶୁବମନଙ୍କୁ ବାଛିଲେ ସିଲେକ୍ଟର? ଚିଫ୍ ସିଲେକ୍ଟର ଅଜିତ ଅଗରକରଙ୍କ କହିବା ଅନୁସାରେ, ଗୋଟିଏ ଦୁଇଟି ସିରିଜ ପାଇଁ ନୁହେଁ ଆସନ୍ତା ୱାର୍ଲଡ ଟେଷ୍ଟ ଚାମ୍ପିୟନସିପକୁ ଦୃଷ୍ଟିରେ ରଖି ଶୁବମନଙ୍କୁ ଦାୟିତ୍ବ ଦିଆଯାଇଛି। ବୁମରାଙ୍କୁ ବେଶି ୱାର୍କଲୋଡ୍ ନ ଦେବା ଲାଗି ନିଷ୍ପତ୍ତି ହୋଇଥିବାରୁ ସେ କ୍ୟାପଟେନ୍ସି ରେସରୁ ବାଦ୍ ପଡିଥିଲେ। ସେହିପରି ରାହୁଲ ବ୍ୟାଟସମ୍ୟାନ୍ ଭାବେ ଆସନ୍ତା ସିରିଜରେ ଭଲ ପ୍ରଦର୍ଶନ କରିବେ ବୋଲି ଆଶା କରିଛନ୍ତି ଅଗରକର। ପୂର୍ବରୁ ଶୁବମନ ୨୦୨୪ରେ ଜିମ୍ବାୱେ ଗସ୍ତରେ ଭାରତୀୟ ଟି-ଟ୍ବେଣ୍ଟି ଦଳର ନେତୃତ୍ବ ନେଇଥିବା ବେଳେ ଏବେ ଆଇପିଏଲ୍ ଟିମ୍ ଗୁଜରାଟ ଟାଇଟାନ୍ସର କ୍ୟାପଟେନ୍ ଅଛନ୍ତି। ଗତ ଚାମ୍ପିୟନ୍ସ ଟ୍ରଫି ବେଳେ ସେ ଟିମ୍ ଇଣ୍ଡିଆର ଉପଅଧିନାୟକ ମଧ୍ୟ ଥିଲେ। ହେଲେ ପ୍ରଥମ ଥର ଲାଗି ସେ ରେଡ୍ ବଲ ଫର୍ମାଟ୍ ରେ ଭାରତୀୟ ଦଳର ନେତୃତ୍ବ ନେବେ।

ଅଧିକ ପଢ଼ନ୍ତୁ: ‘ପ୍ରିୟ କ୍ରିକେଟ୍, ଦୟାକରି ମୋତେ ଆଉ ଏକ ସୁଯୋଗ ଦିଅ’

ଟେଷ୍ଟରେ ଲଗାତର ଭଲ ପ୍ରଦର୍ଶନ କରି ଆସୁଥିବା ୱିକେଟ କିପର୍ ବ୍ୟାଟସମ୍ୟାନ ରିଷଭ ପନ୍ତଙ୍କୁ ଉପ ଅଧିନାୟକ ଭାବେ ନିଯୁକ୍ତି ମିଳିଛି । ଏଥିସହିତ ଆସନ୍ତା ଇଂଲଣ୍ଡ ଗସ୍ତ ଲାଗି ୧୮ ଜଣିଆ ଭାରତୀୟ ଦଳ ଘୋଷଣା କରାଯାଇଛି । ଟେଷ୍ଟ ଟିମକୁ ଦୀର୍ଘ ୮ ବର୍ଷ ପରେ କମବ୍ୟାକ୍ କରିଛନ୍ତି କରୁଣ ନାୟର। ଡୋମେଷ୍ଟିକ୍ କ୍ରିକେଟର ଚମତ୍କାର ପ୍ରଦର୍ଶନ ପରେ ତାଙ୍କୁ ଦଳରେ ନେବାକୁ ବାଧ୍ୟ ହୋଇଛନ୍ତି ଚୟନକର୍ତ୍ତା । ନିଜ କ୍ୟାରିୟରର ତୃତୀୟ ଟେଷ୍ଟରେ ଟ୍ରିପଲ ସେଞ୍ଚୁରୀ ଜମାଇଥିଲେ କରୁଣ। ହେଲେ ଏହା ପରେ ଆଉ ତାଙ୍କୁ ଦଳରେ ସ୍ଥାନ ମିଳି ନଥିଲା। ସେହିପରି ଅଲରାଉଣ୍ଡର ଶାର୍ଦ୍ଦୁଲ ଠାକୁର ମଧ୍ୟ ଟିମକୁ ଫେରିଛନ୍ତି। ତେବେ ଯୁବ ତାରକା ସାଇ ସୁଦର୍ଶନଙ୍କୁ ପ୍ରଥମ ଥର ଲାଗି ଦଳରେ ସାମିଲ କରାଯାଇଛି।

Advertisment

ଟିମରେ ଥିବା ଅନ୍ୟ ଖେଳାଳି ହେଲେ ଯଶସ୍ବୀ ଜୟସ୍ବାଲ, କେ.ଏଲ୍. ରାହୁଲ, ଅଭିମନ୍ୟୁ ଇଶ୍ବରନ୍, ନୀତିଶ ରେଡ୍ଡୀ, ରବୀନ୍ଦ୍ର ଜାଡେଜା, ଧ୍ରୁବ ଜୁରେଲ, ୱାଶିଂଟନ ସୁନ୍ଦର, ଯଶପ୍ରୀତ ବୁମରା, ମହମ୍ମଦ ସିରାଜ, ପ୍ରସିଦ୍ଧ କ୍ରିଷ୍ଣା, ଆକାଶଦୀପ, ଅର୍ଶଦୀପ ସିଂହ ଓ କୁଲଦୀପ ଯାଦବ। ଇଂଲଣ୍ଡ ବିପକ୍ଷ ୫ ମ୍ୟାଚ ସିରିଜ୍ ଆସନ୍ତା ଜୁନ୍ ୨୦ରୁ ଆରମ୍ଭ ହେବ। ମୁମ୍ବାଇରେ ଆଜି ବିସିସିଆଇ ପକ୍ଷରୁ ହୋଇଥିବା ପ୍ରେସ ମିଟରେ ଚିଫ୍ ସିଲେକ୍ଟର ଅଜିତ ଅଗରକରଙ୍କ ସହିତ ସିଲେକ୍ଟର ତଥା ଓଡ଼ିଆ ଟେଷ୍ଟ ଖେଳାଳି ଶିବସୁନ୍ଦର ଦାସ ମଧ୍ୟ ଉପସ୍ଥିତ ଥିଲେ ।

ଅଧିକ ପଢ଼ନ୍ତୁ: ଆଇପିଏଲ ପ୍ରଦର୍ଶନକୁ ନେଇ ଖଣ୍ଡାଧାରରେ ୩ ଖେଳାଳିଙ୍କ ଭାଗ୍ୟ, ଟିମ ଇଣ୍ଡିଆରୁ ଡ୍ରପ ହୋଇ ପାରନ୍ତି

Team India BCCI Rishabh Pant Shubman Gill
Advertisment
Advertisment