/odishatv-khabar/media/post_attachments/uploadimage/library/16_9/16_9_0/IMAGE_1748084071.jpg)
Karun Nair Returns
ଇଂଲଣ୍ଡ ଗସ୍ତ ପାଇଁ ଘୋଷଣା ହେଲା ଭାରତୀୟ ଟେଷ୍ଟ ଟିମ୍ । ସବୁଠୁ ବଡ଼ କଥା ହେଲା ୩୦୦୦ ଦିନ ପରେ ଟେଷ୍ଟ ଟିମ୍ରେ ପୁଣି ସ୍ଥାନ ପାଇଛନ୍ତି କରୁଣ ନାୟର । ବୀରେନ୍ଦ୍ର ସେହୱାଗଙ୍କ ପରେ କରୁଣ ନାୟର ଦ୍ୱିତୀୟ ଭାରତୀୟ ବ୍ୟାଟର୍ ଯିଏକି ଟେଷ୍ଟ୍ ମ୍ୟାଚ୍ରେ ତ୍ରିଶତକ କରିଥିବା ବ୍ୟାଟ୍ସମ୍ୟାନ୍ । କ୍ୟାରିୟରର ତୃତୀୟ ଟେଷ୍ଟରେ ତ୍ରିଶତକ ସତ୍ତ୍ବେ ଦଳକୁ ଫେରି ନଥିଲେ କରୁଣ । ୬ଟି ଟେଷ୍ଟ ଖେଳି ଷ୍ଟାରଙ୍କ ଭିଡ଼ ଭିତରେ ହଜି ଯାଇଥିଲେ ନାୟର ।
ତେବେ ୨୦୨୨ ମସିହାରେ, ସେ ସୋସିଆଲ ମିଡିଆରେ ଏକ ପୋଷ୍ଟ କରିଥିଲେ ଯେଉଁଥିରେ ଲେଖାଥିଲା: "ପ୍ରିୟ କ୍ରିକେଟ୍, ଦୟାକରି ମୋତେ ଆଉ ଏକ ସୁଯୋଗ ଦିଅ।" ତେବେ ଏହି ପୋଷ୍ଟଟି ଭାଇରାଲ ହୋଇଥିଲା । ଏମିତିକି ସବୁଆଡ଼େ ଚର୍ଚ୍ଚା ଦେଖିବାକୁ ମିଳିଥିଲା।
ନାୟର ୨୦୨୪/୨୫ ଘରୋଇ ସିଜିନରେ ଚମତ୍କାର ପ୍ରଦର୍ଶନ କରିଥିଲେ, ସେ ନଅଟି ମ୍ୟାଚ୍ରେ ୫୪ ହାରରେ ୮୬୩ ରନ୍ କରିଥିଲେ ଓ ବିଦର୍ଭର ଐତିହାସିକ ତୃତୀୟ ରଣଜୀ ଟ୍ରଫି ଟାଇଟଲରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ।
ଶେଷରେ କର୍ଣ୍ଣାଟକରେ ଜନ୍ମିତ ୩୩ ବର୍ଷୀୟ ବ୍ୟାଟ୍ସମ୍ୟାନ୍ କରୁଣ ନାୟର ୨୦ ଜୁନ୍ରୁ ଆରମ୍ଭ ହେଉଥିବା ଇଂଲଣ୍ଡ ବିପକ୍ଷରେ ଆଗାମୀ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ପାଇଁ ଭାରତୀୟ ଟେଷ୍ଟ ଦଳକୁ ଫେରିଛନ୍ତି। ପ୍ରାୟ ୩୦୦୦ ଦିନ ପରେ ବା ୮ ବର୍ଷ ୨ ମାସ ପରେ ଟେଷ୍ଟ୍ ମ୍ୟାଚ୍ରେ ତାଙ୍କୁ ଦେଖିବାକୁ ମିଳିବ ।
ଅଧିକ ପଢ଼ନ୍ତୁ: ଆଇପିଏଲ ପ୍ରଦର୍ଶନକୁ ନେଇ ଖଣ୍ଡାଧାରରେ ୩ ଖେଳାଳିଙ୍କ ଭାଗ୍ୟ, ଟିମ ଇଣ୍ଡିଆରୁ ଡ୍ରପ ହୋଇ ପାରନ୍ତି
ଅନ୍ୟପଟେ ଭାରତୀୟ ଟେଷ୍ଟ ଦଳର ନୂଆ ଅଧିନାୟକ ହେଲେ ଶୁଭମନ ଗିଲ୍ । ରୋହିତ ଶର୍ମାଙ୍କ ପରେ ଭାରତୀୟ ଟେଷ୍ଟ ଦଳର ନେତୃତ୍ୱ ନେବେ ଗିଲ୍ । ସେହିପରି ଋଷଭ ପନ୍ତଙ୍କୁ ଟେଷ୍ଟ ଦଳର ଉପ-ଅଧିନାୟକ ଦାୟିତ୍ୱ ଦିଆଯାଇଛି । ଏନେଇ ଆଜି ପ୍ରେସମିଟ୍ କରି ସୂଚନା ଦେଇଛନ୍ତି ଅଜିତ୍ ଅଗରକର । ଶୁବମନ ଗିଲ୍ ୨୦୨୦ ଅଷ୍ଟ୍ରେଲିଆରେ ଖେଳାଯାଇଥିବା ବର୍ଡର ଗାଭାସ୍କର ଟ୍ରଫିରେ ଭାରତୀୟ ଟେଷ୍ଟ ଟିମ୍ରେ ଡେବ୍ୟୁ କରିଥିଲେ । ସେ ଏପର୍ଯ୍ୟନ୍ତ ୩୨ଟି ମ୍ୟାଚ୍ ଖେଳି ୫ଟି ଶତକ ସହ ୧୮୯୩ ରନ୍ କରିଛନ୍ତି ।
Mukul Dev Passes Away: ଯନ୍ତ୍ରଣା ଦେଉଛି ମୁକୁଲ ଦେବଙ୍କ ଶେଷ ଇନ୍ଷ୍ଟାଗ୍ରାମ୍ ପୋଷ୍ଟ୍; କାହିଁକି ଲେଖିଥିଲେ ଏମିତି

Bangladeshi Infiltrators: ‘ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ପାଇଁ ଟ୍ବିନ୍ସିଟିରେ ବଢୁଛି ଅପରାଧ’

Karnataka Viral Video: ବେଲ୍ ପରେ ରାସ୍ତାରେ ଉତ୍ପାତ କରୁଥିଲେ ଦୁଷ୍କର୍ମକାରୀ, ଉଦ୍ଧତଙ୍କୁ ମିଳିଲା ଏମିତି ସବକ୍

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)