Advertisment

IPL Performance Drop: ଆଇପିଏଲ ପ୍ରଦର୍ଶନକୁ ନେଇ ଖଣ୍ଡାଧାରରେ ୩ ଖେଳାଳିଙ୍କ ଭାଗ୍ୟ, ଟିମ ଇଣ୍ଡିଆରୁ ଡ୍ରପ ହୋଇ ପାରନ୍ତି

ଭାରତୀୟ ଦଳରେ ନିଜ ଭବିଷ୍ୟତକୁ ନେଇ ଏହି ଖେଳାଳି ବର୍ତ୍ତମାନ ସନ୍ଦେହରେ ଅଛନ୍ତି। ଆଇପିଏଲରେ ଏହି ଖେଳାଳି ମାନଙ୍କ ପ୍ରଦର୍ଶନ ଅତ୍ୟନ୍ତ ଖରାପ ରହିଥିବା ବେଳେ ଭାରତୀୟ ଟି୨୦ ସ୍କ୍ବାଡରୁ ଏମାନଙ୍କୁ ବାଦ ଦିଆ ଯାଇପାରେ।

author-image
Saroj Kumar Jena
ଅଦ୍ୟତନ ହୋଇଛି
samson

samson

ଇଣ୍ଡିଆନ ପ୍ରିମିୟର ଲିଗ(ଆଇପିଏଲ)ରେ ଚମତ୍କାର ପ୍ରଦର୍ଶନ ଆଧାରରେ ଅନେକ ଖେଳାଳି ଭାରତୀୟ ଦଳରେ ସ୍ଥାନ ପାଇଥାନ୍ତି। ଆଇପିଏଲ ୨୦୨୫ରେ ମଧ୍ୟ ଏମିତି ଅନେକ ପ୍ରତିଭା ସାମ୍ନାକୁ ଆସିଛନ୍ତି। ତେବେ ଏହା ସହିତ ଖରାପ ପ୍ରଦର୍ଶନ କାରଣରୁ କିଛି ଖେଳାଳିଙ୍କ ମୁଣ୍ଡରେ ଝୁଲୁଛି ଡେମୋକ୍ଲିସର ଖଣ୍ଡା। ଭାରତୀୟ ଦଳରେ ନିଜ ଭବିଷ୍ୟତକୁ ନେଇ ଏହି ଖେଳାଳି ବର୍ତ୍ତମାନ ସନ୍ଦେହରେ ଅଛନ୍ତି। ଆଇପିଏଲରେ ଏହି ଖେଳାଳି ମାନଙ୍କ ପ୍ରଦର୍ଶନ ଅତ୍ୟନ୍ତ ଖରାପ ରହିଥିବା ବେଳେ ଭାରତୀୟ ଟି୨୦ ସ୍କ୍ବାଡରୁ ଏମାନଙ୍କୁ ବାଦ ଦିଆ ଯାଇପାରେ। ଏହି ତାଲିକାରେ ଥିବା ୩ ଖେଳାଳି ହେଉଛନ୍ତି ମହମ୍ମଦ ଶାମି, ଶିବମ ଦୁବେ ଓ ସଞ୍ଜୁ ସାମସନ।

Advertisment

ଅଧିକ ପଢ଼ନ୍ତୁ: ବାପା ଅଟୋ ଚାଳକ, ପୁଅ ପ୍ରଥମ ମ୍ୟାଚ୍‌ରେ ବନିଗଲେ IPL ଷ୍ଟାର

ମହମ୍ମଦ ଶାମି- ମ୍ୟାଚ-୯, ୱିକେଟ-୬, ଆଭରେଜ-୫୬.୧୬

ଭାରତୀୟ ସ୍ପିଡଷ୍ଟର ମହମ୍ମଦ ଶାମିଙ୍କ ଆଇପିଏଲ ପ୍ରଦର୍ଶନ ଅତ୍ୟନ୍ତ ସାଧାରଣ ରହିଛି। ୯ ମ୍ୟାଚ ଖେଳିଥିବା ଶାମି ମାତ୍ର ୬ ୱିକେଟ ନେଇଛନ୍ତି। ସନରାଇଜର୍ସ ହାଇଦ୍ରାବାଦ ପକ୍ଷରୁ ଖେଳୁଥିବା ଶାମିଙ୍କ ଇକୋନୋମୀ ରେଟ ଅତ୍ୟନ୍ତ ସାଧାରଣ ରହିଥିଲା। ସେ ୧୧.୨୩ ହାରରେ ରନ ବ୍ୟୟ କରିଥିବା ବେଳେ ପ୍ରତି ୯ ଓଭରରେ ଗୋଟିଏ ଲେଖାଏ ୱିକେଟ ନେଇଥିଲେ। ଦିନିକିଆ ବିଶ୍ବକପରେ ସର୍ବାଧିକ ୱିକେଟ ହାସଲ କରିଥିବା ଶାମି ଆହତ ସମସ୍ୟାରୁ ପ୍ରତ୍ୟାବର୍ତ୍ତନ କରିଥିବା ବେଳେ ତାଙ୍କର ଫର୍ମ ଖରାପ ରହିଛି। ଇଂଲଣ୍ଡ ଟେଷ୍ଟ ସିରିଜରେ ଶାମିଙ୍କ ସାମିଲ ହେବା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବା ବେଳେ ସେ ଟି୨୦ ଦଳରୁ ବାଦ ପଡିବା ସମ୍ଭାବନା ରହିଛି।

ଶିବମ ଦୁବେ- ମ୍ୟାଚ-୧୨, ରନ-୩୪୦, ଆଭରେଜ-୩୪, ଷ୍ଟ୍ରାଇକ ରେଟ-୧୨୯.୭୭

ଏକଦା ସ୍ପିନରଙ୍କୁ ଛକା ମାରିବା ପାଇଁ ପ୍ରସିଦ୍ଧି ଅର୍ଜନ କରିଥିବା ଶିବମ ଦୁବେଙ୍କ ପ୍ରଦର୍ଶନ ମଧ୍ୟ ଆଖିଦୃଶିଆ ରହି ନାହିଁ। ତାଙ୍କ ପ୍ରଦର୍ଶନ ଓ ଚେନ୍ନାଇ ସୁପର କିଙ୍ଗ୍ସର ପ୍ରଦର୍ଶନ ଭଲ ରହି ନଥିବା ବେଳେ ଚେନ୍ନାଇ ପଏଣ୍ଟ ଟେବୁଲର ସବୁଠୁ ତଳେ ରହିଥିଲା। ତେବେ ସବୁଠାରୁ ନିରାଶ କରିଥିଲା ଦୁବେଙ୍କ ଷ୍ଟ୍ରାଇକ ରେଟ। ଶିବମ ନିୟମିତ ରନ ସ୍କୋର କରିଥିବା ବେଳେ ଏହାର ଇମ୍ପାକ୍ଟ କିନ୍ତୁ ମ୍ୟାଚ ଉପରେ ପଡି ନ ଥିଲା। ତାଙ୍କର ଷ୍ଟ୍ରାଇକ ରେଟ ୧୨୯.୭୭ ରହିଥିବା ବେଳେ ମଡର୍ନ ଡେ କ୍ରିକେଟରେ ଏହାକୁ ଅତ୍ୟନ୍ତ ଖରାପ ବୋଲି ବିବେଚନା କରାଯାଏ।

Advertisment

ସଞ୍ଜୁ ସାମସନ- ମ୍ୟାଚ-୯, ରନ-୨୮୫, ଆଭରେଜ-୩୫.୬୩, ଷ୍ଟ୍ରାଇକ ରେଟ-୧୪୦.୩୯

ରାଜସ୍ଥାନ ରୟାଲ୍ସ ପଏଣ୍ଟ ଟେବୁଲର ନବମ ସ୍ଥାନରେ ଥିବା ବେଳେ ସଞ୍ଜୁ ସାମସନ ବ୍ୟାଟିଂ ଏତେଟା ପ୍ରଭାବୀ ରହି ନ ଥିଲା। ସାମସନ ୯ ମ୍ୟାଚ ଖେଳି ୨୮୫ ରନ ସ୍କୋର କରିଥିଲେ। ୬୬ର ସର୍ବାଧିକ ସ୍କୋର ସହିତ ସାମସନ ୩୫.୬୨ର ଆଭରେଜ ଓ ୧୪୦ର ଷ୍ଟ୍ରାଇକରେଟରେ ସ୍କୋର କରିଥିଲେ। ଆହତ ସମସ୍ୟା ଦେଇ ଗତି କରୁଥିବା ସାମସନ ପ୍ରଥମ କିଛି ମ୍ୟାଚରେ ଇମ୍ପାକ୍ଟ ପ୍ଲେୟର ଭାବରେ ଖେଳିଥିଲା। ପରେ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ସାଇଡ ଷ୍ଟ୍ରେନ କାରଣରୁ ବାଦ ପଡିଥିଲେ। ସଞ୍ଜୁଙ୍କ ୨୮୫ ରନ ଓ ଷ୍ଟ୍ରାଇକ ରେଟ ଖରାପ ନ ଥିଲେ ମଧ୍ୟ ପ୍ରଭସିମରନ ସିଂ, ପ୍ରିୟାଂଶ ଆର୍ଯ୍ୟା ଓ ଆୟୁଷ ମାତ୍ରେ ଭଲ ପ୍ରଦର୍ଶନ କରିଛନ୍ତି। ଏହି ଖେଳାଳିଙ୍କ ମଧ୍ୟରୁ କେହି ସାମସନଙ୍କୁ ଭାରତୀୟ ଦଳରେ ରିପ୍ଲେସ କରି ପାରନ୍ତି।

ଅଧିକ ପଢ଼ନ୍ତୁ: ଅହମଦାବାଦରେ ପୁଣି ଚମକିଲେ ସୁଦର୍ଶନ, ଡିଭିଲିୟର୍ସଙ୍କ ରେକର୍ଡ ସହ ସମକକ୍ଷ

Mohammed Shami IPL Sanju Samson IPL 2025
Advertisment
Advertisment