Advertisment

Sanju Samson Father Accused Dhoni: ସଞ୍ଜୁ ସାମ୍‌ସନଙ୍କ ବାପାଙ୍କ ବିସ୍ପୋରକ ବୟାନ; କହିଲେ-ଧୋନି, ବିରାଟ ଓ ରୋହିତ ମୋ ପୁଅର କ୍ୟାରିୟର ନଷ୍ଟ କରିଦେଲେ

ମହେନ୍ଦ୍ର ସିଂହ ଧୋନି, ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ପାଇଁ ମୋ ପୁଅର କ୍ୟାରିୟର ପ୍ରାୟ ଏକ ଦଶନ୍ଧି ପାଇଁ ନଷ୍ଟ ହୋଇଗଲା । ଏମିତି ବିସ୍ପୋରକ ବୟାନ ଦେଇଛନ୍ତି  କ୍ରିକେଟର ସଞ୍ଜୁ ସାମ୍‌ସନଙ୍କ ବାପା ସାମ୍‌ସନ ବିଶ୍ୱନାଥ ।

author-image
Sujit kumar Swain
ଅଦ୍ୟତନ ହୋଇଛି
Sanju Samson’s Father Accuses MS Dhoni, Virat Kohli, Rohit Sharma and Rahul

Sanju samson Father Accused Dhoni

ମୋ ପୁଅର ୧୦ ବର୍ଷ ଅନ୍ତର୍ଜାତୀୟ କ୍ୟାରିୟର ନଷ୍ଟ କରିଦେଲେ...ମହେନ୍ଦ୍ର ସିଂହ ଧୋନି, ବିରାଟ କୋହଲିରୋହିତ ଶର୍ମାଙ୍କ ପାଇଁ ମୋ ପୁଅର କ୍ୟାରିୟର ପ୍ରାୟ ଏକ ଦଶନ୍ଧି ପାଇଁ ନଷ୍ଟ ହୋଇଗଲା । ଏମିତି ବିସ୍ପୋରକ ବୟାନ ଦେଇଛନ୍ତି କ୍ରିକେଟର ସଞ୍ଜୁ ସାମ୍‌ସନଙ୍କ ବାପା ସାମ୍‌ସନ ବିଶ୍ୱନାଥ । ଯାହାର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ଏମିତିକି ସେ ଭାରତୀୟ ଟିମ୍‌ର ପୂର୍ବତନ କୋଚ୍ ରାହୁଲ ଡ୍ରାଭିଡଙ୍କୁ ମଧ୍ୟ ଦୋଷ ଦେବାକୁ ପଛାଇ ନାହିଁନ୍ତି । କହିଛନ୍ତି ଏମାନଙ୍କ ପାଇଁ ମୋ ପୁଅର ୧୦ ବର୍ଷ ଅନ୍ତର୍ଜାତୀୟ କ୍ୟାରିୟର ନଷ୍ଟ ହୋଇଗଲା । 

Advertisment

ଆହୁରି କହିଛନ୍ତି ଯେ, ଯେତେ କଷ୍ଟ ହେଲେ ବି ସଞ୍ଜୁ ନିଜକୁ ଆହୁରି ଦୃଢ କରିଛନ୍ତି । ସେ କେବେ ହେଲେ ବି ତାଙ୍କ ମନବଳ ଭାଙ୍ଗିନଥିଲେ । ଶେଷରେ ତାଙ୍କୁ ଏବେ ଫଳ ମିଳିଛି । ତେବେ ଚଳିତ ବର୍ଷ ଟି-ଟ୍ୱେଣ୍ଟିରୁ ବିରାଟ କୋହଲି ଓ ରୋହିତ ଶର୍ମା ଅବସର ନନେବା ପର୍ଯ୍ୟନ୍ତ ସଞ୍ଜୁ ସାମ୍‌ସନ ଟିମ୍‌ରେ ସ୍ଥାନ ପାଉ ନଥିଲେ ।

Advertisment

 ଅଧିକ ପଢ଼ନ୍ତୁ: ଯଦି ପାକିସ୍ତାନରେ ନ ହୁଏ ଚାମ୍ପିଅନ୍ସ ଟ୍ରଫି, ଜାଣନ୍ତୁ କେତେ କ୍ଷତି ସହିବ PCB...

ସଞ୍ଜୁ ଚଳିତ ବର୍ଷ ଖେଳା ଯାଇଥିବା ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ଭାରତୀୟ ଦଳର ସଦସ୍ୟ ଥିଲେ। ଏଥିରେ ଭାରତ ଚାମ୍ପିୟନ ହୋଇଥିଲେ ମଧ୍ୟ ସଞ୍ଜୁ ସାମସନ୍ ଗୋଟିଏ ବି ମ୍ୟାଚ୍ ଖେଳିବାକୁ ସୁଯୋଗ ପାଇ ନଥିଲେ। ୱାର୍ମ ଅପ୍ ମ୍ୟାଚ୍‌ଗୁଡ଼ିକରେ ଭଲ ପ୍ରଦର୍ଶନ ନ କରିବାରୁ ତାଙ୍କୁ ପ୍ଲେଇଂ ୧୧ରେ ସ୍ଥାନ ମିଳି ନଥିଲା ।

ଟି-ଟ୍ୱେଣ୍ଟି ବିଶ୍ୱକପ୍ ପରେ ଭାରତ ଶ୍ରୀଲଙ୍କା ଗସ୍ତରେ ଯାଇଥିଲେ ମଧ୍ୟ ସଞ୍ଜୁ ସାମସନଙ୍କୁ ଅଣଦେଖା କରାଯାଇଥିଲା। ତେବେ ପରେ ଭାରତର ଟି-ଟ୍ୱେଣ୍ଟି ଅଧିନାୟକ ସୂର୍ଯ୍ୟ କୁମାର ଯାଦବ ଓ ନୂଆ କୋଚ୍ ଗୌତମ ଗମ୍ଭୀର ତାଙ୍କ ଉପରେ ଭରସା ଦେଖାଇଛନ୍ତି । ଫଳସ୍ୱରୂପ ସେ ବାଂଲାଦେଶ ଓ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଲଗାତାର ଦୁଇଟି ଶତକ ମାରିଛନ୍ତି।

ନିକଟରେ ସଞ୍ଜୁ ସାମସନ କହିଥିଲେ ଯେ ଦୁଲୀପ ଟ୍ରଫି ବେଳେ ସୂର୍ଯ୍ୟ କୁମାର ଯାଦବ ତାଙ୍କ ନିକଟକୁ ଆସିଥିଲେ ଓ ପରବର୍ତ୍ତୀ ୭ଟି ମ୍ୟାଚ୍‌ରେ ତାଙ୍କୁ ଓପନିଂ କରିବାକୁ ପଡ଼ିବ ବୋଲି କହିଥିଲେ । ଏଥିପାଇଁ ସେ ପୂରା ସମର୍ଥନ କରିବେ ବୋଲି କହିଥିଲେ । ତାଙ୍କ କ୍ୟାରିୟରେ ପ୍ରଥମ ଥର ପାଇଁ କେହି ତାଙ୍କୁ ଏଭଳି ସ୍ପଷ୍ଟ କଥା କହିଥିଲେ ଓ ତାଙ୍କ ଆତ୍ମବିଶ୍ୱାସ ବଢ଼ାଇଥିଲେ।

ଅଧିକ ପଢ଼ନ୍ତୁ: ଟେଷ୍ଟରେ ଧୋନି ଓ ରୋହିତଙ୍କ ଠାରୁ ଉତ୍ତମ ଅଧିନାୟକ ଥିଲେ ବିରାଟ

MS Dhoni Virat Kohli Rohit Sharma Cricket Sanju Samson Rahul Dravid Sports News Father
Advertisment
Advertisment