• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

୨୦୨୫ ଫେବ୍ରୁଆରୀରେ ହେବ ଚାମ୍ପିଅନ୍ସ ଟ୍ରଫି । କିନ୍ତୁ ଏପର୍ଯ୍ୟନ୍ତ ଏହି ଟୁର୍ଣ୍ଣାମେଣ୍ଟର ଆସିନି କାର୍ଯ୍ୟସୂଚୀ । ହାତରେ ଆଉ ମାତ୍ର ୩ ମାସ ଥିବା ବେଳେ ଏବେ ବି ଚାମ୍ପିଅନ୍ସ ଟ୍ରଫିକୁ ନେଇ ଲାଗି ରହିଛି ବିବାଦ । ପାକିସ୍ତାନରେ ଏହି ଟୁର୍ଣ୍ଣାମେଣ୍ଟ ହେଲେ ଭାରତ ଯିବନି ବୋଲି କହିବା ପରେ ଏହି ଟୁର୍ଣ୍ଣାମେଣ୍ଟକୁ ନେଇ ଜାରି ରହିଛି ଅନିଶ୍ଚିତତା । ଭାରତ-ପାକିସ୍ତାନ ବିବାଦ ପାଇଁ ଯଦି ଏହି ଟୁର୍ଣ୍ଣାମେଣ୍ଟ ସ୍ଥଗିତ ରୁହି କିମ୍ବା ଅନ୍ୟ କୌଣସି ଦେଶକୁ ସ୍ଥାନାନ୍ତରିତ ହୁଏ ତେବେ ଏହା ପାକିସ୍ତାନ କ୍ରିକେଟ୍‌ ବୋର୍ଡ (PCB) ଉପରେ ଏହା ଆର୍ଥିକ ପ୍ରଭାବ ପକାଇପାରେ ।

ବିସିସିଆଇ ସ୍ପଷ୍ଟ କରିଛି ଯେ ସେମାନେ ପୁରୁଷ କ୍ରିକେଟ୍ ଦଳକୁ ଆସନ୍ତା ବର୍ଷ ପାକିସ୍ତାନରେ ହେବାକୁ ଥିବା ଆଇସିସି ଚାମ୍ପିଅନ୍ସ ଟ୍ରଫି ପାଇଁ ପାକିସ୍ତାନକୁ ପଠାଇବ ନାହିଁ । ଏହି ଟୁର୍ଣ୍ଣାମେଣ୍ଟ ଫେବୃଆରୀ ୧୯ରୁ ମାର୍ଚ୍ଚ ୯ ପର୍ଯ୍ୟନ୍ତ ପାକିସ୍ତାନରେ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି । ତେବେ ଏହି ଟୁର୍ଣ୍ଣାମେଣ୍ଟକୁ ନେଇ ଏବେ ବି ଅନିଶ୍ଚିତତା ହେତୁ କୌଣସି ମ୍ୟାଚ୍ ସୂଚୀ ଏପର୍ଯ୍ୟନ୍ତ ସାର୍ବଜନୀନ କରାଯାଇ ନାହିଁ ।

୧୯୯୬ ଦିନିକିଆ ବିଶ୍ୱକପ ପରେ ପ୍ରଥମ ଥର ପାଇଁ ୨୦୨୫ରେ ଆଇସିସି ଚାମ୍ପିଅନ୍ସ ଟ୍ରଫି ଆୟୋଜନ କରିବାକୁ ଯାଉଛି । ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ କରି ପାକିସ୍ତାନ ଉଦାହରଣ ସୃଷ୍ଟି କରିବାକୁ ଚାହୁଁଛି ଯେ ସୁରକ୍ଷା ପ୍ରସଙ୍ଗକୁ ଲକ୍ଷ୍ୟ ରଖିଥିବା ପାକିସ୍ତାନ ବଡ଼ ଟୁର୍ଣ୍ଣାମେଣ୍ଟ ପାଇଁ ନିରାପଦ ଅଟେ ।

ଅଧିକ ପଢ଼ନ୍ତୁ: ମାଟି କାମୁଡ଼ି ପଡ଼ିଲା କଙ୍ଗାରୁ ଟିମ୍‌; ୯ ୱିକେଟ୍‌ରେ ଅଷ୍ଟ୍ରେଲିଆକୁ ହରାଇଲା ପାକିସ୍ତାନ

ତେବେ ପାକିସ୍ତାନକୁ ଭାରତ ଯିବାକୁ ମନା କରିବା ପରେ ଏବଂ ପାକିସ୍ତାନ କ୍ରିକେଟ୍‌ ବୋର୍ଡ(PCB) ହାଇବ୍ରିଡ୍‌ ମଡେଲକୁ ପ୍ରତ୍ୟାଖ୍ୟାନ କରିବା ପରେ ଏହି ଟୁର୍ଣ୍ଣାମେଣ୍ଟକୁ ନେଇ ଏବେ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

କ୍ରିକବଜ୍‌ର ଏକ ରିପୋର୍ଟ ଅନୁଯାୟୀ, ଯଦି ଏହି ଟୁର୍ଣ୍ଣାମେଣ୍ଟ ସ୍ଥଗିତ ରଖାଯାଏ କିମ୍ବା ଅନ୍ୟ କୌଣସି ଦେଶକୁ ସ୍ଥାନାନ୍ତରିତ ହୁଏ, ତେବେ ପିସିବିକୁ ଆଇସିସିର ପ୍ରତିବନ୍ଧକ ସାମ୍ନା କରିବାକୁ ପଡ଼ିବ । ଏମିତି କି ଆଇସିସି ପାଣ୍ଠିରେ କଟକଣା ମଧ୍ୟ ଜାରି କରିପାରେ । କେବଳ ସେତିକି ନୁହେଁ, ରିପୋର୍ଟରେ ଦର୍ଶାଯାଇଛି ଯେ ଚାମ୍ପିଅନ୍ସ ଟ୍ରଫିକୁ ଘୁଞ୍ଚାଇବା କିମ୍ବା ସ୍ଥଗିତ ରଖିବା ଅର୍ଥ ହୋଷ୍ଟିଂ ଫି ଭାବରେ PCB ୬୫ ମିଲିୟନ୍ ଡଲାର ଅର୍ଥରୁ ମଧ୍ୟ ବଞ୍ଚିତ ହେବ ।

ଆଇସିସି ଚାମ୍ପିଆନ୍ସ ଟ୍ରଫି ପାଇଁ ପାକିସ୍ତାନ କରାଚି, ରାୱଲପିଣ୍ଡି ଓ ଲାହୋରରେ ଥିବା ଷ୍ଟାଡିୟମରେ ବହୁ ଅର୍ଥ ବିନିଯୋଗ କରିଛି । ଆଉ ଏବେ ଯଦି ଏହି ଟୁର୍ଣ୍ଣାମେଣ୍ଟ ପାକିସ୍ତାନରେ ନ ହୁଏ ତେବେ PCBକୁ ବଡ଼ କ୍ଷତିର ସାମ୍ନାକୁ କରିବାକୁ ହେବ । ତେବେ ଏହି ଟୁର୍ଣ୍ଣାମେଣ୍ଟ ପାଇଁ ପାକିସ୍ତାନକୁ ଟିମ୍‌ ପଠାଇବା ପାଇଁ ଭାରତକୁ ବୁଝାଇବା ପାଇଁ ICCକୁ ପାକିସ୍ତାନ କ୍ରିକେଟ ବୋର୍ଡ କହିଛି ।

ମଙ୍ଗଳବାର ପାକିସ୍ତାନୀ ଗଣମାଧ୍ୟମ ରିପୋର୍ଟ କରିଛି ଯେ ଭାରତ ସିକ୍ୟୁରିଟି କାରଣରୁ ପାକିସ୍ତାନ ଆସିବ ନାହିଁ ବୋଲି ଦାବିକୁ ଗ୍ରହଣ କରୁନାହିଁ ପିସିବି । କାହିଁକି ନା ଗତ ଦୁଇ ବର୍ଷ ମଧ୍ୟରେ ନ୍ୟୁଜିଲାଣ୍ଡ ତିନି ଥର ପାକିସ୍ତାନ ଗସ୍ତ କରିସାରିଛି । ସେହିପରି ଇଂଲଣ୍ଡ ଦୁଇ ଥର ଏବଂ ଅଷ୍ଟ୍ରେଲିଆ ଗୋଟିଏ ଥର ଆସିଛି ।

ତେବେ ପାକିସ୍ତାନ ଅଂଶଗ୍ରହଣ ବିନା ଆଇସିସି ଚୁକ୍ତଭିତ୍ତିକ ଆହ୍ୱାନ (Contractual Challenges)ର ସମ୍ମୁଖୀନ ହୋଇପାରେ । ଏମିତି କି ଆଇସିସି ଇଭେଣ୍ଟରେ ଭାରତ-ପାକିସ୍ତାନ ମୁହାଁମୁହିଁ ହୁଅନ୍ତୁ ‍ବୋଲି ପ୍ରସାରଣକାରୀ ଓ ପ୍ରଯୋଜକମାନେ ଆଶା କରିଥାନ୍ତି । ତେବେ ଭାରତ ପାକିସ୍ତାନ ନ ଯିବା ପାଇଁ କହିବା ପରେ ଏହି ମେଗା ଟୁର୍ଣ୍ଣାମେଣ୍ଟ ପାକିସ୍ତାନରୁ ସ୍ଥାନାନ୍ତର କିମ୍ବା ହାଇବ୍ରିଡ୍‌ ମଡେଲରେ ହେବାର ସମ୍ଭାବନା ରହିଛି ।

ଅଧିକ ପଢ଼ନ୍ତୁ: କୋହଲି ପିଅନ୍ତି ଏତେ ଟଙ୍କାର ପାଣି!! ଶୁଣିଲେ ଉଡ଼ିଯିବ ହୋସ୍

OTV is now on Whatsapp

Join and get latest news update delivered to you via whatsapp

Join Now