Advertisment

Pakistan's Winless Exit: ପାକିସ୍ତାନର ହାତ ଖାଲି, ଜିତି ପାରିଲାନି ଗୋଟିଏ ବି ମ୍ୟାଚ

ଆଇସିସି ଚାମ୍ପିୟନ୍ସ ଟ୍ରଫିରେ ପାକିସ୍ତାନ ଦଳ ଗୋଟିଏ ବି ବିଜୟ ହାସଲ କରି ନଥିବା ବେଳେ ବିଦାୟ ନେଇଛି। ନ୍ୟୁଜିଲାଣ୍ଡ ଓ ଭାରତ ନିକଟରୁ ପରାଜିତ ହୋଇ ଟୁର୍ଣ୍ଣାମେଣ୍ଟର ପ୍ରଥମରୁ ବିଦାୟ ନେଇ ସାରିଥିଲା।

author-image
Saroj Kumar Jena
ଅଦ୍ୟତନ ହୋଇଛି
pakistan

pakistan

ଆଇସିସି ଚାମ୍ପିୟନ୍ସ ଟ୍ରଫିରେ ପାକିସ୍ତାନ ଦଳ ଗୋଟିଏ ବି ବିଜୟ ହାସଲ କରି ନଥିବା ବେଳେ ବିଦାୟ ନେଇଛି। ନ୍ୟୁଜିଲାଣ୍ଡଭାରତ ନିକଟରୁ ପରାଜିତ ହୋଇ ଟୁର୍ଣ୍ଣାମେଣ୍ଟର ପ୍ରଥମରୁ ବିଦାୟ ନେଇ ସାରିଥିଲା। ନିଜେ ଆୟୋଜନ କରୁଥିବା ଟୁର୍ଣ୍ଣାମେଣ୍ଟରୁ ଦଳ ବିଦାୟ ନେଇ ସାରିଥିବା ବେଳେ ଘରୋଇ ଦର୍ଶକଙ୍କ ସମ୍ମୁଖରେ ଅନ୍ୟୁନ ଗୋଟିଏ ବିଜୟ ହାସଲ କରି ସମ୍ମାନ ରକ୍ଷା କରିବାକୁ ପାକିସ୍ତାନ ଆଶା କରିଥିଲା। ତେବେ ପାକିସ୍ତାନ କ୍ରିକେଟ ଦଳ ଓ ଫ୍ୟାନ ମାନଙ୍କୁ ନିରାଶ ହେବାକୁ ପଡିଛି।

Advertisment

ଅଧିକ ପଢ଼ନ୍ତୁ: ବାଂଲାଦେଶକୁ ହରାଇଲା ନ୍ୟୁଜିଲାଣ୍ଡ,ଚାମ୍ପିୟନ୍ସ ଟ୍ରଫିରୁ ବିଦା ହେଲା ପାକିସ୍ତାନ

ରାୱଲପିଣ୍ଡିରେ ଖେଳା ଯିବାକୁ ଥି‍ବା ବାଂଲାଦେଶ ବିପକ୍ଷ ମ୍ୟାଚ ବର୍ଷା କାରଣରୁ ସମ୍ପୂର୍ଣ୍ଣ ଧୋଇ ଯାଇଥିଲା। ବର୍ଷାର ପ୍ରକୋପ ଏତେ ଅଧିକ ରହିଥିଲା କି ମ୍ୟାଚରେ ଟସ ପଡିବା ମଧ୍ୟ ସମ୍ଭବ ହୋଇ ନ ଥିଲା। ଅମ୍ପାୟାର ଓ ମ୍ୟାଚ ଅଫିସିଆଲ ଏକାଧିକ ଥର ପରିଦର୍ଶନ ପରେ ମ୍ୟାଚ ବାତିଲ ପାଇଁ ଘୋଷଣା କରିଥିଲେ। ଏହା ସହିତ ପାକିସ୍ତାନ ବିଜୟ ଶୂନ୍ୟ ଭାବେ ଟୁର୍ଣ୍ଣାମେଣ୍ଟରୁ ବିଦାୟ ନେଉଥିବା ସ୍ପଷ୍ଟ ହୋଇଥିଲା। ସମାନ ଭାବରେ ଗ୍ରୁପ ଏରେ ସ୍ଥାନ ପାଇଥିବା ଅନ୍ୟତମ ଏସୀୟ ରାଷ୍ଟ୍ର ବାଂଲାଦେଶ ମଧ୍ୟ ଗୋଟିଏ ବିଜୟ ହାସଲ କରି ପାରି ନାହିଁ। ବାଂଲାଦେଶ ମଧ୍ୟ ଏହାର ପ୍ରଥମ ଦୁଇ ମ୍ୟାଚରେ ଭାରତ ଓ ନ୍ୟୁଜିଲାଣ୍ଡ ନିକଟରୁ ପରାଜିତ ହୋଇଥିଲା।

Advertisment

ବର୍ତ୍ତମାନ ସୁଦ୍ଧା ନ୍ୟୁଜିଲାଣ୍ଡ ଓ ଭାରତ ୨ଟି ମ୍ୟାଚରୁ ଦୁଇଟି ଲେଖାଏ ବିଜୟ ହାସଲ କରି ୪ ପଏଣ୍ଟ ଲେଖାଏ ହାସଲ କରିଛନ୍ତି। ନେଟ ରନ ରେଟରେ ଆଗୁଆ ରହି ନ୍ୟୁଜିଲାଣ୍ଡ ପ୍ରଥମ ସ୍ଥାନରେ ରହିଛି। ଅନ୍ୟ ପକ୍ଷରେ ଉଭୟ ଦଳ ୨ ତାରିଖରେ ଅନ୍ତିମ ମ୍ୟାଚ ଖେଳିବାକୁ ଥିବା ବେଳେ ଏହାର ବିଜେତା ପ୍ରଥମ ସ୍ଥାନରେ ରହିବ। ସେହିପରି ପାକିସ୍ତାନ ନେଟ ରନ ରେଟରେ ସବୁଠାରୁ ତଳେ ରହି ଗ୍ରୁପ ଏରେ ଚତୁର୍ଥ ସ୍ଥାନ ହାସଲ କରିଛି। ପାକିସ୍ତାନର ସମ୍ଭାବନା ବାଂଲାଦେଶ ଓ ନ୍ୟୁଜିଲାଣ୍ଡ ମ୍ୟାଚ ଉପରେ ନିର୍ଭରଶୀଳ ରହିଥିଲା। ତେବେ ବାଂଲାଦେଶ ଏହି ମ୍ୟାଚରେ ପରାଜିତ ହୋଇଥିଲା।

ଅନ୍ୟ ପକ୍ଷରେ ସୋମବାର ନ୍ୟୁଜିଲାଣ୍ଡ ୫ ଉଇକେଟରେ ବାଂଲାଦେଶକୁ ହରାଇଥିଲା। ଫଳରେ ଭାରତ ଓ ନ୍ୟୁଜିଲାଣ୍ଡ ସେମି ଫାଇନାଲରେ ପ୍ରବେଶ କରିଥିଲେ। ଅନ୍ୟ ପକ୍ଷରେ ପାକିସ୍ତାନ ଓ ବାଂଲାଦେଶ ଟୁର୍ଣ୍ଣାମେଣ୍ଟର ପ୍ରଥମ ରାଉଣ୍ଡରୁ ବିଦାୟ ନେଇଥିଲେ। ପାକିସ୍ତାନ ଏହାର ପ୍ରଥମ ମ୍ୟାଚରେ ନ୍ୟୁଜିଲାଣ୍ଡ ଠାରୁ ଓ ଦ୍ବିତୀୟ ମ୍ୟାଚରେ ଭାରତ ଠାରୁ ହାରିଥିଲା। ଅନ୍ୟ ପକ୍ଷରେ ବାଂଲାଦେଶ ପ୍ରଥମ ମ୍ୟାଚରେ ଭାରତ ନିକଟରୁ ହାରିଥିଲା।

ଅଧିକ ପଢ଼ନ୍ତୁ: ଭାରତର ବିଜୟ ପରେ ସାମ୍ନାକୁ ଆସିଲେ IIT ବାବା, କହିଲେ...

ICC Pakistan
Advertisment
Advertisment