Advertisment

Shreyas iyer: ଇଣ୍ଟରନେଟରେ ହୃଦୟ ଜିତିଲେ ଶ୍ରେୟସ ଆୟର, ଫ୍ୟାନଙ୍କ ସହିତ ନେଲେ ସେଲଫି

ଆୟର ଏକ ରେଷ୍ଟୁରାଣ୍ଟରେ ଖାଉଥିବା ସମୟରେ ଜଣେ ଫ୍ୟାନଙ୍କ ସହିତ ସେଲଫି ନେଇଥିଲେ। ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ବେଳେ ଏହାକୁ ସମସ୍ତେ ପ୍ରଶଂସା କରିଛନ୍ତି।

author-image
Saroj Kumar Jena
ଅଦ୍ୟତନ ହୋଇଛି
shreyas iyer

shreyas iyer

ଭାରତୀୟ କ୍ରିକେଟରଶ୍ରେୟସ ଆୟର ଜଣେ ଫ୍ୟାନଙ୍କ ସହିତ ନିଜର ବ୍ୟବହାର ପାଇଁ ଇଣ୍ଟରନେଟରେ ପ୍ରଶଂସା ସାଉଁଟିଛନ୍ତି। ଆୟର ଏକ ରେଷ୍ଟୁରାଣ୍ଟରେ ଖାଉଥିବା ସମୟରେ ଜଣେ ଫ୍ୟାନଙ୍କ ସହିତ ସେଲଫି ନେଇଥିଲେ। ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ବେଳେ ଏହାକୁ ସମସ୍ତେ ପ୍ରଶଂସା କରିଛନ୍ତି। ସାଧାରଣତଃ କ୍ରିକେଟରଙ୍କୁ କୌଣସି ଫ୍ୟାନ ଭେଟିଲେ ସେମାନେ ଠିକ ଢଙ୍ଗରେ କଥା ହୋଇ ପାରନ୍ତି ନାହିଁ। ତେବେ ଶ୍ରେୟସ ଆୟର କିନ୍ତୁ ଏକ ନିଆରା ଉଦାହରଣ ସୃଷ୍ଟି କରିଛନ୍ତି।

Advertisment

ଭାରତୀୟ ଦଳର ମିଡିଲ ଅର୍ଡର ବ୍ୟାଟର ଶ୍ରେୟସ ଆୟରଙ୍କୁ ନିକଟରେ କିଙ୍ଗ୍ସ ଇଲେଭେନ ପଞ୍ଜାବ ଏହାର ଅଧିନାୟକ ନିଯୁକ୍ତ କରିଛି। ଆଇପିଏଲ ଇତିହାସର ଦ୍ବିତୀୟ ମହଙ୍ଗା ଖେଳାଳି ଭାବେ ତାଙ୍କୁ ୨୬.୭୫ କୋଟି ଟଙ୍କାରେ କିଣିଥିଲା ପଞ୍ଜାବ। ରିକି ପଣ୍ଟିଂଙ୍କ ସହିତ ସେ ଦ୍ବିତୀୟ ଥର ପାଇଁ କାମ କରିବାକୁ ଯାଉଛନ୍ତି। ପୂର୍ବରୁ ଉଭୟ ଦିଲ୍ଲୀ କ୍ୟାପିଟାଲ୍ସରେ ଏକତ୍ର କାମ କରିଥିଲେ। ଏହା ସହିତ ସେ ଡିଫେଣ୍ଡିଂ ଚାମ୍ପିୟନ କୋଲକାତା ନାଇଟ ରାଇଡର୍ସର ଅଧିନାୟକ ରହିଥିଲେ।

ଭାଇରାଲ ହୋଇଥିବା ଭିଡିଓରେ ଆୟର ରେଷ୍ଟୁରାଣ୍ଟରେ ଖାଉଥିବା ସମୟରେ ଜଣେ ଫ୍ୟାନ ଆସି ଅଟୋଗ୍ରାଫ ମାଗିଥିଲେ। ଆୟର ଅଟୋଗ୍ରାଫ ସାଇନ କରିବା ସହ ଯୁବତୀଙ୍କ ସହିତ କଥା ମଧ୍ୟ ହୋଇଥିଲେ। ପରେ ଯୁବତୀ ଜଣଙ୍କ ଏକ ସେଲଫି ପାଇଁ ଅନୁରୋଧ କରିଥିଲେ। ଆୟର ହଁ କରିବା ସହ ଏକ ସେଲଫି ମଧ୍ୟ ନେଇଥିଲେ। ରାଜୀବ ନାମକ ଏକ ଆଇଡିରୁ ଏହି ଭିଡିଓଟି ପୋଷ୍ଟ ହୋଇଥିଲା।

Advertisment

୨୦୨୪ ଆୟରଙ୍କ ପାଇଁ ବେଶ ସଫଳ ବର୍ଷ ରହିଛି। ପ୍ରଥେମ କୋଲକାତା ନାଇଟ ରାଇଡର୍ସ ସହିତ ଆଇପିଏଲ ଚାମ୍ପିୟନ ହୋଇଥିଲେ। ତାଙ୍କ ନେତୃତ୍ବରେ ମୁମ୍ବାଇ ସୟଦ ମୁସ୍ତାକ ଅଲୀ ଟି୨୦ ଟୁର୍ନାମେଣ୍ଟ ବିଜୟୀ ହୋଇଥିବା ବେଳେ ରଣଜୀ ଟ୍ରଫି ଓ ଇରାନୀ ଟ୍ରଫି ବିଜୟୀ ଦଳର ସେ ସଦସ୍ୟ ରହିଥିଲେ। ଆୟର ଓ ପଣ୍ଟିଂ ଦ୍ବିତୀୟ ଥର ପାଇଁ ଏକତ୍ର କାମ କରିବାକୁ ଯାଉଛନ୍ତି। ପୂର୍ବରୁ ଉଭୟ ଦିଲ୍ଲୀ କ୍ୟାପିଟାଲ୍ସରେ କାମ କରିଥିଲେ। ଉକ୍ତ ସଂସ୍କରଣରେ ଦିଲ୍ଳୀ ଫାଇନାଲରେ ପ୍ରବେଶ କରିଥିବା ବେଳେ ଆଉଥରେ ପୂର୍ବ ସଫଳତା ଦୋହରାଇବାକୁ ପ୍ରୟାସ କରିବେ ବୋଲି ଆୟର କହିଛନ୍ତି। ଆୟରଙ୍କ ପାଇଁ ପଞ୍ଜାବ କିଙ୍ଗ୍ସ ତୃତୀୟ ଫ୍ରାଞ୍ଚାଇଜ। କ୍ୟାପିଟାଲ୍ସ ପାଇଁ୨୦୧୫ରୁ ଖେଳିଥିବା ବେଳେ ବିଗତ ଦୁଇ ସଂସ୍କରଣରେ ସେ କୋଲକାତା ନାଇଟ ରାଇଡର୍ସର ଅଧିନାୟକ ରହିଥିଲେ।

ଅଧିକ ପଢନ୍ତୁ:ଘୋଷଣା ହେଲା ଖେଳରତ୍ନ ପୁରସ୍କାର; ତାଲିକାରେ ଅଛନ୍ତି ଏହି ୪ ଖେଳାଳି

IPL Shreyas Iyer Delhi Capitals Kings XI Punjab KKR
Advertisment
Advertisment