ଆଇପିଏଲ ଇତିହାସରେ ସବୁଠୁ ସଫଳ ଫ୍ରାଞ୍ଚାଇଜ୍ ହେଉଛି ମୁମ୍ବାଇ ଇଣ୍ଡିଆନ୍ସ । ଆଇପିଏଲ ଇତିହାସରେ ମୁମ୍ବାଇ ଇଣ୍ଡିଆନ୍ସ ପାଞ୍ଚ ଥର ଟ୍ରଫି ହାତେଇଛି । ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ MI ୫ ଥର ଟାଇଟଲ ନିଜ ନାଁରେ କରିଥିଲା । କିନ୍ତୁ ବର୍ତ୍ତମାନ ମୁମ୍ବାଇ ଦଳ ମଧ୍ୟରେ ଏକ ନୂଆ ଯୁଗ ଆରମ୍ଭ ହୋଇଛି । କାରଣ ବର୍ତ୍ତମାନ ମୁମ୍ବାଇର ଅଧିନାୟକ ରୋହିତ ଶର୍ମା ନୁହଁନ୍ତି ବରଂ ହାର୍ଦ୍ଦିକ ପାଣ୍ଡ୍ୟା । ଆଇପିଏଲ୍ ୨୦୨୫ ପାଇଁ ରୋହିତ ଶର୍ମା ଏବଂ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସମେତ ମୋଟ ପାଞ୍ଚ ଖେଳାଳିଙ୍କୁ MI ୭୫ କୋଟି ଟଙ୍କା ଦେଇ ରିଟେନ୍ କରିଛି । କିନ୍ତୁ ଆପଣ ଜାଣିଛନ୍ତି କି ଗତ ସିଜିନ୍ ଭଳି ଏହି ସିଜିନ୍ରେ ମଧ୍ୟ ମୁମ୍ବାଇ ଇଣ୍ଡିଆନ୍ସ ଚାରି ଜଣ କ୍ୟାପଟେନଙ୍କୁ ନେଇ ଖେଳିବାକୁ ଯାଉଛି ।
Also Read
ସର୍ବପ୍ରଥମେ, ଆସନ୍ତୁ ଜାଣିବା ଆଇପିଏଲ୍ ୨୦୨୫ ସିଜିନ୍ ପାଇଁ କେଉଁ ଖେଳାଳିଙ୍କୁ ରିଟେନ୍ କରି ମୁମ୍ବାଇ ଇଣ୍ଡିଆନ୍ସ । ରିଟେନ୍ କରାଯାଇଥିବା ପ୍ରଥମ ଖେଳାଳି ହେଉଛନ୍ତି ଜଶପ୍ରୀତ ବୁମ୍ରା । ତାଙ୍କୁ ମୁମ୍ବାଇ ୧୮ କୋଟିରେ ରିଟେନ୍ କରିଛି । ସେହିପରି ସୂର୍ଯ୍ୟକୁମାର ଯାଦବଙ୍କୁ ୧୬.୩୫ କୋଟି, ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ୧୬.୩୫ କୋଟି, ରୋହିତ ଶର୍ମା ୧୬.୩୦ କୋଟି ଏବଂ ତିଲକ ବର୍ମାଙ୍କୁ ୮ କୋଟିରେ ରିଟେନ୍ କରିଛି । ତେବେ ଏହି ୫ ଖେଳାଳିଙ୍କ ମଧ୍ୟ ୪ ଜଣ ଖେଳାଳି ଏମିତି ଅଛନ୍ତି ଯିଏକି ଭାରତୀୟ ଦଳର ଅଧିନାୟକତ୍ୱ ଭାର ସମ୍ଭାଳି ସାରିଛନ୍ତି କିମ୍ବା ଏବେ ମଧ୍ୟ ଦଳର ଅଧିନାୟକ ଅଛନ୍ତି ।
ଅଧିକ ପଢ଼ନ୍ତୁ: ଟେଷ୍ଟରେ ଧୋନି ଓ ରୋହିତଙ୍କ ଠାରୁ ଉତ୍ତମ ଅଧିନାୟକ ଥିଲେ ବିରାଟ
ଜଶପ୍ରୀତ ବୁମ୍ରା ଭାରତ ପାଇଁ ଟେଷ୍ଟ ଏବଂ ଟି -୨୦ ଦଳର ଅଧିନାୟକତ୍ୱ ଭାର ସମ୍ଭାଳିଛନ୍ତି । ସେହିପରି ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ ଗୌତମ ଗମ୍ଭୀରଙ୍କ କହିବାନୁସାରେ, ଅଷ୍ଟ୍ରେଲିଆ ବିପକ୍ଷରେ ବର୍ଡର-ଗାଭାସ୍କର ଟ୍ରଫିର ପ୍ରଥମ ଟେଷ୍ଟ ମ୍ୟାଚରେ ଯଦି ରୋହିତ ଶର୍ମା ନ ଖେଳନ୍ତି ତେବେ ବୁମ୍ରାଙ୍କୁ ମଧ୍ୟ ଅଧିନାୟକ ଭାବେ ଦେଖିବାକୁ ମିଳିବ । ଆଉ ଜଣେ ମୁମ୍ବାଇର ଷ୍ଟାର ବ୍ୟାଟ୍ସମ୍ୟାନ୍ ହେଉଛନ୍ତି ସୂର୍ଯ୍ୟକୁମାର ଯାଦବ । ସୂର୍ଯ୍ୟକୁମାର ଭାରତର ଟି-୨୦ ଦଳର ଅଧିନାୟକ ଥିବା ବେଳେ ରୋହିତ ଶର୍ମା ଟିମ୍ ଇଣ୍ଡିଆର ODI ଏବଂ ଟେଷ୍ଟ ଦଳର ନିୟମିତ ଅଧିନାୟକ ଅଟନ୍ତି । ସେହିପରି ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିଷୟରେ ଯଦି କହିବା ତାହାଲେ ସେ ଭାରତ ପାଇଁ ଦିନିକିଆ ଓ ଟି-୨୦ରେ ଭାରତର କ୍ୟାପଟେନ୍ସି ଭାର ସମ୍ଭାଳି ସାରିଛନ୍ତି ।
ତେବେ ଆଇପିଏଲ ୨୦୨୪ ସିଜିନ୍ ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସ, ଗୁଜୁରାଟ ଟାଇଟନ୍ସ ସହ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଟ୍ରେଡ୍ କରିଥିଲା । ଗତ ସିଜିନ୍ରେ MI ରୋହିତ ଶର୍ମାଙ୍କୁ ହଟାଇ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଅଧିନାୟକ ଦାୟିତ୍ୱ ଦେଇଥିଲା । ତାଙ୍କ ଅଧିନରେ ମୁମ୍ବାଇ ଶେଷ ଅର୍ଥାତ ପଏଣ୍ଟ ଟେବୁଲରେ ଦଶମ ସ୍ଥାନରେ ରହିଥିଲା ।
ସୂଚନା ଅନୁସାରେ ଶ୍ରୀଲଙ୍କାର ଷ୍ଟାର ବ୍ୟାଟ୍ସମ୍ୟାନ୍ ମହେଲା ଜୟୱାର୍ଦ୍ଦେନ ଆଇପିଏଲ-୨୦୨୫ ପାଇଁ ମୁମ୍ବାଇ ଇଣ୍ଡିଆନ୍ସର ମୁଖ୍ୟ ପ୍ରଶିକ୍ଷକ ଭାବେ ଫେରୁଛନ୍ତି । ସେ ଆନୁଷ୍ଠାନିକ ଭାବେ ନିଶ୍ଚିତ କରିଛନ୍ତି ଯେ ହାର୍ଦ୍ଦିକ ଆସନ୍ତା ସିଜିନ୍ରେ ମଧ୍ୟ ମୁମ୍ବାଇର ଅଧିନାୟକ ଭାବେ କାର୍ଯ୍ୟ କରିବେ । ସେପଟେ ରିଟେନ୍ସନ୍ ପରେ ଏବେ ମୁମ୍ବାଇ ପର୍ସରେ ୪୫ କୋଟି ଟଙ୍କା ରହିଛି । ତେବେ ଏହି ଟଙ୍କା ମଧ୍ୟରେ ମେଗା ଅକ୍ସନରେ ମୁମ୍ବାଇ କିପରି ଟିମ୍ ତିଆରି କରୁଛି ତାହା ଦେଖିବାର ବିଷୟ ।