Advertisment

Indo-Pak Cricket Tensions: ଭାରତ-ପାକିସ୍ତାନ ଟେନସନ, ଏସିଆ କପରୁ ଓହରିବା ନେଇ ଏମିତି କହିଲେ BCCI ସମ୍ପାଦକ

ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ନେଇ ଭାରତ ଓ ପାକିସ୍ତାନ ମଧ୍ୟରେ ରାଜନୈତିକ ଟେନସନ ଜାରି ରହିଛି। ଭାରତ ଅପରେସନ ସିନ୍ଦୂର ଜରିଆରେ ପାକିସ୍ତାନରେ ଥିବା ଆତଙ୍କୀ ଆଡ୍ଡା ଗୁଡିକ ଉପରେ ଆକ୍ରମଣ କରିଥିଲା। ଏପରି ସ୍ଥିତିରେ ଉଭୟ ରାଷ୍ଟ୍ର ୨୦୦୮ ପରଠାରୁ ଉଭୟ ଦେଶ ପରସ୍ପର ସହିତ ଦ୍ବିପାକ୍ଷିକ ସିରିଜ ଖେଳୁ ନାହାନ୍ତି।

author-image
Saroj Kumar Jena
ଅଦ୍ୟତନ ହୋଇଛି
asia cup

asia cup

ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ନେଇ ଭାରତପାକିସ୍ତାନ ମଧ୍ୟରେ ରାଜନୈତିକ ଟେନସନ ଜାରି ରହିଛି। ଭାରତ ଅପରେସନ ସିନ୍ଦୂର ଜରିଆରେ ପାକିସ୍ତାନରେ ଥିବା ଆତଙ୍କୀ ଆଡ୍ଡା ଗୁଡିକ ଉପରେ ଆକ୍ରମଣ କରିଥିଲା। ଏପରି ସ୍ଥିତିରେ ଉଭୟ ରାଷ୍ଟ୍ର ମଧ୍ୟରେ କ୍ରିକେଟ ଏକ ଅସମ୍ଭବ ବ୍ୟାପାର ମନେ ହୁଏ। ଅବଶ୍ୟ ଉଭୟ ଦଳ ୨୦୦୮ ପରଠାରୁ ଉଭୟ ଦେଶ ପରସ୍ପର ସହିତ ଦ୍ବିପାକ୍ଷିକ ସିରିଜ ଖେଳୁ ନାହାନ୍ତି। ଆତଙ୍କବାଦ ଓ କ୍ରୀଡା ଏକତ୍ର ରହିବା ସମ୍ଭବ ନୁହେଁ ବୋଲି ଭାରତ ସରକାର ସ୍ପଷ୍ଟ କରିଛନ୍ତି।

Advertisment

ଏଭଳି ଘଡି ସନ୍ଧି ମୂହୂର୍ତ୍ତରେ ଏସିଆ କପ କ୍ରିକେଟର ଭବିଷ୍ୟତକୁ ନେଇ ମଧ୍ୟ ସଙ୍କଟ ଦେଖା ଦେଇଛି। ବିଭିନ୍ନ ରିପୋର୍ଟ ଅନୁସାରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ଏକ ବଡ଼ ନିଷ୍ପତ୍ତି ନେଇଥିଲା। ଆଗାମୀ ଦିନରେ ଏସିଆ କପ ତଥା ଏସୀୟ କ୍ରିକେଟ ପରିଷଦ (ଏସିସି)ର ସମସ୍ତ କାର୍ଯ୍ୟକ୍ରମରୁ ଦୂରେଇ ରହିବା ନେଇ ରିପୋର୍ଟ ଆସିଥିଲା। ତେବେ ବିସିସିଆଇ ପକ୍ଷରୁ ଆନୁଷ୍ଠାନିକ ଭାବେ କୌଣସି ବୟାନ ଜାରି କରାଯାଇ ନ ଥିଲା। ସୋମବାର ବିସିସିଆଇ ସମ୍ପାଦକ ଦେବଜିତ ସାଇକିଆ ଏହା ଉପରେ ସ୍ପଷ୍ଟୀକରଣ ଦେଇଛନ୍ତି। ସାଇକିଆ କହିଛନ୍ତି ଭାରତର ଏସିଆ କପ ଅଂଶଗ୍ରହଣ ଉପରେ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ।

ଅଧିକ ପଢ଼ନ୍ତୁ: ଅହମଦାବାଦରେ ପୁଣି ଚମକିଲେ ସୁଦର୍ଶନ, ଡିଭିଲିୟର୍ସଙ୍କ ରେକର୍ଡ ସହ ସମକକ୍ଷ

Advertisment

ବର୍ତ୍ତମାନ ଭାରତୀୟ ପୁରୁଷ ଓ ମହିଳା ଦଳ ଇଂଲଣ୍ଡ ସିରିଜ ପାଇଁ ପ୍ରସ୍ତୁତ ହେଉଛନ୍ତି। ବିସିସିଆଇର ସମସ୍ତ ଫୋକସ ଏହି ସିରିଜ ଉପରେ ରହିଛି ବୋଲି ସାଇକିଆ କହିଛନ୍ତି। ଏସିଆ କପ ପାଇଁ ବର୍ତ୍ତମାନ ଅନେକ ସମୟ ରହିଥିବା ବେଳେ ଆଗାମୀ ଦିନରେ ଅଂଶଗ୍ରହଣ ନିଷ୍ପତ୍ତି ଉପରେ ବିଚାର କରାଯିବ ବୋଲି ସେ ସ୍ପଷ୍ଟ କରିଛନ୍ତି। ଏକାଧିକ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ବିସିସିଆଇ ଆସନ୍ତା ମାସରେ ଶ୍ରୀଲଙ୍କାରେ ହେବାକୁ ଥିବା ମହିଳା ଇମର୍ଜିଂ ଏସିଆ କପ ଏବଂ ସେପ୍ଟେମ୍ବରରେ ହେବାକୁ ଥିବା ପୁରୁଷ ଏସିଆ କପରୁ ଓହରିଯିବା ନିଷ୍ପତ୍ତି ଏସିସିକୁ ଜଣାଇ ଦେଇଛି।

ସୂଚନାଯୋଗ୍ୟ, ବର୍ତ୍ତମାନ ପାକିସ୍ତାନର ମନ୍ତ୍ରୀ ମୋହସିନ ନକଭି ଏସିସି ସଭାପତି ରହିଛନ୍ତି। ‘ଭାରତୀୟ ଦଳ ଏସିସି ଦ୍ୱାରା ଆୟୋଜିତ ଏକ ଟୁର୍ଣ୍ଣାମେଣ୍ଟରେ ଖେଳିପାରିବ ନାହିଁ, ଯାହାର ନେତୃତ୍ୱ ଜଣେ ପାକିସ୍ତାନୀ ମନ୍ତ୍ରୀ ନିଅନ୍ତି। ଏହା ଦେଶର ଭାବନା। ଆମେ ଇମର୍ଜିଂ ଏସିଆ କପରୁ ଆମର ପ୍ରତ୍ୟାହାର ବିଷୟରେ ଏସିସିକୁ ମୌଖିକ ଭାବରେ ଜଣାଇଛୁ, ଏବଂ ସେମାନଙ୍କର ଭବିଷ୍ୟତର ଇଭେଣ୍ଟଗୁଡ଼ିକରେ ଆମର ଅଂଶଗ୍ରହଣକୁ ମଧ୍ୟ ସ୍ଥଗିତ ରଖାଯାଇଛି। ଆମେ ଭାରତ ସରକାରଙ୍କ ସହିତ ନିରନ୍ତର ଯୋଗାଯୋଗରେ ଅଛୁ। ପୁରୁଷ ଏସିଆ କପ ଚଳିତ ବର୍ଷ ସେପ୍ଟେମ୍ବରରେ ଅନୁଷ୍ଠିତ ହେବାକୁ ଯାଉଛି, ଯାହା ଭାରତ ଦ୍ୱାରା ଆୟୋଜିତ ହେବ। ବିସିସିଆଇର ଏହି ମନୋଭାବ ଯୋଗୁ ଏହି ଟୁର୍ଣ୍ଣାମେଣ୍ଟର ଆୟୋଜନ ମଧ୍ୟ ବର୍ତ୍ତମାନ ପ୍ରଶ୍ନବାଚୀ ଘେରରେ। ଭାରତ, ପାକିସ୍ତାନ, ବାଂଲାଦେଶ, ଆଫଗାନିସ୍ତାନ ଏବଂ ଶ୍ରୀଲଙ୍କାକୁ ନେଇ ଏହି ଟୁର୍ଣ୍ଣାମେଣ୍ଟକୁ ବର୍ତ୍ତମାନ ପାଇଁ ସ୍ଥଗିତ ରଖାଯାଇପାରେ।

ଅଧିକ ପଢ଼ନ୍ତୁ: ବାପା ଅଟୋ ଚାଳକ, ପୁଅ ପ୍ରଥମ ମ୍ୟାଚ୍‌ରେ ବନିଗଲେ IPL ଷ୍ଟାର

India Pakistan Asia Cup
Advertisment
Advertisment