Advertisment

'X' ଅକ୍ଷର ପ୍ରତି ମସ୍କଙ୍କ ଅହେତୁକ ଦୁର୍ବଳତା : ଖାଲି କଂପାନୀ ନୁହେଁ, ପିଲାଙ୍କ ନାଁରେ ବି ରହିଛି 'ଏକ୍ସ'

ଟ୍ୱିଟରକୁ 'ଏକ୍ସ' ଭାବେ ନାମିତ କରିବା ପରେ ଚର୍ଚ୍ଚା ଜୋର ଧରିଛି। 'ଏକ୍ସ' ଲେଟର୍ ପ୍ରତି ଏଲନ ମସ୍କଙ୍କ ଅହେତୁକ ଦୁର୍ବଳତା ରହିଛି । ଏଲନ ମସ୍କଙ୍କର ଅନେକ କଂପାନୀର ନାଁରେ ଯୋଡ଼ି ହୋଇଛି 'ଏକ୍ସ' ।

author-image
Prangyan Parimita
ଅଦ୍ୟତନ ହୋଇଛି
Elon Musk's Long Obsession With The Letter X

Elon Musk

'ଏକ୍ସ' ଇନ୍, ବ୍ଲୁ ବାର୍ଡ ଆଉଟ୍ । ଟ୍ୱିଟରରୁ ବିଦାୟ ନେଲା ନୀଳ ପକ୍ଷୀ । ଏଣିକି ଟ୍ୱିଟରର ନୂଆ ଲୋଗୋ 'ଏକ୍ସ' । ଚର୍ଚ୍ଚାରେ ଏଲନ ମସ୍କଙ୍କ 'ରିବ୍ରାଣ୍ଡିଂ' ନିଷ୍ପତ୍ତି । ଲୋକପ୍ରିୟ ମାଇକ୍ରୋ ବ୍ଲଗିଂ ପ୍ଲାଟଫର୍ମ ଟ୍ୱିଟରର ମାଲିକାନା ହାତକୁ ନେବା ପରେ,  ଅଚାନକ ବଡ଼ ବଡ଼ ପରିବର୍ତ୍ତନ କରି ସାରା ବିଶ୍ୱକୁ ଚମକାଇ ଦେଇଛନ୍ତି ବିଶ୍ୱର ଏକ ନମ୍ବର ଧନୀ ବ୍ୟକ୍ତି ତଥା ସ୍ପେଶ ଏକ୍ସ ଓ ଟେସଲାର ମାଲିକ ଏଲନ ମସ୍କ । ତେବେ ଟ୍ୱିଟରର ନାଁ ଓ ଲୋଗୋକୁ ରାତାରାତି 'ଏକ୍ସ'କୁ ପରିବର୍ତ୍ତନ, ଅଧିକାଂଶ ୟୁଜରଙ୍କୁ ଚକିତ କରିଛି ।

Advertisment

କେବଳ ଯେ ଟ୍ୱିଟର ଲୋଗୋରୁ ନୀଳ ଚଢ଼େଇକୁ ହଟାଇ ସେଠାରେ ଇଂରାଜୀ ଆଲଫାବେଟ୍ 'ଏକ୍ସ'କୁ ନୂଆ ଲୋଗୋ କରାଯାଇଛି ତା ନୁହେଁ, ଏବେଠୁ ଟ୍ୱିଟରର ନୂଆ ନାଁ ବି 'ଏକ୍ସ'କୁ ପରିବର୍ତ୍ତିତ ହୋଇଛି । ଏଣିକି ଗୋଟିଏ ଟ୍ୱିଟକୁ ଗୋଟିଏ ଏକ୍ସ ବୋଲି କୁହାଯିବ । ଫଳରେ ହୁଏତ ଇଣ୍ଟରନେଟ ଜଗତରୁ ବିଦାୟ ନେଇ ଇତିହାସ ପାଲଟିପାରେ ଟ୍ୱିଟରର ନାଁ ଏବଂ ଅତି ପରିଚିତ ବ୍ଲୁ ବାର୍ଡ ଲୋଗୋ ।...

ଟ୍ୱିଟରର ନୂଆ ଅବତାର ଏକ୍ସରେ ଭବିଷ୍ୟତରେ ଯୋଡ଼ିହେବାକୁ ଯାଉଛି ଅନେକ ଫିଚର । ଆଗାମୀ ଦିନରେ ଏଥିରେ ଅଡିଓ, ଭିଡିଓ, ମେସେଜିଂ ପେମେଣ୍ଟ ବା ବ୍ୟାଙ୍କିଂ ସେବା ଉପଲବ୍ଧ ହେବ ବୋଲି ଜଣାଇଛନ୍ତି କଂପାନୀର ସିଇଓ ଲିଣ୍ଡା ୟାକାରିନୋ । ଏଥିରେ ଆର୍ଟିଫିସିଆଲ୍ ଇଣ୍ଟଲିଜେନ୍ସ ବା AIକୁ ଯୋଡ଼ାଯିବ । ଫଳରେ ଏହା ବିଭିନ୍ନ ଆଇଡିଆ, ସାମଗ୍ରୀ, ସେବା ଓ ସୁଯୋଗର ବୈଶ୍ୱିକ ବାଣିଜ୍ୟସ୍ଥଳରେ ପରିଣତ ହେବ ବୋଲି ସେ ଟ୍ୱିଟ୍ କରିଛନ୍ତି । ସୂଚନା ଯୋଗ୍ୟ ଯେ, କିଛି ମାସ ପୂର୍ବରୁ ହଠାତ୍ ଏଲନ ମସ୍କ ନୀଳ ପକ୍ଷୀକୁ ଟ୍ୱିଟର ଲୋଗୋରୁ ହଟାଇ କିଛି ଦିନ ପାଇଁ ସେହି ସ୍ଥାନରେ ଡଜ୍ କଏନର କୁକୁର ଚିତ୍ରକୁ ସ୍ଥାନିତ କରିଥିଲେ।...

Advertisment

ଏଲନ୍ ମସ୍କଙ୍କୁ କହିହେବ କି ଏକ୍ସ-ମ୍ୟାନ୍?

ଟ୍ୱିଟରକୁ 'ଏକ୍ସ' ଭାବେ ନାମିତ କରିବା ପରେ ଚର୍ଚ୍ଚା ଜୋର ଧରିଛି ।'ଏକ୍ସ' ଲେଟର୍ ପ୍ରତି ଏଲନ ମସ୍କଙ୍କ ଅହେତୁକ ଦୁର୍ବଳତା ରହିଛି । ଏଲନ ମସ୍କଙ୍କର ଅନେକ କଂପାନୀର ନାଁରେ ଯୋଡ଼ି ହୋଇଛି 'ଏକ୍ସ' । ସବୁଠୁ ଚର୍ଚ୍ଚିତ ହେଉଛି ତାଙ୍କର ମହାକାଶ ଅଭିଯାନ ସଂପର୍କିତ ଟେକନୋଲୋଜି କଂପାନୀ ସ୍ପେଶ୍-ଏକ୍ସ । ତେବେ ଏକ୍ସ ଆଲଫାବେଟ୍ ପ୍ରତି ତାଙ୍କର ଆଗ୍ରହ ପ୍ରଥମେ ଦେଖିବାକୁ ମିଳିଥିଲା ୧୯୯୯ ମସିହାରେ ।

ଏକ୍ସ ଡଟ୍ କମ୍ ୱେବସାଇଟ ଡୋମେନ୍ କିଣି ଅନଲାଇନ ବ୍ୟାଙ୍କି ସର୍ଭିସ୍ ପ୍ଲାଟଫର୍ମ ତିଆରି କରିଥିଲେ ଏଲନ ମସ୍କ। ପରେ ଏହା ପେ'ପାଲ୍ ରେ ପରିଣତ ହୋଇଥିଲା । ୨୦୧୭ରେ ସେ ପେ'ପାଲ୍ ଠାରୁ ନିଜର ପୁରୁଣା ଏକ୍ସ ଡଟ୍ କମ୍ ଡୋମେନକୁ କିଣି ନିଜ ପାଖରେ ସାଇତି ରଖିଥିଲେ। ଯାହାକି ଏବେ ୬ ବର୍ଷ ପରେ ପୁଣିଥରେ ସକ୍ରିୟ ହେବା ସହିତ ଟ୍ୱିଟର ୱେବସାଇଟକୁ ରିଡାଇରେକ୍ଟ ହେଉଛି । ଏହି ଡୋମେନ୍ ତାଙ୍କର ଭାବାବେଗ ସହ ଜଡ଼ିତ ବୋଲି ପୂର୍ବରୁ ସ୍ପଷ୍ଟ କରିଥିଲେ ମସ୍କ ।

ତେବେ କେବଳ ଏକ୍ସ ଡଟ୍ କମ୍ କି ସ୍ପେଶ୍-ଏକ୍ସ ନୁହେଁ, ଏଲନ ମସ୍କ ତାଙ୍କର ଟେସଲା ଇଲେକ୍ଟ୍ରିକ୍ କାରର ଗୋଟିଏ ଭର୍ସନର ନାଁ ରଖିଛନ୍ତି ମଡେଲ୍-ଏକ୍ସ । ଟ୍ୱିଟରର ପ୍ୟାରେଣ୍ଟ କଂପାନୀର ନାଁ ଦେଇଛନ୍ତି ଏକ୍ସ-କର୍ପ । ଚଳିତ ମାସ ସେ ଲଞ୍ଚ କରିଥିବା ଆର୍ଟିଫିସିଆଲ୍ ଇଣ୍ଟଲିଜେନ୍ସ କଂପାନୀର ନାଁ ହେଉଛି ଏକ୍ସ-ଏଆଇ। ଜାଣିଲେ ଆଶ୍ଚର୍ଯ୍ୟ ହେବେ, କେବଳ ନିଜର ବିଭିନ୍ନ କଂପାନୀ ନୁହେଁ, ବିଶ୍ୱର ଏହି ଧନୀ ବ୍ୟକ୍ତି ତଥା ଚର୍ଚ୍ଚିତ ଉଦ୍ୟୋଗପତି ନିଜର ଏକ ସନ୍ତାନର ନାଁ ରେ ବି ଏକ୍ସକୁ ଯୋଡ଼ିଛନ୍ତି । ତାଙ୍କର ଜଣେ ପୁଅର ନାଁ ହେଉଛି X AE A-XII ମସ୍କ।

Twitter Elon Musk
Advertisment
Advertisment