ରାଜାଙ୍କ ପାଇଁ ଫଶିବେ କି ବବି-ପାଣ୍ଡିଆନ୍ ? ସିଧାସିଧା ଟାର୍ଗେଟ୍ କଲେଣି ସାଂସଦ । କ୍ୟାମେରା ସାମ୍ନାକୁ ଆସିଲେ ଗୁମର କଥା କହିଲେ । ବହୁ ଚର୍ଚ୍ଚିତ ଶୁଆକାଟୀ ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସିରେ ଟଙ୍କା ହେରଫେର ଘଟଣାରେ କୁଆଡ଼େ ରହିଛି ବିଜେଡିର ପୂର୍ବତନ ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଓ ପୂର୍ବତନ ବିଜେଡି ନେତା ପାଣ୍ଡିଆନ୍ଙ୍କ ହାତ । ଶୁଆକାଟୀ ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସିରେ ଟଙ୍କା ହେରଫେର ଘଟଣାକୁ ନେଇ EOW ବାରମ୍ବାର ଚଢ଼ାଉ କରୁଛି । ଜଣେ ASPଙ୍କ ନେତୃତ୍ବରେ ଗୋଟିଏ ଟିମ୍ ରାଜାଙ୍କର ଜଗନ୍ନାଥପୁର ସ୍ଥିତ ଘରେ ଚଢାଉ କରିଥିଲା । ଏହି ଚଢାଉ ବେଳେ EOW ବହୁ ତଥ୍ୟ ପାଇଥିବା ସୂଚନା ମିଳିଛି ।
Also Read
ଅଧିକ ପଢ଼ନ୍ତୁ: ବିରୋଧୀଙ୍କୁ ଦରକାର ହଜମ ଗୋଲି: ମୁଖ୍ୟମନ୍ତ୍ରୀ
ବବି ଦାସ ଓ ପାଣ୍ଡିଆନଙ୍କ ଯୋଗୁଁ ପାୱାରଫୁଲ ଥିଲେ ବିଜେଡି ନେତା ରାଜା ଚକ୍ର । ଏଭଳି ସଂଗୀନ ଅଭିଯୋଗ ଆଣି ବିଜେଡିକୁ ଘେରିଛନ୍ତି ବିଜେପି ରାଜ୍ୟସଭା ସାଂସଦ ମମତା ମହାନ୍ତ । ତା ସହ ଖଣି ସମୃଦ୍ଧ କେନ୍ଦୁଝର ଜିଲ୍ଲାରେ ରାଜା ଚକ୍ରଙ୍କୁ କିଏ ଏତେ ପାୱାର ଦେଇଥିଲା ବୋଲି ପ୍ରଶ୍ନ କରିବା ସହ ମୋହନ ସରକାରରେ ଯିଏ ଦୁର୍ନୀତି କରିବ ଦଣ୍ଡ ପାଇବ ବୋଲି କହିଛନ୍ତି ମମତା । ତେବେ ମମତାଙ୍କ ଆରୋପର ଜବାବ ରଖି ବିଜେଡି ବିଧାୟକ ଗୌତମ ବୁଦ୍ଧ ଦାସ କହିଛନ୍ତି- ତଦନ୍ତ ଚାଲିଛି, ତଦନ୍ତରେ ଯିଏ ଦୋଷୀ ହେବ ସରକାର ତା’ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ।
ତେବେ ୨୦୧୪ ମସିହାରେ ବଦ୍ରିଙ୍କ ବିରୁଦ୍ଧରେ ପ୍ରମୁଖ ଦାବିଦାର ହିସାବରେ ଠିଆ ହୋଇଥିଲେ ରାଜା । ବିଜେଡିର ଅନ୍ୟତମ ପ୍ରମୁଖ ନେତା ବବି ଦାସଙ୍କ ଭାଇ କହିବା ଆରମ୍ଭ କରି ରାଜା ଚଳାଇଥିଲେ ତାଙ୍କର କଳା ସାମ୍ରାଜ୍ୟ । କେନ୍ଦୁଝରରେ ସବୁ ବିଭାଗର ନିର୍ମାଣ କାମର ଠିକାଦାରୀ କାମ କିଏ ନେବ ରାଜା ଓ ତା’ର ସିଣ୍ଡିକେଟ ନିଷ୍ପତ୍ତି ନେଉଥିଲେ।