Advertisment

Mohan Majhi targets BJD: ବିରୋଧୀଙ୍କୁ ଦରକାର ହଜମ ଗୋଲି: ମୁଖ୍ୟମନ୍ତ୍ରୀ

୯ ମାସରେ ଏକ କୋଟିରୁ ଅଧିକ ମହିଳାଙ୍କୁ ସୁଭଦ୍ରା କିସ୍ତି ମିଳିଛି। ୨୪ ବର୍ଷ ଧରି କ୍ଷମତାରେ ଥିବା ବିଜେଡି କେବଳ ମହିଳାଙ୍କ ପାଇଁ ସ୍ଲୋଗାନ ଦେଉଥିଲା। ଆମେ କିନ୍ତୁ କ୍ଷମତାକୁ ଆସିବାର ୨୪ ମିନିଟରେ ଏହାକୁ ପୂରଣ କରିଛୁ। ସେମାନେ ଧାନରେ ୧୦୦ ଟଙ୍କା ବୋନସ୍ ଦେବେ କହି ଦେଲେନାହିଁ, ଆମ ସରକାର କୁଇଣ୍ଟାଲ ପିଛା ୮୦୦ ଟଙ୍କାର ଇନପୁଟ୍ ସବ୍ସିଡି ଦେଉଛି।

author-image
Saroj Kumar Jena
undefined

mohan majhi

ଦ୍ବିତୀୟ କିସ୍ତି ସୁଭଦ୍ରା ଟଙ୍କା ବାଣ୍ଟିଲେ। ଆଉ ବିରୋଧୀଙ୍କୁ ହଜମର ଗୋଲି ଖାଇବାକୁ ପରାମର୍ଶ ଦେଲେ। ବ୍ରହ୍ମପୁରରେ ମହିଳା ଦିବସ ଅବସରରେ ଗ୍ରାଣ୍ଡ ସେଲିବ୍ରେସନ କରି ମୁଖ୍ୟମନ୍ତ୍ରୀ ବାଣ୍ଟିଛନ୍ତି ସୁଭଦ୍ରା ଟଙ୍କା। ଏହାସହ ବିଜେଡିର ୨୪ ବର୍ଷର ଅପାରଗ ଶାସନକୁ କଡ଼ା ସମାଲୋଚନା କରିଛନ୍ତି।

Advertisment

ମହିଳା ଦିବସରେ ରାଜ୍ୟର ମହିଳା ପାଇଲେ ସୁଭଦ୍ରା ଦ୍ବିତୀୟ କିସ୍ତି। ଏକ କୋଟିରୁ ଅଧିକ ମହିଳାଙ୍କ ଆକାଉଣ୍ଟକୁ ଗଲା ପାଖାପାଖି ୫ ହଜାର କୋଟି ଟଙ୍କା। ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆଜି ବ୍ରହ୍ମପୁର ଆମ୍ବପୁଆ ଠାରେ ଆୟୋଜିତ ସ୍ବତନ୍ତ୍ର ଉତ୍ସବରେ ଯୋଗଦେଇ ବାଣ୍ଟିଛନ୍ତି ସୁଭଦ୍ରା ଟଙ୍କା। କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ସହ ଦୁଇ ଉପମୁଖ୍ୟମନ୍ତ୍ରୀ ବି ଉପସ୍ଥିତ ଥିଲେ। ମହିଳାଙ୍କୁ ପ୍ରତିଶ୍ରୁତି ଦେଇ ଆମ ସରକାର ଏହାକୁ ୯ ମାସରେ ପୂରଣ କରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ଅଧିକ ପଢ଼ନ୍ତୁ: ପଞ୍ଚାୟତିରାଜ ମନ୍ତ୍ରୀଙ୍କ ବଡ଼ ବୟାନ; କହିଲେ ‘ବିଜୁ ବାବୁଙ୍କୁ ବ୍ୟବହାର କରି ରାଜନୀତି କରୁଛି ବିଜେଡି’

Advertisment

ବର୍ତ୍ତମାନ ସୁଦ୍ଧା ସୁଭଦ୍ରା ହିତାଧିକାରୀମାନେ ଦୁଇଟି କିସ୍ତିରେ ୧୦ ହଜାର ଟଙ୍କା ଲେଖାଏଁ ପାଇସାରିଲେଣି। ସୁଭଦ୍ରା ଯୋଜନାର ଉଦ୍ଦେଶ୍ୟ ହେଉଛି ମହିଳାଙ୍କୁ ସଶକ୍ତ କରିବା। ସୁଭଦ୍ରା ଏବେ ଆଉ ଯୋଜନା ହୋଇରହିନାହିଁ ଏହା ବିପ୍ଲବରେ ପରିଣତ ହୋଇଛି। ସେହିପରି ୨୦୨୭ ସୁଦ୍ଧା ୨୫ ଲକ୍ଷ ଲକ୍ଷପତି ଦିଦିଙ୍କୁ ସୃଷ୍ଟି କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଅନ୍ୟପଟେ ସୁଭଦ୍ରା ସଭାରୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିରୋଧୀ ବିଜେଡିକୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି।

୯ ମାସରେ ଏକ କୋଟିରୁ ଅଧିକ ମହିଳାଙ୍କୁ ସୁଭଦ୍ରା କିସ୍ତି ମିଳିଛି। ୨୪ ବର୍ଷ ଧରି କ୍ଷମତାରେ ଥିବା ବିଜେଡି କେବଳ ମହିଳାଙ୍କ ପାଇଁ ସ୍ଲୋଗାନ ଦେଉଥିଲା। ଆମେ କିନ୍ତୁ କ୍ଷମତାକୁ ଆସିବାର ୨୪ ମିନିଟରେ ଏହାକୁ ପୂରଣ କରିଛୁ। ସେମାନେ ଧାନରେ ୧୦୦ ଟଙ୍କା ବୋନସ୍ ଦେବେ କହି ଦେଲେନାହିଁ, ଆମ ସରକାର କୁଇଣ୍ଟାଲ ପିଛା ୮୦୦ ଟଙ୍କାର ଇନପୁଟ୍ ସବ୍ସିଡି ଦେଉଛି। ବିରୋଧୀ ଆମ ବିକାଶକୁ ହଜମ କରିପାରୁନାହାଁନ୍ତି। ସେଥିପାଇଁ ତାଙ୍କୁ ହଜମ୍ ଗୋଲି ଦରକାର ବୋଲି କଟାକ୍ଷ କରିଛନ୍ତି ମୁଖ୍ୟମନ୍ତ୍ରୀ।

ଗୋଟିଏ ପଟେ ମହିଳା ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସୁଭଦ୍ରା କିସ୍ତି ବଣ୍ଟନ। ଆଉ ଅନ୍ୟପଟେ ସୁଭଦ୍ରାକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ଶଙ୍ଖ ଭବନରେ ଆୟୋଜିତ ମହିଳା ଦିବସ କାର୍ଯ୍ୟକ୍ରମରେ ଯୋଗ ଦେଇ କହିଛନ୍ତି, ସୁଭଦ୍ରାରେ ଦିନକୁ ୨୭ ଟଙ୍କା ଦେଇ ବାହା ବା ନେଉଛନ୍ତି ସରକାର। କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି ପ୍ରଚାରରେ କିନ୍ତୁ ମହିଳା କଣ ୨୭ ଟଙ୍କାରେ ସଶକ୍ତ ହୋଇ ପାରିବେ ବୋଲି ପ୍ରଶ୍ନ କରିଛନ୍ତି। ବିଜେପି କହିଛି ନବୀନଙ୍କ ମସ୍ତିଷ୍କ ଆଉ କାମ କରୁନି।

ଅଧିକ ପଢ଼ନ୍ତୁ: ଓଡ଼ିଶା ସହିତ ମିଶିବା ଏକ ଐତିହାସିକ ଭୁଲ ଥିଲା-ଜୟନାରାୟଣ ମିଶ୍ର

Advertisment
Advertisment