/odishatv-khabar/media/post_attachments/uploadimage/library/16_9/16_9_0/IMAGE_1744028739.jpg)
Cuttack Politics
ସଂସଦରେ ୱକଫ୍ ସଂଶୋଧନ ବିଲକୁ ନେଇ ସାଂସଦ ଦେବାଶିଷ ସାମନ୍ତରାୟଙ୍କୁ ଟାର୍ଗେଟ୍ କଲେ ବିଧାୟିକା ସୋଫିଆ ଫିର୍ଦୋସ ।
ୱକ୍ଫ ବିଲ୍ ଭୋଟ୍ ବେଳେ ୱାକଆଉଟ୍କୁ ଦେବାଶିଷଙ୍କୁ କଡା ସମାଲୋଚନା କଲେ ବାରବାଟୀ କଟକ କଂଗ୍ରେସ ବିଧାୟିକା ସୋଫିଆ । କହିଲେ, ଦେବାଶିଷ ବାବୁ ବିଜେପିକୁ ସମର୍ଥନ କରିଛନ୍ତି । ଗୋଟିଏ ଭୋଟର ବି ମୂଲ୍ୟ ଥାଏ, ବିରୋଧରୁ ଗୋଟିଏ ଭୋଟ କମିଲା ମାନେ ବିଜେପିର ସଂଖ୍ୟା ଗଣିତରେ ଗୋଟିଏ ବଢିଲା । ଏହାଦ୍ୱାରା ବିଜେପିର ୱେଟେଜ୍ ବଢ଼ିଲା । ଏହି ଘଟଣାରେ ବାରବାଟୀ କଟକ ଲୋକେ ତାଙ୍କ ନିଷ୍ପତ୍ତିରେ ଦୁଃଖିତ ଥିବା କହିଛନ୍ତି ସୋଫିଆ । ସୋଫିଆଙ୍କ ମତରେ, ଯଦି ବାରବାଟୀ ଲୋକଙ୍କ ସହ ଭାବାବେଗ ଥାଆନ୍ତା ତେବେ ଦେବାଶିଷ ବାବୁ ରାଜ୍ୟସଭାରେ ବିଲକୁ ବିରୋଧ କରିଥାନ୍ତେ । ନିଜକୁ ବଞ୍ଚାଇବା ପାଇଁ ବିରୋଧ ନ କରି ୱାକଆଉଟ୍ କରିଛନ୍ତି ।
ଅଧିକ ପଢ଼ନ୍ତୁ: ଟ୍ୱିଟ୍ ପରଠୁ ଧରାଛୁଆଁ ଦେଉନାହାନ୍ତି ସସ୍ମିତ, ବିଷ ଉଗାଳିଲେ ମୁନା ଖାନ୍
ନିଜକୁ ବଞ୍ଚାଇବା ପାଇଁ ବିଜେପି ସହ ଶହେ ପ୍ରତିଶତ ଡିଲ୍ କରିଛନ୍ତି । ସୋଫିଆ ଅଭିଯୋଗ କରିଛନ୍ତି, ୨୪ ବର୍ଷର ସ୍କାମ୍ ଧୋଇବାକୁ ସବୁକ୍ଷେତ୍ରରେ ବିଜେପିକୁ ସମର୍ଥନ କରୁଛି ବିଜେଡି । କଟକର ମୁସଲିମ ଲୋକଙ୍କ ସହ ଦେବାଶିଷ ବାବୁ ପ୍ରତାରଣା କରିଛନ୍ତି । ବିଜେଡି ଗତ ୧୦ ମାସ ଭିତରେ ରାଜ୍ୟରେ ବିଭିନ୍ନ ପ୍ରସଙ୍ଗରେ ମଧ୍ୟ ବିଜେପି ସରକାରକୁ ସମର୍ଥନ କରିଆସୁଥିବା ସେ କହିଛନ୍ତି । ମହିଳା ନିର୍ଯାତନା ପ୍ରସଙ୍ଗରେ କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରୁଥିବା ବେଳେ ବିଜେଡି କିନ୍ତୁ ଏହି ପ୍ରସଙ୍ଗକୁ ସମର୍ଥନ କରିନଥିଲା ।
ସୋଫିଆଙ୍କ ଏହି ଦୋଷାରୋପ ଉପରେ ଦେବାଶିଷ ସାମନ୍ତରାୟ କହିଛନ୍ତି, ସୋଫିଆଙ୍କ କଥାରେ ଟିପ୍ପଣୀ ଦେଇ ମୁଁ ମୋର ସ୍ତର କମାଇବାକୁ ଚାହୁଁନାହିଁ । ସୋଫିଆ ନୂଆ ନୂଆ ରାଜନୀତିକୁ ଆସିଛନ୍ତି । ସେ ଓ ତାଙ୍କ ବାପା କଟକ ପାଇଁ କିଛି କରିନାହାନ୍ତି । ମୁଁ ଭୋଟଦାନରୁ ବିରତ ରହିବା ଅର୍ଥ ମୁଁ ଆମ ଦଳ ବିରୋଧରେ ଯାଇଛି । କାରଣ ବିବେକାନୁମୋଦିତ ଭୋଟ କଥାକୁ ମୁଁ ସମର୍ଥନ କରିନାହିଁ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)