• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ମାର୍ଚ୍ଚ ୫ରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀ ଆସିବା ନେଇ ସହପ୍ରଭାରୀ ଲତା ଉସେଣ୍ଡି ସୂଚନା ଦେଇଛନ୍ତି । ପ୍ରଧାନମନ୍ତ୍ରୀଙ୍କର ଯାଜପୁର ଗସ୍ତ କାର୍ଯ୍ୟକ୍ରମ ରହିଛି । ଯାଜପୁରର ଚଣ୍ଡିଖୋଲରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ରହିଥିବା ସୂଚନା ଦିଆଯାଇଛି ।

ପୂର୍ବରୁ ଚଳିତ ମାସ ଶେଷ ଆଡ଼କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଆସିବେ ବୋଲି କୁହାଯାଉଥିଲା । ଫେବୃଆରୀ ୨୮ ତାରିଖ ପାଖାପାଖି ମୋଦି ଓଡ଼ିଶା ଆସିବେ ବୋଲି କହିଥିଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ଦିଲ୍ଲୀରୁ ଫେରି ଏହି ସୂଚନା ଦେବା ସହ ମନମୋହନ ଆହୁରି କହିଥିଲେ ଯେ, ଘରେ ଘରେ ମୋଦିଙ୍କ ଗ୍ୟାରେଣ୍ଟି ପହଞ୍ଚିବା ସହ କେନ୍ଦ୍ରୀୟ ଯୋଜନା ସମ୍ପର୍କରେ ଦଳୀୟ କର୍ମୀ ଲୋକଙ୍କୁ ଅବଗତ କରିବେ ।

ଅଧିକ ପଢ଼ନ୍ତୁ: ବୈଜୟନ୍ତ ପଣ୍ଡାଙ୍କୁ ୧୦୧ ଲୋକସଭା ଆସନ ଦାୟିତ୍ୱ ଦେଲା ବିଜେପି

ବର୍ତ୍ତମାନ ମାର୍ଚ୍ଚ ୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଆସିବେ ବୋଲି ସ୍ପଷ୍ଟ ସୂଚନା ଦିଆଯାଇଛି । ଯାଜପୁର ଜିଲ୍ଲାର ଚଣ୍ଡିଖୋଲରେ ଏକ ସାଧାରଣ ସଭାକୁ ମୋଦି ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଛି ।

ସୂଚନା ଥାଉ କି, ଫେବ୍ରୁଆରୀ ୩ରେ ଦିନିକିଆ ଓଡ଼ିଶା ଗସ୍ତରେ ଆସିଥିଲେ ପ୍ରଧାନମନ୍ତ୍ରୀ। ଏହି ଗସ୍ତ ସମୟରେ ସେ ସମ୍ବଲପୁରରେ IIMର ନୂଆ କ୍ୟାମ୍ପସକୁ ବିଧିବଦ୍ଧ ଭାବେ ଉଦଘାଟନ କରିଥିଲେ । ଏହାପରେ ମୋଦି ସମ୍ବଲପୁରର ରେମେଡ୍‌ ପଡ଼ିଆରେ ଆୟୋଜିତ ଏକ ସାଧାରଣ ସଭାରେ ମଧ୍ୟ ଯୋଗ ଦେଇଥିଲେ ।

ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପରେ ଓଡ଼ିଶା ଗସ୍ତରେ ଆସିଥିଲେ ବରିଷ୍ଠ ବିଜେପି ନେତା ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ। ଘରେ ଘରେ ମୋଦିଙ୍କ ଗ୍ୟାରେଣ୍ଟି ପହଞ୍ଚାଇବା ସହ କେନ୍ଦ୍ରୀୟ ଯୋଜନା ସମ୍ପର୍କରେ ଲୋକଙ୍କୁ ଅବଗତ କରାଇଥିଲେ ଶିବରାଜ । ସେହିପରି ଫେବ୍ରୁଆରୀ ୨୨ରେ ଦିନିକିଆ ଓଡ଼ିଶା ଗସ୍ତରେ ଆସିଥିଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ସେ ନବରଙ୍ଗପୁର, ଗଂଜାମବାରିପଦାରେ ଦଳୀୟ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ନିର୍ବାଚନକୁ ଆଉ ମାତ୍ର କେଇଟା ଦିନ ବାକି ରହିଥିବାବେଳେ ବାରମ୍ବାର କେନ୍ଦ୍ର ନେତାଙ୍କ ଓଡ଼ିଶା ଗସ୍ତ ରାଜ୍ୟ ବିଜେପି ଶିବିରକୁ ଚଳଚଞ୍ଚଳ କରିବା ସହ ନେତାଙ୍କ ଉତ୍ସାହ ବଢ଼ାଉଛି । 

  • Reported by:
  • JAGDISH DAS