/odishatv-khabar/media/post_attachments/uploadimage/library/16_9/16_9_0/IMAGE_1709186227.jpg)
Baijayant Panda
ବିଜେପିର ଆଜି କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ । ଏହି ବୈଠକରେ ପ୍ରଥମ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ଦଳର ଟିକେଟ ଚୂଡ଼ାନ୍ତ ହୋଇପାରେ । ତେବେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ଉପରେ ଦଳ ଏଥର ଗୁରୁଦାୟିତ୍ୱ ଦେଇଛି । ବୈଜୟନ୍ତ ପଣ୍ଡାଙ୍କୁ ୧୦୧ ଲୋକସଭା ଆସନର ଦାୟିତ୍ୱ ମିଳିଛି ।
ଉତ୍ତର ପ୍ରଦେଶର ୮୦, ଆସାମର ୧୪ ଓ ଦିଲ୍ଲୀର ୭ ଲୋକସଭା ଆସନ ଦାୟିତ୍ୱ ବୈଜୟନ୍ତଙ୍କ ଉପରେ ନ୍ୟସ୍ତ କରାଯାଇଛି । ଏଥର ସାଧାରଣ ନିର୍ବାଚନରେ 'NDA ୪ଶହ ପାର' ଲକ୍ଷ୍ୟ ରଖିଥିବା ବେଳେ ବୈଜୟନ୍ତଙ୍କ ଦାୟିତ୍ୱରେ ସର୍ବାଧିକ ଆସନ ରହିଛି । ବିଜେପି ଦଳୀୟ ଇତିହାସରେ ଜଣେ ନେତାଙ୍କୁ ଏତେ ଆସନ ଦାୟିତ୍ୱ ମିଳିବା ପ୍ରଥମ ଘଟଣା।
ଅଧିକ ପଢ଼ନ୍ତୁ: ଲକ୍ଷ୍ନୌରେ BJP ର ଗୁରୁତ୍ୱପୂର୍ଣ୍ଣ ବୈଠକ, ସାମିଲ ହେଲେ ବୈଜୟନ୍ତ ପଣ୍ଡା
ଆଜି ବିଜେପିର ସିଇସି ବୈଠରେ ବିଭିନ୍ନ ରାଜ୍ୟର ନିର୍ବାଚନ ଦାୟିତ୍ୱରେ ଥିବା ଦଳୀୟ ବରିଷ୍ଠ ଅଧିକାରୀଙ୍କ ସହ ପର୍ଯ୍ୟାୟ କ୍ରମେ ଆଲୋଚନା ହେବ । ପୂର୍ବରୁ ବୈଜୟନ୍ତ ମଣିପୁର ଦାୟିତ୍ୱରେ ଥିବାବେଳେ ଦଳକୁ ଭଲ ସଫଳତା ମିଳିଥିଲା । ସେହିପରି ବୈଜୟନ୍ତ ଆସାମ ଦାୟିତ୍ୱ ନେବା ପରେ ରାଜ୍ୟରେ ଦ୍ୱିତୀୟ ଥର ପାଇଁ ସରକାର ଗଢ଼ିଥିଲା ବିଜେପି ।
ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଭାବେ ନିରନ୍ତର ଦାୟିତ୍ୱ ତୁଲାଉଥିବା ବୈଜୟନ୍ତ ପଣ୍ଡା ଏବେ ଉତ୍ତରପ୍ରଦେଶ, ଦିଲ୍ଲୀ ଓ ଆସାମର ପ୍ରଭାରୀ ଦାୟିତ୍ୱରେ ଅଛନ୍ତି । ସେହିପରି ବୈଜୟନ୍ତଙ୍କୁ ଉତ୍ତରପ୍ରଦେଶ ନିର୍ବାଚନ ପ୍ରଭାରୀ ଭଳି ଗୁରୁଦାୟିତ୍ୱ ଦେଇଛି ଦଳ ।
ଅଧିକ ପଢ଼ନ୍ତୁ: ସରକାରୀ ବିଜ୍ଞାପନରେ ‘ଶଙ୍ଖ’ ଚିହ୍ନ ବ୍ୟବହାର, BJD ଓ ରାଜ୍ୟ ସରକାରଙ୍କୁ ସ୍ପଷ୍ଟୀକରଣ ମାଗିଲେ ECI
ସେପଟେ ଆଜି ବିଜେପିର ସେଣ୍ଟ୍ରାଲ୍ ଇଲେକସନ୍ କମିଟି ବା CEC ବୈଠକ ବସୁଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ୍ ଶାହ, ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ପ୍ରମୁଖ ଏଥିରେ ସାମିଲ ହେବେ । ଆଜିର ବୈଠକ ପରେ ଖୁବ୍ ଶୀଘ୍ର ବିଜେପି ପ୍ରଥମ ପର୍ଯ୍ୟାୟରେ ନିଜର ୧୦୦ ଜଣିଆ ପ୍ରାର୍ଥୀ ତାଲିକା ଘୋଷଣା କରିବ ବୋଲି କୁହାଯାଉଛି । ଯେଉଁଥିରେ ପ୍ରଧାନମନ୍ତ୍ରୀ ମୋଦି, ଅମିତ୍ ଶାହ ଓ ରାଜନାଥଙ୍କ ଭଳି କିଛି ହେଭିୱେଟ୍ଙ୍କ ନାଁ ଘୋଷଣା ହୋଇପାରେ । ଏଥିରେ ଓଡ଼ିଶାରୁ ୨ କି ୩ଟି ନାଁ ରହିପାରେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)