Advertisment

Pradeep Panigrahi: ବିଜେଡି ଉପରେ ବର୍ଷିଲେ ପ୍ରଦୀପ ପାଣିଗ୍ରାହୀ; କହିଲେ, ପଣା ସଂକ୍ରାନ୍ତିରେ ଖୋଲିବ ପାଞ୍ଜି

ପଣା ସଂକ୍ରାନ୍ତିରେ ଖୋଲିବ ବିଜେଡି ପାଞ୍ଜି । ଦୁର୍ନୀତିର ଲେଖା ଛିଡିବ, ଆଉ ରହିବନି ବିଜେଡି । ଦୋଷମୁକ୍ତ ହେଉ ହେଉ ବିଜେଡି ଓ ଦଳର ସୁପ୍ରିମୋଙ୍କୁ ବ୍ରହ୍ମପୁର ସାଂସଦ ପ୍ରଦୀପ ପାଣିଗ୍ରାହୀଙ୍କ ସିଧାସଳଖ ନିଶାନା ।

undefined

’ପଣା ସଂକ୍ରାନ୍ତିରେ ପାଞ୍ଜି ଖୋଲିବି’

Advertisment

ବିଜେଡି ଉପରେ ବର୍ଷିଲେ ପ୍ରଦୀପ ପାଣିଗ୍ରାହୀ। ସାଂସଦଙ୍କ ନାଁରେ ଥିବା ୫ଟି ମାମଲାରେ ଦୋଷମୁକ୍ତ ହେବା ପରେ ଆଜି ସିଧାସଳଖ ନବୀନ ଓ ବିଜୁ ଜନତା ଦଳକୁ ଟାର୍ଗେଟ୍ କରିଛନ୍ତି ପ୍ରଦୀପ । କହିଛନ୍ତି, ଯିଏ ତାଙ୍କୁ ଦଳରୁ ବାହାର କରିଥିଲେ, ଓଡ଼ିଶାବାସୀ ସେମାନଙ୍କୁ ରାଜ୍ୟରୁ ବିଦା କରିଦେଲେ। ତାଙ୍କ ବିରୋଧରେ ବିଜେଡି କେମିତି ପ୍ରତିହିଂସା ରାଜନୀତି କରିଥିଲା ତାହା ବଖାଣିବା ସହ ଆଗକୁ ବିଜେଡିର ପାଞ୍ଜି ଖୋଲିବେ ବୋଲି କହିଛନ୍ତି ପ୍ରଦୀପ।

Advertisment

ପଣା ସଂକ୍ରାନ୍ତିରେ ଖୋଲିବ ବିଜେଡି ପାଞ୍ଜି । ଦୁର୍ନୀତିର ଲେଖା ଛିଡିବ, ଆଉ ରହିବନି ବିଜେଡି । ଦୋଷମୁକ୍ତ ହେଉ ହେଉ ବିଜେଡି ଓ ଦଳର ସୁପ୍ରିମୋଙ୍କୁ ବ୍ରହ୍ମପୁର ସାଂସଦ ପ୍ରଦୀପ ପାଣିଗ୍ରାହୀଙ୍କ ସିଧାସଳଖ ନିଶାନା । ଟାର୍ଗେଟରେ ନବୀନ, ପାଣ୍ଡିଆନ, ପ୍ରଣବ। ପ୍ରଦୀପ ସଫା ସଫା କହିଛନ୍ତି, ନବୀନ ବାବୁ ଓଡ଼ିଶାକୁ ଲୁଟ୍ ପାଇଁ କାର୍ତ୍ତିକଙ୍କୁ ଠିକା ଦେଇ ଦେଲେ ।

ଅଧିକ ପଢ଼ନ୍ତୁ: ବାଜିଲା ଦିଲ୍ଲୀ ଭୋଟ୍ ବିଗୁଲ୍; ତାରିଖ ଘୋଷଣା ପରେ ରାଜଧାନୀ ରାଜନୀତି ସରଗରମ...

Advertisment

ତତକାଳୀନ ବିଜେଡି ସରକାରରେ CMOକୁ କରପସନ୍, କମିଶନ ଏବଂ କଲେକ୍ସନର ହବ୍ କରାଯାଇଥିଲା ବୋଲି ଅଭିଯୋଗ ଆଣିବା ସହ ନାଁ ନନେଇ ଜଣେ ବରିଷ୍ଠ IPSଙ୍କୁ ଟାର୍ଗେଟ୍ କରିଛନ୍ତି ପ୍ରଦୀପ । କହିଛନ୍ତି, ଯିଏ ମତେ ବାହାର କରିଥିଲେ ସେମାନଙ୍କୁ ଓଡ଼ିଶା ବାସୀ ବାହାର କରିଦେଲେ। ଲେଖା ଛିଡେଇଦେଲେ।

ଜନ ବିରୋଧୀର ଟ୍ୟାଗ ଲଗାଇ ଦଳରୁ ବିତାଡିତ କରିବା, ଜେଲରେ ଥିବା ବେଳେ ହଇରାଣ କରାଯିବା ଏବଂ ପରିବାର ସାମନା କରିଥିବା ଅକୁହା ସମସ୍ୟା ବେଶ୍ ବାଧିଛି ପ୍ରଦୀପଙ୍କୁ। କହିଛନ୍ତି, ବିଜେଡି କରିଛି ପ୍ରତିହିଂସା ରାଜନୀତି। ଆଜିବି ଦଳରେ ଅନେକ ନେତା ତକିଆ ତଳେ କାନ୍ଦୁଥିବା କହିଛନ୍ତି ପ୍ରଦୀପ। ଯାହା ଉପରେ ପ୍ରତିକ୍ରିୟା ରଖି ବିଜେଡି କହିଛି, ଅବାସ୍ତବ ଓ ମନଗଢା କଥା କହୁଛନ୍ତି ସାଂସଦ।

Advertisment

ସାଂସଦ ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ଗଞ୍ଜାମରେ ରହିଥିବା ୫ଟି ଯାକ ମାମଲାରେ ସେ ଦୋଷମୁକ୍ତ ହୋଇଛନ୍ତି। ବ୍ରହ୍ମପୁର JMFC ଗ୍ରାମାଞ୍ଚଳ ସାଂସଦଙ୍କୁ ଗତକାଲି ୨ଟି ଏବଂ ଆଜି ଆଉ ୩ଟି ମାମଲାରେ ନିର୍ଦ୍ଦୋଷ ସାବ୍ୟସ୍ତ କରିଛନ୍ତି। ଟାଟା ମୋଟର୍ସରେ ଚାକିରି କରାଇଦେବା ନାଁରେ ପ୍ରଦୀପ ଟଙ୍କା ନେଇ ଠକେଇ କରିଥିବା ଅଭିଯୋଗ ହୋଇଥିଲା । ଏପରିକି ଠକେଇ ମାମଲାରେ ଜେଲ ବି ଯାଇଥିଲେ ପ୍ରଦୀପ ପାଣିଗ୍ରାହୀ । ଆଜି ପ୍ରଦୀପଙ୍କୁ କୋର୍ଟ ସମସ୍ତ ମାମଲାରେ ଦୋଷମୁକ୍ତ କରିବା ପରେ ବ୍ରହ୍ମପୁର ବିଜେପିରେ ଖେଳିଯାଇଛି ଉତ୍ସାହ ।

ଅଧିକ ପଢ଼ନ୍ତୁ: ‘କାପିବାରାଙ୍କ ସଂଖ୍ୟା ବଢିଗଲାଣି, ବିଜେଡି ଆଣିବ ଆନାକୋଣ୍ଡା’

Bhubaneswar Naveen Patnaik BJD Pradeep Panigrahi VK Pandian
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ