Advertisment

Rift in BJD: ପାଣ୍ଡିଆନଙ୍କୁ ସୁରକ୍ଷା ଦେବାକୁ ଯାଇ ଫସିଗଲେ କି ନବୀନ ?

ପ୍ୟାରୀଙ୍କ ମେଳିକୁ ଦମନ କରିଥିବା ନବୀନ ଏବେ ପାଣ୍ଡିଆନ ବିରୋଧୀ ମେଳିକୁ ନେଇ ହଟହଟା ହେଉଛନ୍ତି । ୱକଫ୍ ବିଲ୍ କୁ ନେଇ ବିଜେଡିରେ ଚାଲିଥିବା ହାଇଡ୍ରାମା, ନବୀନଙ୍କୁ ଏକ ପ୍ରକାର ନିଷ୍କ୍ରିୟ କରିଦେଇଛି କି? ଯେଉଁଥି ପାଇଁ ଦୀର୍ଘ ଦଶନ୍ଧି ପରେ ଦଳରେ ଖୋଲାଖୋଲି ଚାଲେଞ୍ଜର ସାମ୍ନା କରୁଛନ୍ତି ବିଜେଡି ସୁପ୍ରିମୋ ।

author-image
Deviprasad Jena
ଅଦ୍ୟତନ ହୋଇଛି
NAveen Patnaik

NAveen Patnaik

୬ ଦିନ ହେବ ବିଜେଡିରେ ଚାଲିଛି ହାଇଡ୍ରାମା । ଅଲଗା ଅଲଗା ମିଟିଂ କରୁଛନ୍ତି ଦଳର ନେତା । ଗଣମାଧ୍ୟମରେ ରଖୁଛନ୍ତି ପରସ୍ପର ବିରୋଧୀ ମନ୍ତବ୍ୟ । ସୋସିଆଲ ମିଡିଆରେ ବି ଗୋହି ଖୋଳାଖୋଳି ହେଉଛନ୍ତି । ଯେମିତି କି କାହା ଉପରେ ଆଉ ଲଗାମ୍ ନାହିଁ । ଏତେସବୁ ସତ୍ତ୍ବେ କିନ୍ତୁ ନବୀନ ନିରବ

Advertisment

୨୦୧୨ରେ ଲଣ୍ଡନ ଗସ୍ତରେ ଥାଇ ପ୍ୟାରୀଙ୍କ ମେଳିକୁ ଭଣ୍ଡୁର କରିଥିବା ନବୀନ ଏବେ କାହିଁକି ଏତେ ଅସହାୟ? କଣ ରହୁଛି ବାଧ୍ୟବାଧ୍ୟକତା, ତାକୁ ନେଇ ଏବେ ରାଜ୍ୟ ରାଜନୀତିରେ ବଡ଼ ଚର୍ଚ୍ଚା । ନବୀନଙ୍କ ନିୟନ୍ତ୍ରଣରେ ଆଉ ନାହିଁ କି ବିଜେଡି? ୨୦୧୨ରେ ବିଦେଶରେ ବସି ମେ ୨୯ ଷଡ଼ଯନ୍ତ୍ରକୁ ବିଫଳ କରିଥିବା ନବୀନ ଏବେ କାହିଁକି ନିରୁପାୟ? ବିଜେଡି ରାଜନୀତିର ଚାଣକ୍ୟ କୁହାଯାଉଥିବା ପ୍ୟାରୀଙ୍କ ଗୋଟି ଚାଳନାକୁ ମାତ୍ ଦେଇଥିବା ନବୀନ ଏବେ କାହିଁକି ଅସହାୟ? ପାଣ୍ଡିଆନଙ୍କୁ ସୁରକ୍ଷା ଦେବାକୁ ଯାଇ ହରଡ଼ଘଣାରେ ପଡିଛନ୍ତି କି ନବୀନ?

ପ୍ୟାରୀଙ୍କ ମେଳିକୁ ଦମନ କରିଥିବା ନବୀନ ଏବେ ପାଣ୍ଡିଆନ ବିରୋଧୀ ମେଳିକୁ ନେଇ ହଟହଟା ହେଉଛନ୍ତି । ୱକଫ୍ ବିଲ୍ କୁ ନେଇ ବିଜେଡିରେ ଚାଲିଥିବା ହାଇଡ୍ରାମା, ନବୀନଙ୍କୁ ଏକ ପ୍ରକାର ନିଷ୍କ୍ରିୟ କରିଦେଇଛି କି? ଯେଉଁଥି ପାଇଁ ଦୀର୍ଘ ଦଶନ୍ଧି ପରେ ଦଳରେ ଖୋଲାଖୋଲି ଚାଲେଞ୍ଜର ସାମ୍ନା କରୁଛନ୍ତି ବିଜେଡି ସୁପ୍ରିମୋ।

Advertisment

ୱକଫ୍ ପ୍ରସଙ୍ଗରେ ଦଳର ଆଭିମୁଖ୍ୟ ଓ ପାଣ୍ଡିଆନଙ୍କ ସନ୍ଦେହଜନକ ଭୂମିକା ପଦାକୁ ଆସିବାପରେ ଚରମସୀମାରେ ପହଞ୍ଚିଛି ବିଜେଡି କନ୍ଦଳ । ଦୁଇ ଭାଗ ହୋଇଯାଇଛି ଦଳ । ବସୁଛି ମେଳି ପରେ ମେଳି। କିନ୍ତୁ, ନବୀନ ନା ଏହି ମେଳିକୁ ବନ୍ଦ କରିପାରୁଛନ୍ତି, ନା କାର୍ଯ୍ୟାନୁଷ୍ଠାନ ନେଇ ପାରୁଛନ୍ତି । ଲଗାତାର ୬ ଦିନ ଧରି ବିଜେଡିରେ ଚାଲିଥିବା ବିବାଦ ଥମିବାର ନାଁ ନେଉନଥିବା ବେଳେ କାର୍ଯ୍ୟାନୁଷ୍ଠାନ ବିଳମ୍ବ ନେଇ ପ୍ରଶ୍ନ ଉଠାଇଲେଣି ଖୋଦ୍ ବିଜେଡି ନେତା ।

ଅଧିକ ପଢ଼ନ୍ତୁ: ଦି' ଫାଳ ବିଜେଡି; ପାଣ୍ଡିଆନ ସପକ୍ଷବାଦୀ ଓ ବିପକ୍ଷବାଦୀ

ବରିଷ୍ଠ ନେତା ଭୂପିନ୍ଦର ସିଂ କହିଛନ୍ତି, କେହି ବାହାର ଲୋକ ଦଳର ନେତୃତ୍ୱ ନେଇପାରିବେ ନାହିଁ, ନବୀନ ହିଁ ଏକ ମାତ୍ର ନେତା । ତେବେ ଏ କ୍ଷେତ୍ରରେ କାହିଁକି ନିଷ୍ପତ୍ତି ନେଇ ପାରୁନାହାନ୍ତି ନବୀନ? କଣ ରହୁଛି ବାଧ୍ୟବାଧ୍ୟକତା? କାର୍ଯ୍ୟାନୁଷ୍ଠାନ ତ ଦୂର କଥା କାହିଁକି ସୋ କଜ୍ ଟିଏ ବି ମାଗି ପାରୁ ନାହାନ୍ତି ନବୀନ? କୁହାଯାଉଛି ଗୋଟିଏ ପଟେ ପାଣ୍ଡିଆନ ବିରୋଧୀ ଗୋଷ୍ଠୀର ଶକ୍ତି ବୃଦ୍ଧି ହେଉଛି । ଏମିତି ଦଳର ବରିଷ୍ଠଙ୍କ ସହ ଯୁବ ଗୋଷ୍ଠୀ ମଧ୍ୟ ଏହି ବିରୋଧୀ କ୍ୟାମ୍ପରେ ଯୋଡି ହେଲେଣି ।

ଯାହାଦ୍ୱାରା ଏହି ଗୋଷ୍ଠୀ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ସପକ୍ଷରେ ନାହାନ୍ତି ନବୀନ । ସବୁଠୁ ବଡ଼ ପ୍ରଶ୍ନ ହେଲା, ପାଣ୍ଡିଆନଙ୍କ ବିରୋଧରେ ଦଳ ଭିତରେ ଅସନ୍ତୋଷ ବୃଦ୍ଧି ସତ୍ତ୍ୱେ କାହିଁକି ଦଳଠାରୁ ପାଣ୍ଡିଆନଙ୍କୁ ଦୂରରେ ରଖି ପାରୁନାହାନ୍ତି ।

କୁହାଯାଉଛି ପୂର୍ବରୁ ବିଜେଡିର ସର୍ବେସର୍ବା ସାଜିଥିବା ପାଣ୍ଡିଆନଙ୍କ ପାଖରେ ରହିଛି ବିଜେଡି ଫଣ୍ଡ୍ । ଆଉ କିଛି ନେତା ମଧ୍ୟ ପାଣ୍ଡିଆନଙ୍କ ସପକ୍ଷରେ ରହିଛନ୍ତି । ଏହା ସହ କ୍ରାଇସିସ ମ୍ୟାନେଜର ଭାବେ ନବୀନ ଦଳର ଅନ୍ୟ କେଉଁ ନେତାଙ୍କୁ ଭରସା କରି ପାରୁନାହାନ୍ତି ।

ଯାହା ନବୀନଙ୍କ ପାଇଁ ସବୁଠୁ ବଡ଼ ବାଧ୍ୟବାଧ୍ୟକତା ସାଜିଛି । ନିର୍ବାଚନୀ ପରାଜୟ ପରେ ନବୀନ, ପାଣ୍ଡିଆନଙ୍କ ସୁରକ୍ଷାରେ ବାହାରିଥିବା ଦେଖିବାକୁ ମିଳିଥିଲା । କିନ୍ତୁ, ଏଥର ପାଣ୍ଡିଆନ୍ ବିରୋଧୀ ନେତାମାନେ ନଛୋଡବନ୍ଧା ଥିବା ବେଳେ ନବୀନ ଆଉ କେତେଦିନ ନିରବ ରହୁଛନ୍ତି, କଣ ଷ୍ଟ୍ରାଟେଜି ଆପଣାଉଛନ୍ତି ଆଉ କେମିତି ଡ୍ୟାମେଜ କଣ୍ଟ୍ରୋଲ କରୁଛନ୍ତି ତା' ଉପରେ ନଜର ।

ଅଧିକ ପଢ଼ନ୍ତୁ: ନବୀନ ନିବାସରେ ପହଞ୍ଚିଲେ ବଡ଼ ନେତା, କାର୍ଯ୍ୟାନୁଷ୍ଠାନକୁ ଅପେକ୍ଷା 

Naveen Patnaik BJD VK Pandian Biju Janta Dal
Advertisment
Advertisment