Advertisment

BJD Conflict At Peak: ନବୀନ ନିବାସରେ ପହଞ୍ଚିଲେ ବଡ଼ ନେତା, କାର୍ଯ୍ୟାନୁଷ୍ଠାନକୁ ଅପେକ୍ଷା

ନବୀନ ନିବାସ ଭିତରେ ବିଜେଡି ସଂଖ୍ୟାଲଘୁ ସେଲର ନେତାମାନେ ପହଞ୍ଚି ଗତକାଲି 'ପାଣ୍ଡିଆନ୍ ଗୋ ବ୍ୟାକ୍' ନାରା ଦେଇଥିଲେ । ନବୀନଙ୍କୁ ଭେଟିଥିଲେ । କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ । ଆଜି ଦଳର ବରିଷ୍ଠ ନେତାମାନେ ନବୀନ ନିବାସରେ ପହଞ୍ଚିଛନ୍ତି ।

author-image
Tapan Kumar Swain
ଅଦ୍ୟତନ ହୋଇଛି
BJD

BJD

ନବୀନ ନିବାସରେ ବିଜେଡିର ବରିଷ୍ଠ ନେତାଙ୍କ ଭିଡ଼ । ବରିଷ୍ଠ ନେତା ଅନଙ୍ଗ ଉଦୟ ସିଂହଦେଓ, ପ୍ରସନ୍ନ ଆଚାର୍ଯ୍ୟ, ଦେବୀ ମିଶ୍ର, ପ୍ରତାପ ଦେବ, ପ୍ରଣବପ୍ରକାଶ ଦାସ ଓ କଳିକେଶ ସିଂହଦେଓ ନବୀନ ନିବାସରେ ପହଞ୍ଚିଛନ୍ତି । ବିଜେଡିରେ ଲାଗି ରହିଛି କନ୍ଦଳ । ଚରମସୀମାରେ ପହଞ୍ଚିଛି ଦଳୀୟ ନେତାଙ୍କ ମଧ୍ୟରେ ବାକ୍-ଯୁଦ୍ଧ । ନବୀନ ନିବାସରେ ଚାଲିଛି ଘମାଘୋଟ ଆଲୋଚନା । 

Advertisment

ଦଳରେ ସୃଷ୍ଟି ହୋଇଥିବା ଏହି କନ୍ଦଳକୁ ନେଇ ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ପଦ୍ମନାଭ ବେହେରା ଆଜି ମୁହଁ ଖୋଲିଛନ୍ତି । ସେ କହିଛନ୍ତି, ୱକଫ୍ ସଂଶୋଧନ ବିଲକୁ ନେଇ ଦଳର ନିଷ୍ପତ୍ତି କେଉଁ ପରିସ୍ଥିତିରେ ବଦଳିଲା ସେ ସଂପର୍କରେ ଆମେ ଦଳର ସଭାପତି ନବୀନ ପଟ୍ଟନାୟକଙ୍କୁ ଜଣାଇଛୁ । ସେ ଅନୁଧ୍ୟାନ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ଆମକୁ ପ୍ରତିଶ୍ରୁତି ଦେଇଛନ୍ତି । ଆମେ ଏବେ ତାଙ୍କ କାର୍ଯ୍ୟାନୁଷ୍ଠାନକୁ ଅପେକ୍ଷା କରିଛୁ । ପଦ୍ମନାଭ କହିଛନ୍ତି, ଯଦି ଦଳର ନିଷ୍ପତ୍ତି ବଦଳିଲା, ତେବେ ସମସ୍ତଙ୍କୁ ନେଇ ନିଷ୍ପତ୍ତି ବଦଳିବାର ଥିଲା । ଖୁବଶୀଘ୍ର ଏହି ବିବାଦରେ ଯବନିକା ପଡିବା ଉଚିତ ବୋଲି କହିଛନ୍ତି ପଦ୍ମନାଭ । ଦଳରେ ଏବେ ଯେଉଁ ପରିସ୍ଥିତି ସୃଷ୍ଟି ହୋଇଛି, ତାହା ଦଳ ପାଇଁ କ୍ଷତିକାରକ ବୋଲି କହିଛନ୍ତି ବିଜେଡିର ଏହି ବରିଷ୍ଠ ନେତା । ଅଧିକ ସମୟ ନେଲେ ଠିକ୍ ହେବନି ବୋଲି ସେ କହିଛନ୍ତି ।

ୱକଫ୍ ବିଲକୁ ନେଇ ସାଂସଦ ସସ୍ମିତ ପାତ୍ରଙ୍କ ଆଭିମୁଖ୍ୟକୁ ସାଂସଦ ମୁନ୍ନା ଖାନ୍  କଡା ସମାଲୋଚନା ପରେ  ତାଙ୍କର ସମର୍ଥକମାନେ ଗତକାଲି ନବୀନ ନିବାସରେ ଗର୍ଜିଥିଲେ । ନବୀନ ନିବାସରେ, ନବୀନଙ୍କ ଆଗରେ କମ୍ପିଥିଲା 'ପାଣ୍ଡିଆନ ଗୋ ବ୍ୟାକ୍ ନାରା' । ଦିନେ ଯିଏ ଦଳର ତଥାକଥିତ ସର୍ବେସର୍ବା ପାଲଟିଥିଲେ ସେହି 'ପାଣ୍ଡିଆନଙ୍କୁ ତଡ଼, ବିଜେଡି ବଞ୍ଚାଅ' ନାରା ଦେଇଥିଲେ ଦଳୀୟ ସାଂସଦଙ୍କ ସମର୍ଥକ ।

Advertisment

ଅଧିକ ପଢ଼ନ୍ତୁ: 'ବିବେକ ଖେଳ'ରେ ବିଜେଡିରେ ହାହାକାର, ସବୁ ମୂଳରେ ନାହାଁନ୍ତି ତ ନବୀନ ?

ପାଣ୍ଡିଆନଙ୍କ ଭିତିରିଆ ନିର୍ଦ୍ଦେଶରେ ସସ୍ମିତ ବିଲ୍ ସପକ୍ଷରେ ଭୋଟ୍ ଦେଇଥିବାର ସଙ୍ଗୀନ ଅଭିଯୋଗ ଆଣି ତାଙ୍କୁ ଦଳରୁ ନିଲମ୍ବନ ପାଇଁ ଗର୍ଜନ କରିଥିଲେ ମୁନ୍ନା ଖାନଙ୍କ ସମର୍ଥକ । ସେମାନଙ୍କର ଅଭିଯୋଗ ଯେ, ପାଣ୍ଡିଆନ ପ୍ରଚ୍ଛଦପଟରେ ରହି ସବୁ କରାଇଛନ୍ତି । ତାଙ୍କରି ନିର୍ଦ୍ଦେଶରେ ସସ୍ମିତ ପାତ୍ର ରାଜ୍ୟସଭାରେ ୱାକଫ୍ ବିଲ୍‌କୁ ସମର୍ଥନ କରିଛନ୍ତି । ତେଣୁ ସସ୍ମିତଙ୍କୁ ତୁରନ୍ତ ବିଜେଡିରୁ ନିଲମ୍ବନ କରାଯାଉ । ଏହା ସହିତ ନବୀନଙ୍କ ଆଗରେ 'ପାଣ୍ଡିଆନ ତଡ଼ ବିଜେଡି ବଞ୍ଚାଅ' ନାରା ଦେଇଥିଲେ ସମର୍ଥକ । 

ଅଧିକ ପଢ଼ନ୍ତୁ: ଦି' ଫାଳ ବିଜେଡି; ପାଣ୍ଡିଆନ ସପକ୍ଷବାଦୀ ଓ ବିପକ୍ଷବାଦୀ

Naveen Patnaik BJD Pranab Prakash Das Prasanna Acharya BJD Chief Naveen Patnaik
Advertisment
Advertisment