Advertisment

BJD Split in Halves: ଦି' ଫାଳ ବିଜେଡି; ପାଣ୍ଡିଆନ ସପକ୍ଷବାଦୀ ଓ ବିପକ୍ଷବାଦୀ

ପାଣ୍ଡିଆନଙ୍କ ପାଇଁ ବିଜେଡି ଦି' ଫାଳ । ଗୋଟିଏ ପଟେ ପାଣ୍ଡିଆନଙ୍କ ବିରୋଧରେ ନବୀନ ନିବାସ ଭିତରେ ଓ ନବୀନଙ୍କ ସମ୍ମୁଖରେ ପଡ଼ିଲା ନାରା । ଅନ୍ୟପଟେ ପାଣ୍ଡିଆନଙ୍କ ସପକ୍ଷରେ ଖୋଲୋଖୋଲି ବାହାରିଲେ ୪ ସାଂସଦ । ଦେବାଶିଷ ସାମନ୍ତରାୟଙ୍କୁ କାଉଣ୍ଟର କରି ଏହି ଚାରି ସାଂସଦ ମନ୍ତବ୍ୟ ସ୍ପଷ୍ଟ କରିଛି, ବିଜେଡିରେ ପାଣ୍ଡିଆନ୍ ସପକ୍ଷ ଓ ବିପକ୍ଷ ଦୁଇଗୋଷ୍ଠୀ ।

author-image
Namita Biswal
ଅଦ୍ୟତନ ହୋଇଛି
BJD Split in Halves

BJD Split in Halves

ବିଜେଡି ଦି' ଫାଳ । ଗୋଟିଏ ପଟେ ପାଣ୍ଡିଆନଙ୍କ ବିରୋଧରେ ନବୀନ ନିବାସ ଭିତରେ ଓ ନବୀନଙ୍କ ସମ୍ମୁଖରେ ପଡ଼ିଲା ନାରା । ଅନ୍ୟପଟେ ପାଣ୍ଡିଆନଙ୍କ ସପକ୍ଷରେ ଖୋଲୋଖୋଲି ବାହାରିଲେ ୪ ସାଂସଦ ନିରଞ୍ଜନ, ମାନସ, ସୁଲତା ଓ ଶୁଭାଶିଷ । ଦେବାଶିଷ ସାମନ୍ତରାୟଙ୍କୁ କାଉଣ୍ଟର କରି ଏହି ଚାରି ସାଂସଦ ମନ୍ତବ୍ୟ ସ୍ପଷ୍ଟ କରିଛି, ବିଜେଡିରେ ପାଣ୍ଡିଆନ୍ ସପକ୍ଷ ଓ ବିପକ୍ଷ ଦୁଇଗୋଷ୍ଠୀ । ସେପଟେ ଦିଲ୍ଲୀରୁ ଫେରିବା ପରେ ସୁପ୍ରିମୋଙ୍କୁ ଭେଟି ସସ୍ମିତଙ୍କ ବିରୋଧରେ ଅଭିଯୋଗ କରିଛନ୍ତି ସାଂସଦ ମୁନାଁ ଖାଁ । ୱାକଫ ବିଲକୁ ବିରୋଧ କରିବାକୁ ନିର୍ଦ୍ଦେଶ ସତ୍ତ୍ୱେ କାହିଁକି ସସ୍ମିତ ସମର୍ଥନ କଲେ, କିଏ ତାଙ୍କୁ କହିଥିଲେ ସେ ନେଇ ଆକ୍ସନ ନେବାକୁ ଦାବି କରିଛନ୍ତି ।

Advertisment

ଅଧିକ ପଢ଼ନ୍ତୁ: ପାଣ୍ଡିଆନଙ୍କୁ ଦୋଷ ଦେବାରୁ ସହି ପାରିଲେନି... ସାରଙ୍କ ପାଇଁ ବାହାରିଲେ ଏହି ତିନି ସାଂସଦ..

ରାଜ୍ୟସଭାରେ ୱାକଫ୍ ବିଲକୁ ସସ୍ମିତଙ୍କ ସମର୍ଥନ ପଛରେ ପାଣ୍ଡିଆନ ! ପ୍ରଥମେ ନାଁ ନନେଇ, ଆଜି ନାଁ ଧରି ଖୋଲାଖୋଲି ସାଂସଦ ଦେବାଶିଷ ସାମନ୍ତରାୟଙ୍କ ଅଭିଯୋଗ । ଏପଟେ ନବୀନ ନିବାସରେ ପଡିଲା ପାଣ୍ଡିଆନ ଗୋ ବ୍ୟାକ ନାରା । ନବୀନଙ୍କ ଆଗରେ ତାତିଲେ କର୍ମୀ । ଆଉ ତା'ପରେ କାଉଣ୍ଟର କରିବାକୁ ପାଣ୍ଡିଆନଙ୍କ ସପକ୍ଷରେ ବାହାରିଲେ ସାଂସଦ । 

Advertisment

୪ ସାଂସଦ ମାନସ ମଙ୍ଗରାଜ, ନିରଞ୍ଜନ ବିଶି, ସୁଲତା ଦେଓ ଓ ଶୁଭାଶିଷ ଖୁଣ୍ଟିଆ ସାମ୍ନାକୁ ଆସି ଖୋଲାଖୋଲି ସମର୍ଥନ କରି କହିଛନ୍ତି, ପାଣ୍ଡିଆନଙ୍କୁ ଅଯଥା ବଦନାମ କରାଯାଉଛି । ଦେବାଶିଷ ସାମନ୍ତରାୟ କିଛି ନ୍ୟାସ୍ତ ସ୍ବାର୍ଥ ଉଦ୍ଦେଶ୍ୟ ରଖି ଏମିତି ବୟାନ ଦେଇଛନ୍ତି । ଏମିତି କି ସୁଲତା ଲେଖିଛନ୍ତି ଦେବାଶିଷ ଭୋଟିଂ ବେଳେ ଶୋଇ ପଡିଥିଲେ, ନିଜ ଦୋଷ ଲୁଚାଇବାକୁ ଗଣମାଧ୍ୟମରେ ଏମିତି ବିବୃତି ଦେଉଛନ୍ତି । 

ଶୁଭାଶିଷ କହିଛନ୍ତି ସସ୍ମିତ ପାତ୍ର ଖ୍ରୀଷ୍ଟିଆନ କମ୍ୟୁନିଟି ଏବଂ ମୁନା ଖାଁ ମୁସଲିମ କମ୍ୟୁନିଟି ପାଇଁ ଲଢୁଛନ୍ତି । ତେଣୁ ବିବେକ ଆନୁସାରେ ଭୋଟ ହୋଇଛି । ଏଥିରୁ ସ୍ପଷ୍ଟ ହେଉଛି ବିଜେଡି ସଂସଦୀୟ ଦଳ କିଭଳି ଦୁଇ ଭାଗ ହୋଇଯାଇଛି, ଆଉ କିଏ ସବୁ ଚାହୁଁଛନ୍ତି ପାଣ୍ଡିଆନ ପୁଣି ରାଜନୀତିରେ କମବ୍ୟାକ୍ କରନ୍ତୁ ।

ଅନ୍ୟ ପଟେ ଦିଲ୍ଲୀରୁ ସିଧା ନବୀନ ନିବାସ ଯାଇ ସୁପ୍ରିମୋଙ୍କୁ ଭେଟି ସସ୍ମିତଙ୍କ ବିରୋଧରେ ଆକ୍ସନ ଦାବି କରିଛନ୍ତି ସାଂସଦ ମୁନା ଖାଁ । ସଂସଦରେ ୱାକଫ ବିଲ୍‌କୁ ବିରୋଧ ପରେ ଭୁବନେଶ୍ୱର ଫେରିଥିବାରୁ ଆଜି ଏୟାରପୋର୍ଟରେ ମୁନା ଖାଁଙ୍କୁ କିଛି ଏମିତି ଢଙ୍ଗରେ ସ୍ୱାଗତ କରିଥିଲେ ବିଜେଡି ସଂଖ୍ୟାଲଘୁ ସେଲର କର୍ମୀମାନେ । ଆଉ ବିମାନ ବନ୍ଦରରୁ ବାହାରୁ ବାହାରୁ ସିଧା ସସ୍ମିତଙ୍କ ବିରୋଧରେ ବିସ୍ଫୋରକ ମନ୍ତବ୍ୟ ରଖିଥିଲେ ମୁନା । 

ରାଲି କରି ଏୟାରପୋର୍ଟରୁ ସିଧା ନବୀନ ନିବାସ ଯାଇଥିଲେ ମୁନା ଖାଁ। ସାଙ୍ଗରେ ଥିଲେ ସଂଖ୍ୟାଲଘୁ ସେଲର କର୍ମୀମାନେ। ନବୀନଙ୍କୁ ଭେଟି ଆଲୋଚନା କରିଥିଲେ, ଆଉ ସସ୍ମିତ ପାତ୍ରଙ୍କ ବିରୋଧରେ ଆକ୍ସନ ପାଇଁ ଦାବି କରିଥିଲେ । ଠିକ୍ ଏତିକି ବେଳେ ନବୀନଙ୍କ ଉପସ୍ଥିତିରେ ନବୀନ ନିବାସ ଭିତରେ ପଡିଥିଲା ପାଣ୍ଡିଆନ ବିରୋଧୀ ନାରା । ପାଣ୍ଡିଆନ ଗୋବ୍ୟାକ, ପାଣ୍ଡିଆନ ହଟାଅ ବିଜେଡି ବଞ୍ଚାଅ ନାରା ଦେଇଥିଲେ ସଂଖ୍ୟାଲଘୁ ସେଲର କର୍ମୀମାନେ । ଆଉ କର୍ମୀଙ୍କ କଥା ଶୁଣିବା ପରେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ପାଇଁ ବି ପ୍ରତିଶ୍ରୁତି ଦେଇଥିଲେ ନବୀନ।

ମୁନା ଖାଁଙ୍କ ଅଭିଯୋଗ ଉପରେ ବିଦେଶ ଗସ୍ତରେ ଥିବା ସସ୍ମିତ ପାତ୍ରଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ। ହେଲେ ନବୀନଙ୍କ ଆଭିମୁଖ୍ୟ ଉପରେ ଏବେ ସମସ୍ତଙ୍କ ନଜର ରହିଛି । କ'ଣ ଆକ୍ସନ ନେଉଛନ୍ତି ନବୀନ ? 

ଅଧିକ ପଢ଼ନ୍ତୁ: ଟ୍ୱିଟ୍ ପରଠୁ ଧରାଛୁଆଁ ଦେଉନାହାନ୍ତି ସସ୍ମିତ, ବିଷ ଉଗାଳିଲେ ମୁନା ଖାନ୍

Naveen Patnaik BJD Odisha Politics VK Pandian
Advertisment
Advertisment