Advertisment

Naveen patnaik house arrest: ନବୀନଙ୍କୁ ଗୃହବନ୍ଦୀ କରି ରଖିଛନ୍ତି ବିଜେଡିର ମୁଖ୍ୟ ପରାମର୍ଶଦାତା - ନରସିଂହ ମିଶ୍ର

ୱକଫ ବିଲରେ ବିଜେଡିର ସ୍ପ୍ଲିଟ୍ ଭୋଟିଂ ନେଇ ମୁହଁ ଖୋଲିଛନ୍ତି ଆଉ ଜଣେ ନେତା। ଶନିବାର ବିଜେଡି ସାଂସଦ ଦେବାଶିଷ ସାମନ୍ତରାୟ ପରୋକ୍ଷରେ ପାଣ୍ଡିଆନଙ୍କ ଆଡକୁ ଇଙ୍ଗିତ କରିଥିବା ବେଳେ ରବିବାର ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର ନାଁ ନନେଇ ପାଣ୍ଡିଆନଙ୍କୁ ଟାର୍ଗେଟ କରିଛନ୍ତି।

author-image
Saroj Kumar Jena
ଅଦ୍ୟତନ ହୋଇଛି
naveen

naveen

ୱକଫ ବିଲରେ ବିଜେଡିର ସ୍ପ୍ଲିଟ୍ ଭୋଟିଂ ନେଇ ମୁହଁ ଖୋଲିଛନ୍ତି ଆଉ ଜଣେ ନେତା। ଶନିବାର ବିଜେଡି ସାଂସଦ ଦେବାଶିଷ ସାମନ୍ତରାୟ ପରୋକ୍ଷରେ ଭିକେ ପାଣ୍ଡିଆନଙ୍କ ଆଡକୁ ଇଙ୍ଗିତ କରିଥିବା ବେଳେ ରବିବାର ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର ନା ନେଇ ଆଉଥରେ ପାଣ୍ଡିଆନଙ୍କୁ ଟାର୍ଗେଟ କରିଛନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ବିଜେଡିର ମୁଖ୍ୟ ପରାମର୍ଶଦାତା ଗୃହବନ୍ଦୀ ଭାବେ ରଖିଛନ୍ତି ବୋଲି କହିଛନ୍ତି ନରସିଂହ।

Advertisment

ଅଧିକ ପଢ଼ନ୍ତୁ: ‘ବିଜେଡିରେ ବିରାଟ ଫାଙ୍କ, ବିଜୁ ଆଉ ପାଣ୍ଡିଆନ ଲୋକ ଭାଗଭାଗ’: ତାରା ବାହିନୀପତି

ବିଜେଡି ତଳକୁ ତଳକୁ ଯାଉଛି ଓ ବିଜେପି ଉପରକୁ ଉଠୁଛି ବୋଲି ମୁଁ ପୂର୍ବାନୂମାନ କରିଥିଲି। ନିର୍ବାଚନ ଫଳାଫଳ ପରେ ଏହା ସ୍ପଷ୍ଟ ହୋଇଛି। ବର୍ଷେ ଭିତରେ ବିଜେଡି ୧୭ ପ୍ରତିଶତ ଭୋଟ ହରାଇଥିବା ବେଳେ ପ୍ରତି ମାସରେ ଦଳ ୫ ପ୍ରତିଶତ ଭୋଟ ହରାଇ ଚାଲିଥିଲା। ନିର୍ବାଚନ ପରାଜୟ ପରେ ବିଜେଡିରେ ଅର୍ନ୍ତଦ୍ବନ୍ଦ୍ବ ଅତ୍ୟନ୍ତ ପ୍ରବଳ ହୋଇଛି। ନେତା କିମ୍ବା ନେତାଙ୍କ ପରାମର୍ଶଦାତାଙ୍କୁ କେହି ଦଳରେ ମାନୁ ନାହାନ୍ତି ବୋଲି କହିଛନ୍ତି ନରସିଂହ ।

Advertisment

ନବୀନ ପଟ୍ଟନାୟକ ମଧ୍ୟ ୱାକଫ ବିଲରେ ବିଜେପିକୁ ବିରୋଧ କରିବା ପାଇଁ ନିଷ୍ପତ୍ତି ନେଇଥିଲେ। ଇଦରେ ମୁସଲିମ ମାନଙ୍କୁ ମଧ୍ୟ ବିଜେଡି ମୁଖିଆ ବିରୋଧ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ତେବେ ଯେଉଁଭଳି ଢଙ୍ଗରେ ଭୋଟିଂ ପୂର୍ବରୁ ରାଜ୍ୟସଭାର ବିଜେଡି ସାଂସଦମାନଙ୍କୁ ମେସେଜ ଦିଆଗଲା କି ବିବେକ ଅନୁସାରେ ଭୋଟ ଦିଅନ୍ତୁ। ଏହାକୁ ନେଇ ବର୍ତ୍ତମାନ ଦ୍ବନ୍ଦ୍ବ ଦେଖା ଦେଇଛି। ପରୋକ୍ଷରେ ଏହାକୁ ସମର୍ଥନ କରିବା ପାଇଁ ସଦସ୍ୟ ମାନଙ୍କୁ କୁହାଗଲା। ବିଜେଡି ଦୁଇଫାଳ ହୋଇଥିବା କୁହାଯାଉଥିବା ବେଳେ ଏହା ବାସ୍ତବରେ ଫାଳଫାଳ ହେବାକୁ ଯାଉଛି ବୋଲି କହିଛନ୍ତି ନରସିଂହ ।

ଉଭୟ ବିଜେପି ଓ ବିଜେଡି ଦଳ ମଧ୍ୟରେ କୌଣସି ଡିଲ ହୋଇଥିବା କହିଛନ୍ତି ନରସିଂହ ମିଶ୍ର । ଆଗାମୀ ଦିନରେ ବିଜେଡିର ଅଧିକାଂଶ ନେତା ବିଜେପିରେ ସାମିଲ ହେବା ନେଇ ପୂର୍ବନୂମାନ କରିଛନ୍ତି ନରସିଂହ। ପୂର୍ବରୁ ରାଜ୍ୟସଭାରେ ୱକଫ ବିଲ ସଂଶୋଧନରେ ଭୋଟିଂକୁ ନେଇ ଚିଠି ଲେଖିଥିଲେ ବିଜେଡିର ଶୀର୍ଷ ନେତା।

ୱକଫ ବିଲକୁ ନେଇ ବିଜେଡିର ୟୁଟର୍ଣ୍ଣ ପଛର ମୁଖ୍ୟ ଖେଳାଳି ସସ୍ମିତ ପାତ୍ର ନୁହଁନ୍ତି ବରଂ ମୁଖ୍ୟ ପରାମର୍ଶଦାତା। ବିଜେଡି ସାଂସଦ ଦେବାଶିଷ ସାମନ୍ତରାୟଙ୍କ ଏଭଳି ବିସ୍ଫୋରଣ ବିଜେଡିରେ ସୃଷ୍ଟି କରିଛି ବଡ଼ କଂପନ। ନାଁ ନେଇ ନେଇ ସିଧା ପାଣ୍ଡିଆନଙ୍କୁ ନିଶାନା କରିଛନ୍ତି ଦେବାଶିଷ। ଏମିତିକି ୟା ପଛରେ ବିଜେପି ସହ ଡିଲ୍ ହୋଇଥିବା ଅଭିଯୋଗ ଆଣି ବିଜେଡିକୁ ନିନ୍ଦିତ କରିଥିବା ବ୍ୟକ୍ତି ବିରୋଧରେ ଦଳ ସଭାପତି ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ବି କହିଛନ୍ତି। ସେପଟେ ଦେବାଶିଷଙ୍କ ଏ ବିସ୍ଫୋରକ ବୟାନ ପରେ ରାଜନୀତି ତେଜିଥିବାବେଳେ ରାଜନୀତି ସମୀକ୍ଷକ ବି କହିଲେଣି, ନବୀନ ଯେ ପୂରା ଘଟଣା ଜାଣିନଥିବେ ତାହା ଭାବିବା ଭୁଲ୍।

ଅଧିକ ପଢ଼ନ୍ତୁ: ସସ୍ମିତ ଭିଲେନ୍‌ ନୁହଁନ୍ତି, ମୁଖ୍ୟ ପରାମର୍ଶଦାତା ହିଁ ନାଟର ଗୋବର୍ଦ୍ଧନ !’

Naveen Patnaik BJD Narasingha Mishra
Advertisment
Advertisment