/odishatv-khabar/media/post_attachments/uploadimage/library/16_9/16_9_0/IMAGE_1743851211.jpg)
‘ମୁଖ୍ୟ ଷଡ଼ଯନ୍ତ୍ରକାରୀ ପରାମର୍ଶଦାତା’
ବଡ଼ ବିସ୍ଫୋରଣ ଘଟାଇଲେ ବିଜେଡି ସାଂସଦ ଦେବାଶିଷ ସାମନ୍ତରାୟ । ନାଁ ନନେଇ ଭିକେ ପାଣ୍ଡିଆନଙ୍କ ଆଡ଼କୁ ଇଙ୍ଗିତ କଲେ ଦେବାଶିଷ । ସସ୍ମିତ ଭିଲେନ୍ ନୁହଁନ୍ତି, ମୁଖ୍ୟ ପରାମର୍ଶଦାତା ହିଁ ଏହା ପଛରେ ଅଛନ୍ତି କହିଲେ ବିଜେଡି ସାଂସଦ ଦେବାଶିଷ ସାମନ୍ତରାୟ ।
ବିଜେଡି ସାଂସଦ ଦେବାଶିଷ ସାମନ୍ତରାୟ କହିଛନ୍ତି, ଦୁଇ ଦୁଇଟି ମିଟିଂରେ ନବୀନ ପଟ୍ଟନାୟକ ବିଲ୍କୁ ବିରୋଧ କରିବାକୁ କହିଥିଲେ । ଏମିତି କି ବିଜେଡି ସାଂସଦ ମୁନ୍ନା ଖାନ ମଧ୍ୟ ରାଜ୍ୟସଭାରେ ଏହି ବିଲ୍କୁ ବିଜେଡି ବିରୋଧ କରିବ ବୋଲି କହିଥିଲେ । କିନ୍ତୁ ସନ୍ଧ୍ୟା ୬ଟାରେ ଏକ ଟ୍ୱିଟ୍ ଆସିଲା କି ବିଜେଡି ପକ୍ଷରୁ ରାଜ୍ୟସଭାରେ ଭୋଟିଂ ପାଇଁ କୌଣସି ହ୍ୱିପ୍ ଜାରି ହୋଇନି ।
ସମସ୍ତ ସାଂସଦ ନିଜ ନିଜ ବିବେକ ଅନୁସାରେ ଭୋଟ୍ ଦେବେ ବୋଲି କୁହାଗଲା । ତେବେ ହଠାତ କାହିଁକି ଏ ନିଷ୍ପତ୍ତିର ପରିବର୍ତ୍ତନ ହେଲା । ଯେଉଁମାନେ ବି ପରାମର୍ଶ ଦେଇଛନ୍ତି ସେମାନେ ଦଳ ହିତରେ ଦେଇ ନାହାନ୍ତି । ମୁଁ ସଭାପତିଙ୍କୁ ଅନୁରୋଧ କରୁଛି ଯେଉଁମାନଙ୍କ ପରାମର୍ଶରେ ଏ ନିଷ୍ପତ୍ତି ନେଇଛନ୍ତି ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉ।
ସେହିପରି ସସ୍ମିତ ପାତ୍ରଙ୍କୁ ନେଇ ଦେବାଶିଷ ସାମନ୍ତରାୟ କହିଛନ୍ତି, ସସ୍ମିତ ଭିଲେନ୍ ନୁହଁନ୍ତି । ସସ୍ମିତ ପାତ୍ର ନିର୍ଦ୍ଦେଶ ନିଅନ୍ତି, ଦିଅନ୍ତି ନାହିଁ । ମୁଖ୍ୟ ପରାମର୍ଶଦାତା ରାଜନୀତିରେ ନଥାଇ ରାଜନୀତିକୁ କଣ୍ଟ୍ରୋଲ କରିବାକୁ ଚେଷ୍ଟା କରୁଛନ୍ତି । ଆଉ ସେହି ମୁଖ୍ୟ ପରାମର୍ଶଦାତା କିଏ ସମସ୍ତେ ଜାଣିଛନ୍ତି । ତେବେ ଏଭଳି ଘଟଣା କାହିଁକି ଘଟିଲା ତାହା ନବୀନ ପଟ୍ଟନାୟକ ବିଚାର କରିବା ଉଚିତ୍ । ସେହିପରି ବଡ଼ ଡିଲ୍ ହୋଇଛି ବୋଲି ଆରୋପ ଲଗାଇଛନ୍ତି ଦେବାଶିଷ ସାମନ୍ତରାୟ । ବିଜେପି ସହ ମୁଖ୍ୟ ପରାମର୍ଶଦାତାଙ୍କର ବଡ଼ ଡିଲ୍ ହୋଇଛି ବୋଲି ବିଜେଡି ସାଂସଦ ଦେବାଶିଷ ସାମନ୍ତରାୟ କହିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)