/odishatv-khabar/media/post_attachments/uploadimage/library/16_9/16_9_0/IMAGE_1743846705.jpg)
ବିଜେଡି-ବିଜେପି ୨୦୦୦ ମସିହାରୁ ମିଶିକି ଅଛନ୍ତି
ବିଜେଡିକୁ ନେଇ ବିସ୍ଫୋରକ ବୟାନ ଦେଲେ କଂଗ୍ରେସ ବିଧାୟକ ତାରା ବାହିନୀପତି । କହିଲେ, ବିଜେଡିରେ ଏବେ ବିରାଟ ଫାଙ୍କ । ବିଜୁ ଆଉ ପାଣ୍ଡିଆନ ଲୋକ ଭିତରେ ଭାଗଭାଗ । ବିଜେଡି ଏବେ ଡ୍ରାମା କରୁଛି । ବିଜେଡି ସବୁବେଳେ ବିଜେପି ସାଙ୍ଗରେ ରହିଛି । ଆଜି ନୁହେଁ ୨୦୦୦ ମସିହାରୁ ବିଜେପି ସାଙ୍ଗରେ ବିଜେଡି ରହିଛି । ରାଜ୍ୟରେ ସରକାର ବିଜେଡିର ନାହିଁ କିନ୍ତୁ ସଂସଦରେ ସମର୍ଥନ ଦେଉଛନ୍ତି । ବିଲ୍କୁ ବିରୋଧ ପାଇଁ ଘୋଷଣା କରିଥିଲେ କିନ୍ତୁ ରାତାରାତି ବଦଳି ଗଲେ । ବିଜେଡି ଭୟରେ ଏ ସବୁ ଖେଳ ଖେଳୁଛି । ବିଜେଡିର ହଜାର ହଜାର କୋଟି ଟଙ୍କାର ମାଇନ୍ସ ସ୍କାମ୍ ରହିଛି । ନବୀନ ବାବୁଙ୍କ ବିଜେପି ପ୍ରତି ପ୍ରେମ ନୁହେଁ ଭୟ । ପାଣ୍ଡିଆନ୍ ଘର ଭିତରେ ରହି ଗୋଟି ଚାଳନା କରୁଛନ୍ତି ବୋଲି କହିଛନ୍ତି କଂଗ୍ରେସ ବିଧାୟକ ତାରା ବାହିନୀପତି ।
#ବିଜୁ_ଆଉ_ପାଣ୍ଡିଆନ_ଲୋକ_ଭାଗଭାଗ
ବିଜେଡିରେ ବିବାଦ ନେଇ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ପ୍ରତିକ୍ରିୟା। ବିଜେଡିରେ ବିରାଟ ଫାଙ୍କ, ବିଜୁ ଆଉ ପାଣ୍ଡିଆନ ଲୋକ ଭାଗଭାଗ #TaraPrasadBahinipati#BJDConflict#OdishaTV#OTVpic.twitter.com/dXpbvPwUcH— ଓଟିଭି (@otvkhabar) April 5, 2025
ସେପଟେ ୱକ୍ଫ ବିଲ୍ ସପକ୍ଷରେ ବିଜେଡି ସାଂସଦ ସସ୍ମିତ ପାତ୍ର ଭୋଟ୍ ଦେବାକୁ ନେଇ ଦଳ ଭିତରେ ବଢୁଛି ଅସନ୍ତୋଷ । ପ୍ରଫୁଲ୍ଲ ସାମଲ କାର୍ଯ୍ୟାନୁଷ୍ଠାନ ଦାବି କରି ନବୀନଙ୍କୁ ଚିଠି ଲେଖିଥିବା ବେଳେ ଆଜି ପୁଣି ଥରେ ସସ୍ମିତଙ୍କୁ ଟାର୍ଗେଟ କରିଛନ୍ତି ବରିଷ୍ଠ ବିଧାୟକ ବଦ୍ରି ପାତ୍ର । ସେ କହିଛନ୍ତି, ସସ୍ମିତ ଏତେ ବଡ଼ ସାହସ କଲେ କେମିତି । ଦଳ ସମଦୂରତା ନୀତି ରଖି ଚାଲୁଥିଲା । କିନ୍ତୁ ଏହି ନିଷ୍ପତ୍ତି ଅନୁରୂପ ହେଲାନି । କିଏ ଗୋଟେ ଖେଳ କଲା । କେଉଁଠି ଖେଳ ହୋଇଛି ତାହା ଜାଣିବା ଆବଶ୍ୟକ । ଦଳ ସଭିପତି ନବୀନ ବାବୁ ନିର୍ଦ୍ଦେଶ ଦେଇଥିଲେ, କିନ୍ତୁ ଶେଷ ମୁହୂର୍ତ୍ତରେ ନିଷ୍ପତ୍ତି ପରିବର୍ତ୍ତନ ହେଲା କେମିତି ? ଦଳ ଏବେ ଧର୍ମ ସଙ୍କଟରେ ବୋଲି ବଦ୍ରି ପାତ୍ର କହିଛନ୍ତି ।
ସେହିପରି ସେ ଆହୁରି କହିଛନ୍ତି, ସସ୍ମିତଙ୍କ କ୍ଷମତା ନାହିଁ ଦଳୀୟ ନିଷ୍ପତ୍ତି ପରିବର୍ତ୍ତନ କରିପାରିବେ । ଦଳର ମର୍ଯ୍ୟାଦା ଉପରେ ଏହା ଆଞ୍ଚ ଆଣିଛି । ଏ ବାବଦରେ ନବୀନ ବାବୁ ଜାଣିବା ପରେ ସତ୍ୟାସତ୍ୟ ସଂଗ୍ରହ କରୁଛନ୍ତି । ତଦନ୍ତ ହେଲେ ଜଣାପଡ଼ିବ। କାହାର ନିର୍ଦ୍ଦେଶରେ ଏଭଳି ହେଲା ବୋଲି କହିଛନ୍ତି ବରିଷ୍ଠ ବିଜେଡି ବିଧାୟକ ବଦ୍ରି ନାରାୟଣ ପାତ୍ର କହିଛନ୍ତି । ତେବେ ବଦ୍ରି ପାତ୍ରଙ୍କ ଏହି ମନ୍ତବ୍ୟ ଉପରେ ବିଜେଡି କିମ୍ବା ସସ୍ମିତ ପାତ୍ରଙ୍କ ପ୍ରତିକ୍ରିୟା ମିଳିପାରିନି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)