• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ନବ ଦାସ ହତ୍ୟା ପଛରେ ହୋଇଛି କି ଟପ୍ ଲେବେଲ୍ ରାଜନୈତିକ ଷଡ଼ଯନ୍ତ୍ର ? ଏହା ଏକ ବିଜନେସ୍-ପଲିଟିକାଲ୍ ମର୍ଡର ନୁହେଁ ତ ? ଗୋପାଳ ଦାସଙ୍କୁ ମୋହରା କରି ନବଙ୍କୁ ରାସ୍ତାରୁ ହଟାଯାଇଛି କି ? ପାୱାରଫୁଲ୍ ମନ୍ତ୍ରୀ ନବ ଦାସ ହତ୍ୟା ଘଟଣା କୁ ୯ ଦିନ ହେଲା । ହେଲେ ଏଯାଏଁ ଖୋଲିନି ମର୍ଡର ପ୍ଲଟ୍‌ର ଗୁମର । ଗୋଟିଏ ପଟେ କ୍ରାଇମ୍ ବ୍ରାଂଚ ତଦନ୍ତକୁ ନେଇ ସନ୍ଦେହ 
ବଢୁଥିବା ବେଳେ ଅନ୍ୟପଟେ ଏହି ମାମଲାକୁ ନେଇ ରାଜନୀତି ବି ସରଗମ ।

ଆଜି ଦେବଗଡ଼ର ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ ନବ ଦାସ ହତ୍ୟାର ନୂଆ ଥିଓରୀ ଆଣି ଏହି ମାମଲାକୁ ଆଉ ଟିକେ ଗରମ କରିଛନ୍ତି। ସିଧାସଳଖ ଅଭିଯୋଗ କରିଛନ୍ତି, ଏହା ଏକ ବିଜନେସ୍ ପଲିଟିକାଲ୍ ମର୍ଡର । ନବଙ୍କର ବିଶାଳ ବ୍ୟାବସାୟିକ ସାମ୍ରାଜ୍ୟକୁ ଖତମ୍ କରି ସେଠାରୁ ଟଙ୍କା କଲେକ୍ସନ ଓ ନିଜର ଆଧିପତ୍ୟ ବିସ୍ତାର ପାଇଁ କେହି ଜଣେ ନେତା ଏହି ଷଡ଼ଯନ୍ତ୍ର 
ରଚିଛନ୍ତି । ଶାସକ ବିଜେଡି ର ଜଣେ ପ୍ରଭାବଶାଳୀ ଉପକୂଳିଆ ନେତା ଏହା ପଛରେ ଥିବା ସେ ସାଂଘାତିକ ଅଭିଯୋଗ କରିଛନ୍ତି ।

ପୁରା ମାମଲାର ସିବିଆଇ ତଦନ୍ତ ପାଇଁ ଦାବି କରିଛି ବିଜେପି । କଂଗ୍ରେସ ମଧ୍ୟ ସମାନ ଅଭିଯୋଗ ଆଣି ବିଜେଡିକୁ କାଠଗଡ଼ାକୁ ଟାଣିଛି । ନବଙ୍କ ହତ୍ୟା ପଛରେ ବ୍ୟାବସାୟିକ ଓ ରାଜନୈତିକ ଷଡ଼ଯନ୍ତ୍ର ଥାଇପାରେ । ନବଙ୍କ ନିଜ ଦଳରେ ବି ଶତ୍ରୁ ଥାଇପାରନ୍ତି ବୋଲି ଅଭିଯୋଗ କରିଛନ୍ତି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା । ଜବାବରେ ବିଜେଡି କହିଛି, କ୍ରାଇମବ୍ରାଂଚ ତଦନ୍ତ ପରେ ସବୁ କିଛି ସ୍ପଷ୍ଟ ହେବ । 

ଅଧିକ ପଢ଼ନ୍ତୁ: ନବ ହତ୍ୟାକାଣ୍ଡକୁ ନେଇ ରାଜନୀତି ! ମୁଖ୍ୟମନ୍ତ୍ରୀ ସୁରକ୍ଷିତ ତ ? ସନ୍ଦେହରେ BJD ନେତା ଦେବାଶିଷ..

ନବ ଦାସ ବ୍ୟବସାୟରେ ଇର୍ଷଣୀୟ ସଫଳତା ପାଇଥିଲେ । କୋଇଲା ପରିବହନ ସମେତ ହୋଟେଲ୍ ବ୍ୟବସାୟରେ ବେଶ୍ ପ୍ରଭାବ ରହିଥିଲା । ଖାସ୍ କରି ସୁନ୍ଦରଗଡ, ଝାରସୁଗୁଡା ଓ ସମ୍ବଲପୁର ଜିଲ୍ଲା ରେ କୋଇଲା ପରିବହନ ବ୍ୟବସାୟରେ ତାଙ୍କ ଛଡ଼ା ଆଉ କେହି ପଶି ପାରୁନଥିଲେ । ଏମିତିକ ଶାସକ ଦଳର ଅନ୍ୟ ନେତାମାନେ ମଧ୍ୟ ନବଙ୍କ ବ୍ୟବସାୟ ସାମ୍ରାଜ୍ୟରେ ପଶିବା କଷ୍ଟ ଥିଲା ବୋଲି ଚର୍ଚ୍ଚା ହେଉଛି । ବ୍ୟବସାୟ ବ୍ୟତୀତ ରାଜନୈତିକ ସ୍ତରରେ ବି ନବ ବେଶ୍ ପ୍ରଭାବ ବିସ୍ତାର କରିଥିଲେ । କଂଗ୍ରେସରୁ ଆସି ୨୦୧୯ରେ ବିଜେଡିରୁ ବିଧାୟକ ହେବା ସହିତ ସ୍ୱାସ୍ଥ୍ୟ ମନ୍ତ୍ରୀ ହୋଇଥିଲେ । ଏପରିକି ମନ୍ତ୍ରିମଣ୍ଡଳ ଅଦଳ ବଦଳ ସମୟରେ ବି ନବଙ୍କୁ ଡ୍ରପ୍ କରାଯାଇନଥିଲା କି ତାଙ୍କ ବିଭାଗ ମଧ୍ୟ ବଦଳା ଯାଇନଥିଲା । ଉଭୟ ରାଜନୈତିକ ଓ ବ୍ୟବସାୟରେ ନିଜ ଚେର ଟାଣ କରିସାରିଥିବାରୁ ତାଙ୍କୁ ରାସ୍ତାରୁ ହଟାଯାଇଥିବା ଚର୍ଚ୍ଚା ହେଉଛି ।

ନବ ଦାସ ହତ୍ୟାକାଣ୍ଡକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ୍ କରିବା ପରେ ରାଜ୍ୟ ରାଜନୀତି ସରଗରମ ହୋଇଛି । ଆଗକୁ ନିର୍ବାଚନ, ତେଣୁ ଏହି ପ୍ରସଙ୍ଗକୁ ବିରୋଧୀ କେତେ ଦୂର ଉଛାଳୁଛନ୍ତି ତା ଉପରେ ନିଜର ରହିବ ।