• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ମନ୍ତ୍ରୀ ନବ ଦାସଙ୍କୁ ହତ୍ୟାର ୭ ଦିନ ପରେ ବି ତଦନ୍ତକାରୀ ସଂସ୍ଥାର ହାତ ଖାଲି । ଗୃହ ବିଭାଗ ଅଧିନରେ ଥିବା ଜଣେ ପୋଲିସ୍ ଅଧିକାରୀ ସର୍ବ ସମ୍ମୁଖରେ ଜଣେ କ୍ୟାବିନେଟ୍ ମନ୍ତ୍ରୀଙ୍କୁ ଗୁଳି କରି ମାରିଲେ । ହେଲେ କାହିଁକି ମାରିଲେ ଏଯାଏଁ ସେ ଉତ୍ତର ପାଉନି କ୍ରାଇମ୍‌ବ୍ରାଞ୍ଚ । ଯାହାକୁ ନେଇ ବିରୋଧୀଙ୍କ ସିଧା ନିଶାନାରେ ଗୃହବିଭାଗ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶାନ୍ତିପ୍ରିୟ ରାଜ୍ୟ ଓଡ଼ିଶାର ଗତି କୁଆଡ଼େ, ସମବେଦନା ପରେ ମୁଖ୍ୟମନ୍ତ୍ରୀ ନିରବ କାହିଁକି, ଶାସନରେ ବସିଥିବା ବଡ଼ପଣ୍ଡାମାନେ କଣ ଚାହୁଁଛନ୍ତି, ଏଠି ଶାସନ କିଏ ଚଳାଉଛି ବୋଲି ଏକାଧିକ ପ୍ରଶ୍ନବାଣରେ ଛନ୍ଦିଛନ୍ତି । ସେହିପରି ଡିଜିପି ଜଗନ୍ନାଥ ଭରସା କହି ମହାପ୍ରଭୁଙ୍କ ନାଁରେ ଖସିଯିବାକୁ ଚେଷ୍ଟା କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି । କେବଳ ସେତିକି ନୁହେଁ କମିଶନ ଆକ୍ଟରେ ନ୍ୟାୟାଧୀଶ ନିଯୁକ୍ତ ହୋଇନଥିବା ଅଭିଯୋଗ କରିବା ସହ କ୍ରାଇମ୍‌ବ୍ରାଞ୍ଚର ବିଶ୍ୱସନୀୟତା ଉପରେ ପ୍ରଶ୍ନଚିହ୍ନ ଲଗାଇ ହତ୍ୟାକାଣ୍ଡର ତୃତୀୟ ପାର୍ଟି ତଦନ୍ତ ପାଇଁ ଦାବି କରିଛନ୍ତି ଧର୍ମେନ୍ଦ୍ର ।

ସେହିପରି ବାଲେଶ୍ୱରରେ ଉପଜିଲ୍ଲାପାଳଙ୍କୁ ଆକ୍ରମଣ, ଆନନ୍ଦ ଟପ୍ପୋ ମୃତ୍ୟୁ ଘଟଣା ଓ ତିର୍ତ୍ତୋଲ ବିଜେଡି ବିଧାୟକଙ୍କ ନାଁରେ ଆସିଥିବା ସଂଗୀନ ଅଭିଯୋଗ 
ଭଳି ବିପର୍ଯ୍ୟସ୍ତ ଆଇନ୍ ଶୃଙ୍ଖଳା ପ୍ରସଙ୍ଗ ଉଠାଇ ସରକାରଙ୍କ କଡ଼ା ସମାଲୋଚନା କରିଛନ୍ତି ଧର୍ମେନ୍ଦ୍ର । ସେପଟେ କଂଗ୍ରେସ ବିଧାୟକ ନରସିଂହ ମିଶ୍ର ବି ଗୃହ ବିଭାଗ ମୁଖ୍ୟ ନିଦାବିଷ୍ଣୁ ସାଜିଥିବା କହି ନୈତିକତା ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀ ଗୃହ ବିଭାଗ ଛାଡ଼ି ଜଣେ ଦକ୍ଷ ଲୋକଙ୍କୁ ଏଇ ଦାୟିତ୍ୱ ଦେବାକୁ ଆହ୍ୱାନ ଦେଇଛନ୍ତି ।

ସେପଟେ ନବ ହତ୍ୟା ପ୍ରସଙ୍ଗକୁ ନେଇ ଦଳ ଭିତରୁ ବି ବିଜେଡି ପାଇଁ ବଢୁଛି ଅଡୁଆ । ଏପରିକି ନବୀନ ନିବାସରେ ପୋଲିସ ଗହଣରେ ରହୁଥିବା ମୁଖ୍ୟମନ୍ତ୍ରୀ ନବ ଦାସ ହତ୍ୟା ପରେ ସୁରକ୍ଷିତ ତ ବୋଲି ପ୍ରଶ୍ନ କରିଛନ୍ତି ଦଳୀୟ ନେତା ଦେବାଶିଷ ନାୟକ । ଏଥିସହ ମୁଖ୍ୟମନ୍ତ୍ରୀ ୧୯୯୭ର ନବୀନ ପଟ୍ଟନାୟକଙ୍କ ଭଳି କାମ କରନ୍ତୁ, ସେ ଜାଣନ୍ତୁ କଣ ଘଟଣା ଘଟୁଛି ବୋଲି ବି ଆହ୍ୱାନ ଦେଇଛନ୍ତି ଦେବାଶିଷ ।

ଜଣେ କ୍ୟାବିନେଟ୍ ମନ୍ତ୍ରୀ ହତ୍ୟା ଘଟଣାରେ ଦୋହଲି ଯାଇଛି ରାଜ୍ୟ ଶାସନ କଳ । ହେଲେ ଏତେବଡ଼ ଘଟଣାର ତଦନ୍ତ ଯେଉଁ ଦିଗରେ ଯାଉଛି, ତାହା ପୂରା ଘଟଣାକୁ କେବଳ ଘୋଡେଇବାକୁ ଉଦ୍ଦିଷ୍ଟ ବୋଲି ଚର୍ଚ୍ଚା ହେଉଛି ।