• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଗତ କିଛିଦିନ ଧରି ବିଶ୍ୱ ବଜାରରେ ଅସ୍ଥିରତା ପାଇଁ ଭାରତୀୟ ସେୟାର ମାର୍କେଟ ଗୁରୁତର ଭାବେ ପ୍ରଭାବିତ ହୋଇଛି । ଆଜି ମଧ୍ୟ ଆଦାନୀଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆସିବା ପରେ ସେୟାର ମାର୍କେଟରେ ଝଡ଼ ସୃଷ୍ଟି ହୋଇଛି । ଏକ୍‌ଜିଟ୍ ପୋଲ୍ ସହ ଗୌତମ ଆଦାନୀଙ୍କ ବିରୋଧରେ ଆସିଥିବା ଅଭିଯୋଗ ପାଇଁ ମାର୍କେଟ ପୁଣି ରସାତଳଗାମୀ ହୋଇଛି । ବଜାର ଆରମ୍ଭରୁ ଆଦାନୀ କମ୍ପାନୀର ସବୁ ସେୟାର ଖସି ଯାଇଛି ।

ଫଳରେ ନିବେଶକମାନେ ବିପୁଳ ପରିମାଣରେ କ୍ଷତି ସହିଛନ୍ତି । ଗୋଟିଏ ଦିନରେ ଆଦାନୀ ସେୟାର ଖସି ଯାଇଛି । ଆମେରିକାରେ ଆଦାନୀଙ୍କ ବିରୋଧରେ ଆସିଛି ଗୁରୁତର ଅଭିଯୋଗ । ଗୌତମ ଆଦାନୀ ତାଙ୍କ କମ୍ପାନୀର କଣ୍ଟ୍ରାକ୍ଟ କରାଇ ଦେବାକୁ ଲାଞ୍ଚ ଦେବା ଏବଂ ଏହାକୁ ଲୁଚାଇବା ଭଳି ଅଭିଯୋଗ ଆସିଛି । ଆଦାନୀ ଗ୍ରୀନ୍ ଏନର୍ଜୀ କମ୍ପାନୀକୁ ଭାରତର ସବୁଠାରୁ ବଡ଼ ସୌର ଶକ୍ତି ଯୋଜନାର ପ୍ରୋଜେକ୍ଟ କରାଇଦେବା ପାଇଁ ଭାରତୀୟ ଅଧିକାରୀଙ୍କୁ ୨୬୫ ମିଲିଅନ୍ ଡଲାର ବା ୨୨୩୬ କୋଟି ଟଙ୍କାର ଲାଞ୍ଚ ଦେଇଥିଲେ ଗୌତମ ଆଦାନୀ ଓ ତାଙ୍କ ପୁତୁରା ସାଗର ଆଦାନୀ ।

୨୦୨୦ରୁ ୨୦୨୪ ଭିତରେ ଏହି ଲାଞ୍ଚ ଦିଆ ଯାଇଛି । ଏହି କଂଟ୍ରାକ୍ଟ ଜରିଆରେ ୨୦ ବର୍ଷରେ ୨ ଅରବ ଡଲାରରୁ ଅଧିକ ଲାଭ କରିବାକୁ ଲକ୍ଷ୍ୟ ରଖିଥିଲା କମ୍ପାନୀ । ଲାଭ ପାଇବା ପାଇଁ ଆମେରିକା ସମେତ ଅନ୍ୟ ଦେଶର ନିବେଶକଙ୍କୁ ମଧ୍ୟ ମିଛ ତଥ୍ୟ ଦେଇଥିବା ଆଦାନୀଙ୍କ ବିରୋଧରେ ଲାଗିଛି ଗୁରୁତର ଅଭିଯୋଗ ।

ଅଧିକ ପଢ଼ନ୍ତୁ: ଝାଡ଼ଖଣ୍ତରେ ସରିଲା ଭୋଟ ଗ୍ରହଣ; ଆସିଲା ଏକଜିଟ ପୋଲ: ଜାଣନ୍ତୁ କିଏ କରିବ ସରକାର...

ଆମେରିକାର ସିକ୍ୟୁରିଟି ଆଣ୍ଡ ଏକ୍ସଚେଜ୍ କମିଶନ୍ ଏହି ଘଟଣାରେ ଗୌତମ ଆଦାନୀଙ୍କ ସମେତ ତାଙ୍କ ପୁତୁରା ସାଗର ଆଦାନୀ ଏବଂ ଆଦାନୀ ଗ୍ରୀନ୍ ଏନର୍ଜୀ ଲିମିଟେଡର ୬ ଅଧିକାରୀଙ୍କ ବିରୋଧରେ ଅଭିଯୋଗ ଆଣିଛି । ଏହି ଖବର ସାମ୍ନାକୁ ଆସିବା ପରେ ଆଜି ସକାଳୁ ଭାରତୀୟ ସେୟାର ବଜାରରେ ଝଡ଼ ସୃଷ୍ଟି ହୋଇଛି । ଆଦାନୀ ଗ୍ରୁପର ସବୁ ସେୟାର ୨୦ ପ୍ରତିଶତ ଯାଏ ଖସିଛି । ଏନେଇ ଆଦାନୀ ଗ୍ରୁପ୍ ପକ୍ଷରୁ ପ୍ରତିକ୍ରିୟା ରଖାଯାଇଛି । ମିଡିଆ ଷ୍ଟେଟମେଣ୍ଟ ଜାରି କରି ଅଭିଯୋଗକୁ ଖଣ୍ଡନ କରାଯିବା ସହ ସମସ୍ତ ପ୍ରକାର ଆଇନଗତ ସହାୟତା ନିଆଯିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି ।

ଆମେରିକାର ଓକିଲଙ୍କ ଅନୁଯାୟୀ ଗୌତମ ଆଦାନୀଙ୍କ କମ୍ପାନୀ ରାଷ୍ଟ୍ରାୟତ୍ତ ସୌର ଶକ୍ତି ନିଗମ (SECI) କୁ ୧୨ ଗିଗାୱାଟ ସୌର ଶକ୍ତି ଯୋଗାଇବା ଚୁକ୍ତି କରିଛି । ତେବେ, ସୌର ଶକ୍ତି କିଣିବା ପାଇଁ SECI ଭାରତରେ କ୍ରେତା ଖୋଜିବାରେ ସକ୍ଷମ ହୋଇନଥିଲା ଏବଂ କ୍ରେତା ବିନା ଏହି ଡିଲ୍ ଆଗକୁ ଯାଇପାରିବ ନାହିଁ । ଏଭଳି ପରିସ୍ଥିତିରେ ଆଦାନୀ ଗ୍ରୀନ୍ ଏନର୍ଜି ଏବଂ ଆଜୁର୍ ପାୱାର ସରକାରୀ କର୍ମଚାରୀଙ୍କୁ ଲାଞ୍ଚ ଦେବାକୁ ଯୋଜନା କରିଥିଲେ । ରିପୋର୍ଟ ଅନୁଯାୟୀ, ଏହାର ଏକ ବଡ଼ ଅଂଶ ଆନ୍ଧ୍ରପ୍ରଦେଶର ଅଧିକାରୀମାନଙ୍କୁ ଦିଆଯାଇଥିଲା ।

ଏହାପୂର୍ବରୁ ୨୦୨୩ ମସିହାରେ ଆମେରିକାର କ୍ଷୁଦ୍ର ବିକ୍ରେତା ସଂସ୍ଥା ହିଣ୍ଡେନବର୍ଗ ମଧ୍ୟ ଏହାର ଅନୁସନ୍ଧାନ ରିପୋର୍ଟ ପ୍ରକାଶ କରିଥିଲା । ଏଥିରେ ଷ୍ଟକ୍ ମାନିପୁଲେସନ୍ ଏବଂ ଋଣ ସମ୍ବନ୍ଧରେ ଆଦାନୀ ଗ୍ରୁପ୍ ବିରୋଧରେ ଅନେକ ଗୁରୁତର ଅଭିଯୋଗ ଆସିଥିଲା । ଏହାପରେ ଆଦାନୀ ଗ୍ରୁପ୍‌ର ସେୟାରରେ ବଡ଼ ଧରଣର କ୍ଷତି ହୋଇଥିଲା । ଆଜି ମଧ୍ୟ ସେୟାର ମାର୍କେଟ୍‌ରେ ଆଦାନୀ ଷ୍ଟକ୍ ହ୍ରାସ ପାଇଛି । ଆଦାନୀ ଗ୍ରୀନ୍ ଏବଂ ଆଦାନୀ ଏନର୍ଜି ସଲ୍ୟୁସନ୍‌ର ସେୟାରଗୁଡିକ ୨୦ ପ୍ରତିଶତ ହ୍ରାସ ପାଇଥିବା ବେଳେ ଷ୍ଟକ୍ ମାର୍କେଟରେ ତାଲିକାଭୁକ୍ତ ଅନ୍ୟ ସେୟାରଗୁଡିକ ମଧ୍ୟ ଏକ ବଡ଼ ହ୍ରାସ ପାଇଛି ।

ଅଧିକ ପଢ଼ନ୍ତୁ: ବାୟୁରେ ବିଷ ! ଦିଲ୍ଲୀ-NCRରେ ୭୫% ପରିବାର ଶ୍ୱାସଜନିତ ସମସ୍ୟାରେ ପୀଡ଼ିତ

OTV is now on Whatsapp

Join and get latest news update delivered to you via whatsapp

Join Now