Advertisment

ରାଜ୍ୟ ସରକାରଙ୍କୁ ବିଜେପିର ଟାର୍ଗେଟ୍‌- ‘ଯଦି ନିଜ ମନ୍ତ୍ରୀଙ୍କୁ ସୁରକ୍ଷା ଦେଇପାରୁନ, ଆମେ କିଭଳି ସୁରକ୍ଷିତ ?’

ଭୁବନେଶ୍ୱର ରାଜଭବନ ଆଗରେ ବିଜେପିର ନେତା ଓ କର୍ମୀ ଏକାଠି ହୋଇ ପ୍ରତିବାଦ କରିଛନ୍ତି। ଏହି ଅବସରରେ ଅପରାଜିତା ଷଡ଼ଙ୍ଗୀ କହିଛନ୍ତି, ‘ଓଡ଼ିଶାରେ ଏବେ ଆମେ ସମସ୍ତେ ଅସୁରକ୍ଷିତ। ଆଇନଶୃଙ୍ଖଳା ସ୍ଥିତିକୁ ନେଇ ଆଜି ସାରା ଓଡ଼ିଶାବାସୀ ମର୍ମାହତ।’

author-image
Rajalaxmi Sahoo
ଅଦ୍ୟତନ ହୋଇଛି
BJP Targets Odisha Govt

BJP Leaders Targets Odisha Govt

ରାଜ୍ୟରେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳାକୁ ନେଇ ବିଜେପି ରାଜରାସ୍ତାକୁ ଓହ୍ଲାଇଛି। ଭୁବନେଶ୍ୱର ରାଜଭବନ ଆଗରେ ବିଜେପିର ନେତା ଓ କର୍ମୀ ଏକାଠି ହୋଇ ପ୍ରତିବାଦ କରିଛନ୍ତି। ଧାରଣାରେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ଅପରାଜିତା ଷଡ଼ଙ୍ଗୀଙ୍କ ସମେତ ବିଜେପିର ଅନେକ ପ୍ରମୁଖ ନେତା ସାମିଲ ହୋଇଛନ୍ତି। 

Advertisment

ମନ୍ତ୍ରୀ ନବ ଦାସ ଙ୍କ ହତ୍ୟାର ସିବିଆଇ ତଦନ୍ତ ଦାବି କରିଛି ବିଜେପି। ଏହି ଅବସରରେ ଅପରାଜିତା ଷଡ଼ଙ୍ଗୀ କହିଛନ୍ତି, ‘ଓଡ଼ିଶା ରେ ଏବେ ଆମେ ସମସ୍ତେ ଅସୁରକ୍ଷିତ। ଆଇନଶୃଙ୍ଖଳା ସ୍ଥିତିକୁ ନେଇ ଆଜି ସାରା ଓଡ଼ିଶାବାସୀ ମର୍ମାହତ। ଅନେକ ବିଜେଡି କର୍ମୀ ମଧ୍ୟ ଅସୁରକ୍ଷିତ ମଣୁଥିବା କହିଛନ୍ତି। ଯଦି ନିଜ ମନ୍ତ୍ରୀଙ୍କୁ ସୁରକ୍ଷା ଦେଇପାରୁନ, ଆମେ କିଭଳି ସୁରକ୍ଷିତ ? ଆମେ ସମସ୍ତେ ଅସୁରକ୍ଷିତ, ମୁଁ ନିଜେ ମଧ୍ୟ ଅସୁରକ୍ଷିତ ଅନୁଭବ କରୁଛି। ୧୫ ଦିନ ହୋଇଗଲା, ହତ୍ୟାର ଉଦ୍ଦେଶ୍ୟ ଓଡ଼ିଶାବାସୀ ଜାଣିପାରୁ ନାହାନ୍ତି’। ଜଷ୍ଟିସ ଜେପି ଦାସଙ୍କୁ ଦାୟିତ୍ୱ ନେଇ ମଧ୍ୟ ଅପରାଜିତା ପ୍ରଶ୍ନ କରିଛନ୍ତି। ସେ କହିଛନ୍ତି ଯେ, କେଉଁ ଜୁଡିସିଆଲ ଅର୍ଡରରେ ଜେପି ଦାସଙ୍କୁ ଦାୟିତ୍ୱ ଦିଆଯାଇଛି ? ଆମେ ସମସ୍ତେ ଅସୁରକ୍ଷିତ, ମୁଖ୍ୟମନ୍ତ୍ରୀ ଏହାର ଜବାବ ଦିଅନ୍ତୁ।

ଅଧିକ ପଢ଼ନ୍ତୁ: ବିଜେଡି ଗୁଣ୍ଡାମାନେ ମତେ ହତ୍ୟା କରିବାକୁ ଆସିଥିଲେ: ଜୟନାରାୟଣ

ସେହିପରି ରାଜଭବନ ସାମ୍ନାରେ ଧାରଣା ବେଳେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା  ରାଜ୍ୟ ସରକାରଙ୍କୁ ଟାର୍ଗେଟ୍‌ କରିଛନ୍ତି। ସେ କହିଛନ୍ତି, ‘ମୁଖ୍ୟମନ୍ତ୍ରୀ ଯଦି ଶାସନ କରୁ ନାହାନ୍ତି, ଗାଦି ଛାଡ଼ନ୍ତୁ। ଓଡ଼ିଶାରେ କିଏ ଶାସନ ଚଳଉଛି ବୋଲି ସେ ପ୍ରଶ୍ନ କରିଛନ୍ତି। ଓଡ଼ିଶାର ମା, ଭଉଣୀମାନେ ନିର୍ଯାତନା, ହତ୍ୟାର ଶିକାର ହୋଇଛନ୍ତି।’

Advertisment

ବୈଜୟନ୍ତ ଆହୁରି କହିଛନ୍ତି ଯେ, ‘ଏବେ ସ୍ପଷ୍ଟ ଦିବାଲୋକରେ ଜଣେ ମନ୍ତ୍ରୀଙ୍କୁ ହତ୍ୟା କରିଦିଆଗଲା। କିନ୍ତୁ ବିଡ଼ମ୍ବନାର ବିଷୟ ଏହାକୁ ଚପେଇ ଦେବାକୁ ଉଦ୍ୟମ ହେଉଛି। ହତ୍ୟା ପାଇଁ ଆଦେଶ କିଏ ଦେଇଛି, କିଏ ଷଡ଼ଯନ୍ତ୍ର କରିଛି ସାମ୍ନାକୁ ଆସୁନି। ଷଡ଼ଯନ୍ତ୍ରର ପର୍ଦ୍ଦାଫାସ ନେଇ ସାରା ଓଡ଼ିଶାବାସୀ ଅପେକ୍ଷା କରିଛନ୍ତି। ସତ ସାମ୍ନାକୁ ଆଣିବା ସହ ଷଡ଼ଯନ୍ତ୍ରକାରୀଙ୍କୁ ଦଣ୍ଡିତ କରାଯିବା ଦରକାର। ମୁଖ୍ୟମନ୍ତ୍ରୀ ଶାସନ କରୁନାହାନ୍ତି ବୋଲି ତ ସ୍ପଷ୍ଟ ହୋଇଗଲାଣି। ଯଦି ମୁଖ୍ୟମନ୍ତ୍ରୀ ଶାସନ କରୁନାହାନ୍ତି, ତେବେ ଗାଦି ଛାଡ଼ି ଦିଅନ୍ତୁ’।

BJD BJP CM Naveen Patnaik Odisha Politics
Advertisment
Advertisment