• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ବୋଧହୁଏ ନବ ଦାସଙ୍କୁ ମାରିନି ଗୋପାଳ । କଥାଟା ଶୁଣିଲା ବେଳକୁ ଆଶ୍ଚର୍ଯ୍ୟ ଲାଗୁଛି ସତ । ହେଲେ ଏକଥା ଆମେ ନୁହେଁ, ଏକଥା କହିଛନ୍ତି ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟାନୟକ । ଯିଏ କି ଦିନେ ନବୀନ ପଟ୍ଟନାୟକ ପ୍ରଶାସନର ମୁଖ୍ୟ ଥିଲେ । ସେ ଏବେ ନବୀନ ପଟ୍ଟନାୟକ ଙ୍କ ଶାସନ ଓ ପ୍ରଶାସନକୁ ଖୋଲାଖୋଲି ଟାର୍ଗେଟ କରିଛନ୍ତି । 

ନୂଆ କରି ରାଜନୀତି କ୍ୟାରିୟରରେ ପାଦ ଦେଉ ଦେଉ ବିଜୟ ଦେଇଛନ୍ତି ଏଭଳି ସାଂଘାତିକ ବୟାନ । ସେ ଏଭଳି ବୟାନ ଦେଇ ସରକାରଙ୍କ ଅପାରଗତାକୁ ପଦାରେ ପକାଇବା ପାଇଁ ଚେଷ୍ଟା କରିଛନ୍ତି । ଆଉ ଏହି ବିଜେଡି ସରକାରଙ୍କ ଉପରେ ତିଳେ ହେଲେ ବିଶ୍ୱାସ ନାହିଁ ବୋଲି କହିବାକୁ ଚେଷ୍ଟା କରିଛନ୍ତି । କାରଣ ଗୋଟିଏ ପଟେ କ୍ରାଇମବ୍ରାଞ୍ଚ କହୁଛି ‌ଗୋପାଳ ଦାସ ହିଁ ନବ ଦାସଙ୍କୁ ହତ୍ୟା କରିଛି । ହେଲେ ଏକଥାକୁ ବିଜୟ ପଟ୍ଟନାୟକ ସହଜରେ ଗ୍ରହଣ କରିପାରି ନାହାନ୍ତି ।

ଅଧିକ ପଢ଼ନ୍ତୁ: ରାଗରୁ ନା ରୋଗରୁ ? କେଉଁ କାରଣରୁ ନବଙ୍କୁ ଗୁଳି କଲା ଗୋପାଳ ? ଏଯାଏଁ ରହିଛି ସସ୍‌ପେନ୍ସ...

ସେ ସିଧା ସଳଖ କହିଛନ୍ତି ‘ନବ ଦାସଙ୍କୁ ବୋଧ ହୁଏ ସେ ASI ମାରିନି’ । କିଏ ମାରିଛି, କ୍ରାଇମବ୍ରାଞ୍ଚ ସତ୍ୟତା ଉନ୍ମୋଚନ କରିବା ଦରକାର । ଯଦି କ୍ରାଇମବ୍ରାଞ୍ଚ ପାରୁନି, ମାମଲା ସିବିଆଇକୁ ହସ୍ତାନ୍ତର ହେଉ । ଏହି ହତ୍ୟା ପଛରେ ନିଶ୍ଚିତ କୌଣସି ଲୋକର ହାତ ରହିଛି । କାହାର ହାତ ନଥିଲେ, ସେ ASI କଣ ମାରିଦେଇପାରିବ । ଖାଲି ସେ ASI ମାରିଥିବ ବୋଲି ମୋର ବିଶ୍ୱାସ ହେଉନି । ଜଣେ ପୋଲିସ ASI ଏତେ ପାଖକୁ ଯାଇ ମାରିପାରିବନି । ତାର ବନ୍ଧୁକ ମାରିବା ପ୍ରାକ୍ଟିସ ଥିଲା କି ନାହିଁ, ତଦନ୍ତ ହେବା ଉଚିତ । ସେ ବନ୍ଧୁକ ମାରିପାରୁଛି କି ନାହିଁ, ଯଦି ପାରୁଛି ଟାର୍ଗେଟ କରିପାରୁଛି କି ନାହିଁ । ଏସବୁ ଜିନିଷ ତଦନ୍ତ ହେବା ଉଚିତ କି ନୁହେଁ ବୋଲି ପ୍ରଶ୍ନ କରିଛନ୍ତି ବିଜୟ ।

ଅନ୍ୟପଟେ ମନ୍ତ୍ରୀ ନବ ଦାସ ଙ୍କୁ କାହିଁକି ହତ୍ୟାକଲା ଗୋପାଳ । ଏନେଇ ସବୁ କିଛି କହିିଛି ବୋଲି ସୂଚନା ଦେଇଛନ୍ତି କ୍ରାଇମବ୍ରାଞ୍ଚର ଜଣେ ବରିଷ୍ଠ ଅଧିକାରୀ । ନବ ଦାସଙ୍କୁ କାହିଁକି ମାରିଲା କହିଲା ଗୋପାଳ । ନାର୍କୋ ଟେଷ୍ଟରେ ଅଭିଯୁକ୍ତ ଗୋପାଳ ସବୁ ମାନିଥିବା ସୂଚନା ମିଳିଛି । କେମିତି ଓ କାହିଁକି ମାରିଛି ସବୁ ନାର୍କୋ ଟେଷ୍ଟରେ ସେ କହିଛି । ଗୋପାଳ ସବୁ କହିଥିବା କ୍ରାଇମବ୍ରାଞ୍ଚ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି । ତା’ର ମାନସିକ ସ୍ଥିତି କଣ ଥିଲା ତାହା ମଧ୍ୟ ମାନିଥିବା ଜଣାପଡିଛି । ଏଇ ସପ୍ତାହରେ ନାର୍କୋ ଟେଷ୍ଟ ରିପୋର୍ଟ ଆସିବ ବୋଲି କ୍ରାଇମବ୍ରାଞ୍ଚ କହିଛି ।

ସେହିଭଳି ୧୬୪ ଧାରାରେ ବୟାନ ରେକର୍ଡ ସରିବା ପରେ ଝାରସୁଗୁଡ଼ା ସବ୍-ଜେଲକୁ ଫେରିଛି ଗୋପାଳ ଦାସ । କୋର୍ଟରେ ହାଜର ସମୟରେ ଗୋପାଳର ମାନସିକ ସ୍ଥିତି ସମ୍ବନ୍ଧୀୟ ଡାକ୍ତରୀ ରିପୋର୍ଟ ଦାଖଲ କରାଯାଇଛି । ତେଣେ ଗୋପାଳ ଦାସର ସୁରକ୍ଷାକୁ ନେଇ ଚିନ୍ତାରେ ଜେଲ ବିଭାଗ । ଝାରସୁଗୁଡାରୁ ଅନ୍ୟତ୍ର ସ୍ଥାନାନ୍ତର ପାଇଁ ପ୍ରସ୍ତାବ ଦେଇଛି ଜେଲ ବିଭାଗ । ଏମିତିକି ଗୋପାଳକୁ ଚୌଦ୍ୱାର ଜେଲକୁ ପଠାଇବାକୁ ଝାରସୁଗୁଡା ଜେଲ ଅଧୀକ୍ଷକଙ୍କ ଜରିଆରେ କୋର୍ଟକୁ ଅବଗତ କରିଛି ଜେଲ୍ ବିଭାଗ । ପୂର୍ବରୁ ଝାରସୁଗୁଡା ଜେଲ ପକ୍ଷରୁ ଏନେଇ ଜେଲ ବିଭାଗକୁ ଚିଠି ଲେଖାଯାଇଥିବା ସୂଚନା ମିଳିଛି ।