Advertisment

ବିଦ୍ରୋହୀ ସାଜିବେ ରାଜେନ୍ଦ୍ର ଦାସ ! ବଦଳିଯିବ କି ଧାମନଗର ରାଜନୀତିର ଚିତ୍ର ?

ଧାମନଗରରେ କିଏ ହେବେ ବିଜେଡି ପ୍ରାର୍ଥୀ ତାକୁ ନେଇ ଚର୍ଚ୍ଚା ଲାଗି ରହିଥିବା ବେଳେ ଶେଷ ମୁହୂର୍ତ୍ତରେ ବାଜି ମାରି ନେଲେ ଅବନ୍ତୀ।

author-image
Chandan Shishu
ଅଦ୍ୟତନ ହୋଇଛି
Dhamnagar Bypoll

Dhamnagar politics

ଧାମନଗର ଉପନିର୍ବାଚନ ପାଇଁ ଅବନ୍ତୀ ଦାସଙ୍କୁ ବିଜେଡି ପ୍ରାର୍ଥୀ କରିବା ପରେ ଅନ୍ୟତମ ଆଶାୟୀ ରାଜେନ୍ଦ୍ର ଦାସ ଅସନ୍ତୁଷ୍ଟ ଥିବା ଚର୍ଚ୍ଚା ହେଉଛି। ଏପରିକି ସେ ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିପାରନ୍ତି ବୋଲି ତାଙ୍କର କେତେକ ସମର୍ଥକ କହିଛନ୍ତି। ଧାମନଗର ପ୍ରାର୍ଥୀ ପାଇଁ ବିଜେଡି ତରଫରୁ ସେ ରେସ୍‌ର ଆଗରେ ଥିଲେ।

Advertisment

ଗତକାଲି ରାଜେନ୍ଦ୍ର ଦାସଙ୍କୁ ଭୁବନେଶ୍ୱର ଡକାଇ ତାଙ୍କ ସହିତ ଆଲୋଚନା କରାଯାଇଥିଲା। ହେଲେ ଶେଷ ମୁହୂର୍ତ୍ତରେ ବାଜି ମାରି ନେଲେ ଅବନ୍ତୀ। ଅବନ୍ତୀ ମଧ୍ୟ ରାଜେନ୍ଦ୍ର ଦାସଙ୍କ ଘନିଷ୍ଠ ସହଯୋଗୀ। ଏହା ପରେ ଗତକାଲି ସେ କହିଥିଲେ ଅବନ୍ତୀଙ୍କ ବିଜୟ ପାଇଁ ସହଯୋଗ କରିବେ।

ହେଲେ ଆଜି ବଦଳି ଯାଇଛି ଚିତ୍ର। ରାଜେନ୍ଦ୍ର ଦାସ ବିଦ୍ରୋହ କରି ଆଜି ସ୍ବାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିବେ ବୋଲି କୁହାଯାଉଛି। ସେପଟେ ବାବା ହରେକୃଷ୍ଣ ସେଠୀଙ୍କୁ କଂଗ୍ରେସ ପ୍ରାର୍ଥୀ କରିଥିବା ବେଳେ ବିଜେପି ର ପ୍ରାର୍ଥୀ ହୋଇଛନ୍ତି ପୂର୍ବତନ ବିଧାୟକ ବିଷ୍ଣୁ ସେଠୀଙ୍କ ପୁଅ ସୂର୍ଯ୍ୟବଂଶୀ ସୂରଜ। ଆସନ୍ତାକାଲି ନାମାଙ୍କନର ଶେଷ ଦିନ।

Advertisment

 ଅଧିକ ପଢ଼ନ୍ତୁ: ସ୍ୱର୍ଗତ ବିଷ୍ଣୁ ସେଠୀଙ୍କ ପୁଅ ସୂର୍ଯ୍ୟବଂଶୀ ସୂରଜ ଧାମନଗରରୁ ବିଜେପି ପ୍ରାର୍ଥୀ

BJD BJP Congress Dhamnagar Bypoll
Advertisment
Advertisment