• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

କେନ୍ଦ୍ରର ଆୟୁଷ୍ମାନ ଭାରତ ବନାମ୍ ରାଜ୍ୟର BSKY । ମାଗଣା ସ୍ୱାସ୍ଥ୍ୟ ସେବା ଯୋଗାଇବାରେ କାହା ଯୋଜନା ଭଲ ? ପୂର୍ବରୁ ଏ ଦୁଇ ସ୍ୱାସ୍ଥ୍ୟ ଯୋଜନାକୁ ନେଇ ବହୁ ତର୍କ ବିତର୍କ ପରେ, ଏବେ ପୁଣି ଏ ପ୍ରସଙ୍ଗରେ ଜୋର୍ ଧରିଛି ରାଜନୀତି । ଗତକାଲି କେନ୍ଦ୍ର ବଜେଟ୍ ଉପସ୍ଥାପନ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ରର ଆୟୁଷ୍ମାନ ଭାରତ ଯୋଜନାକୁ ନେଇ ବିଜେପି ନେତାଙ୍କ ପ୍ରତି ସମାଲୋନା କରିଥିଲେ । ଯେଉଁ ପ୍ରସଙ୍ଗ ନେଇ ଆଜି ସାମ୍ବାଦିକ ସମ୍ମିଳନୀରେ ବିଜେପି କୁ ଟାର୍ଗେଟ୍ କରିଛି ସରକାରୀ ଦଳ ।

ବିଜେଡି କହିଛି, ଚଳିତ ବଜେଟ୍‌ରେ ଆୟୁଷ୍ମାନ ଯୋଜନା ଲାଗି ମୋଟ୍ ୭ ହଜାର ୨୦୦ କୋଟିର ପ୍ରାବଧାନ ରଖିଛନ୍ତି କେନ୍ଦ୍ର ସରକାର । ଯାହାକୁ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ଭିତରେ ଭାଗ କଲେ ରାଜ୍ୟ ପିଛା ହାରାହାରି ୨୦୦ କୋଟି ପଡ଼ିବ । ଅପରପକ୍ଷେ ରାଜ୍ୟ ସରକାର BSKYରେ ବର୍ଷକୁ ପ୍ରାୟ ୬ ହଜାର କୋଟି ଖର୍ଚ୍ଚ କରୁଛନ୍ତି । ତେଣୁ କାହା ଯୋଜନା ଭଲ ବୋଲି ପ୍ରଶ୍ନ କରିଛି ବିଜେଡି ।

ଅଧିକ ପଢ଼ନ୍ତୁ: ଆୟୁଷ୍ମାନ ଭାରତ ଆକାଉଣ୍ଟକୁ ହଁ କିନ୍ତୁ ଇନ୍ସ୍ୟୁରାନ୍ସକୁ କାହିଁକି ଅମଙ୍ଗ ରାଜ୍ୟ ସରକାର ?

ସେପଟେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାକୁ ନେଇ ଘରୋଇ ମେଡିକାଲରେ ବ୍ୟାପକ ଦୁର୍ନୀତି କଥା ଉଠାଇ, ଏ ଯୋଜନାର ସ୍ୱଚ୍ଛତା ଉପରେ ପ୍ରଶ୍ନ ଉଠାଇଛି ବିଜେପି । BSKYରେ ରାଜ୍ୟର କେଉଁ ରୋଗୀ, କେତେ ଟଙ୍କାରେ କି ସୁବିଧା ପାଇଛନ୍ତି, ସେ ତଥ୍ୟ ୱେବସାଇଟରେ ଅପଲୋଡ୍ କଲେ, ରାଜ୍ୟବାସୀ ସତ କଣ, ଜାଣିପାରିନ୍ତେ ବୋଲି କହିଛି ବିଜେପି ।

ଏପଟେ ରାଜ୍ୟର ସବୁ ଅଞ୍ଚଳ, ସବୁ ହସ୍ପିଟାଲ ଏବଂ ସ୍ୱାସ୍ଥ୍ୟ କାର୍ଡ ପାଇଥିବା ସବୁ ରୋଗୀ ଯେ, BSKY ଯୋଜନାରେ ଉପକୃତ ହେଉଛନ୍ତି, ତାକୁ ନେଇ ଉଠିଛି ପ୍ରଶ୍ନ । BSKYରେ ସାମିଲ ହିତାଧିକାରୀ ସ୍ୱାସ୍ଥ୍ୟ କାର୍ଡ ନେଇ ହସ୍ପିଟାଲରେ ପହଞ୍ଚିବା ପରେ ବି ଅନେକ ସମୟରେ ନିରାଶ ହେଉଥିବାର ମାଳ ମାଳ ଅଭିଯୋଗ ସାମ୍ନାକୁ ଆସୁଛି । କୋରାପୁଟ ଜିଲ୍ଲା ଲିଟିପୁର ଗାଁର ରଘୁ ବାଙ୍କିଆ ଦୁଇ ପୁଅଙ୍କୁ ନେଇ କଟକ ଆସିଥିଲେ । କିନ୍ତୁ କାର୍ଡ କାମ ନଦେବାରୁ ନିରାଶ ହୋଇ ଫେରିଥିଲେ । ସେହିଭଳି ନବରଙ୍ଗପୁର ଉମରକୋଟ ଅଞ୍ଚଳର ମହେଶ୍ୱର ମଣ୍ଡଳ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ ଥିବାରୁ ଉନ୍ନତ ଚିକିତ୍ସା ପାଇଁ ଛତିଶଗଡ଼ର ଜଗଦଲପୁର ମେଡିକାଲ କଲେଜ୍ ଯାଇଥିଲେ । କିନ୍ତୁ ସେଠାରେ କାର୍ଡ କାମ ନଦେବାରୁ ନିଜ ଖର୍ଚ୍ଚରେ ଚିକିତ୍ସା କରି ଘରକୁ ଫେରିଥିଲେ ।