• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News Highlights

  • CONGRESS

ୱାକଫ ବିଲ୍ ସପକ୍ଷରେ ବିଜେଡି ସାଂସଦ ସସ୍ମିତ ପାତ୍ର ରାଜ୍ୟସଭାରେ ଭୋଟ୍ ଦେବା ପରେ ସରଗରମ ରାଜ୍ୟ ରାଜନୀତି । ବିଜେଡିକୁ କଡ଼ା ସମାଲୋଚନା କରିଛି କଂଗ୍ରେସ । ସୋସିଆଲ୍ ମିଡିଆ Xରେ କଂଗ୍ରେସ କହିଛି, ବିଜେଡି ସାଂସଦମାନେ ନିଜ ଅନ୍ତର ଆତ୍ମାର କଥା ଶୁଣି ୱାକଫ ବିଲ୍ ଉପରେ ଭୋଟ ଦେବା ଉଚିତ ଥିଲା। ବିଜେଡି ସାଂସଦ ସସ୍ମିତ ପାତ୍ର ସରକାରଙ୍କ ସପକ୍ଷରେ ଭୋଟ ଦେଇଥିଲେ। ବିଜେଡି ଓ ବିଜେପି ମଧ୍ୟରେ ମେଣ୍ଟ ଅକ୍ଷୁର୍ଣ୍ଣ ରହିଛି। ସେମାନେ ଚାଲ ଖେଳି ଓଡ଼ିଶାବାସୀଙ୍କୁ ଠକି ପାରିବେ ନାହିଁ। ଓଡ଼ିଶାରେ କଂଗ୍ରେସ ହିଁ ଏକମାତ୍ର ବିକଳ୍ପ ବୋଲି କହିଛି ରାଜ୍ୟ କଂଗ୍ରେସ।

ରାଜ୍ୟରେ ବିଜେଡି-ବିଜେପି ମେଣ୍ଟ କାଏମ ରହିଛି ବୋଲି କହିଲା କଂଗ୍ରେସ । ସୋସିଆଲ୍‌ ମିଡିଆ ‘ଏକ୍ସ’ରେ ରାଜ୍ୟ କଂଗ୍ରେସର ପ୍ରତିକ୍ରିୟା ପ୍ରକାଶ ପାଇଛି । ଗତକାଲି ରାଜ୍ୟସଭାରେ ୱାକଫ୍‌ ବିଲ୍‌ ଭୋଟିଂକୁ ନେଇ କଡ଼ା ପ୍ରତିକ୍ରିୟା ପ୍ରକାଶ କରିଛି କଂଗ୍ରେସ । ବିବେକ ଅନୁସାରେ ଭୋଟିଂ କରିବାକୁ ବିଜେଡି ନିଜ ସାଂସଦଙ୍କୁ କହିଥିଲା । ବିଲ୍‌ ସପକ୍ଷରେ ବିଜେଡି ସାଂସଦ ସସ୍ମିତ ପାତ୍ର ଭୋଟ୍‌ ଦେଇଛନ୍ତି । ରାଜ୍ୟରେ ବିଜେଡି-ବିଜେପି ମଧ୍ୟରେ ଗଠବନ୍ଧନ କାଏମ ରହିଛି । ପରସ୍ପର ମଧ୍ୟରେ ସଲାକୁସ୍ତି କରି ସେମାନେ ଓଡ଼ିଶା ଜନତାଙ୍କୁ ଠକି ପାରିବେନି ବୋଲି କହିଛି କଂଗ୍ରେସ ।

ରାଜ୍ୟସଭାରେ ୱାକଫ ବିଲ ସପକ୍ଷରେ ବିଜେଡି ସାଂସଦ ସସ୍ମିତ ପାତ୍ର ଭୋଟ୍ ଦେବା ପରେ ରାଜ୍ୟ ରାଜନୀତିରେ ହଲଚଲ ହୋଇଛି । ବିଜେଡିକୁ କଡ଼ା ସମାଲୋଚନା କରିଛି ରାଜ୍ୟ କଂଗ୍ରେସ।

ଗତକାଲିର ଏହି ଘଟଣା ପରେ ଶଙ୍ଖ ଭବନରେ ଆଜି ବିଜେଡିର ଗୁରୁତ୍ବପୂର୍ଣ୍ଣ ବୈଠକ ବସିଥିଲା । ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ, ଅଶୋକ ପଣ୍ଡା, ଭୂପିନ୍ଦର ସିଂ, ଚନ୍ଦ୍ରଶେଖର ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ବିଜେଡିର ବରିଷ୍ଠ ନେତା ବଦ୍ରି ନାରୟଣ ପାତ୍ର କିନ୍ତୁ ଏହି ଘଟଣାକୁ ନେଇ ମୁହଁ ଖୋଲିଛନ୍ତି । ସେ କହିଛନ୍ତି, କିଛି ଗୋଟାଏ ଖେଳ ହୋଇଥାଇପାରେ । ସେ କହିଛନ୍ତି, ୱାକଫ୍ ପ୍ରସଙ୍ଗରେ ଦଳର ନିଷ୍ପତ୍ତି ବିଷୟରେ ସଭାପତି ନବୀନ ପଟ୍ଟନାୟକ ସାଂସଦ ମୁନା ଖାନଙ୍କ ସହ ପର୍ବରୁ କଥା ହୋଇଥିଲେ । କିନ୍ତୁ ଦଳ ରାଜ୍ୟସଭାରେ କାହିଁକି ଗୋଟିଏ ଲାଇନରେ ଗଲାନାହିଁ । କାହିଁକି ହ୍ୱିପ୍ ଜାରି କରାଗଲା ନାହିଁ ବୋଲି ପ୍ରଶ୍ନ କରିଛନ୍ତି ବଦ୍ରି ପାତ୍ର । ଦଳରେ ନିଷ୍ପତ୍ତି ହେଲା ପରେ ଏଭଳି କାର୍ଯ୍ୟ ଅଡୁଆ ପରିସ୍ଥିତି ସୃଷ୍ଟି କରିଥିବା ବଦ୍ରି ପାତ୍ର ଖୋଲାଖୋଲି କହିଛନ୍ତି ।

ଅଧିକ ପଢ଼ନ୍ତୁ: ୟୁଟର୍ଣ୍ଣ ନେଲା ବିଜେଡି ! ରାଜ୍ୟସଭାରେ ୱାକଫ୍ ବିଲ୍‌କୁ ସମର୍ଥନ କଲେ ସସ୍ମିତ ପାତ୍ର

ୱାକଫ୍ ପ୍ରସଙ୍ଗରେ ଦଳର ଆଭିମୁଖ୍ୟ ନେଇ ବିଜେଡିର ବରିଷ୍ଠ ନେତାମାନେ ସନ୍ଦିହାନ ଥିବାର ସ୍ୱୀକାର କରିଛନ୍ତି ବିଜେଡି ନେତା ଭୂପିନ୍ଦର ସିଂହ । ଆଜି ସନ୍ଧ୍ୟାରେ ବିଜେଡିର ବରିଷ୍ଠ ନେତାମାନେ ଦଳ ସଭାପତି ନବୀନ ପଟ୍ଟନାୟକଙ୍କୁ ଭେଟିବେ ବୋଲି ସେ କହିଛନ୍ତି ।

ବିଜେପି- ବିଜେଡି ଡିଲ୍‌ ହୋଇଥିବା କହିଛନ୍ତି ପିସିସି ସଭାପତି ଭକ୍ତଚରଣ ଦାସ । ଦିଲ୍ଲୀରେ ନବୀନଙ୍କୁ ନେଇ ଡିଲ୍‌ କରିଛନ୍ତି ମାନସପୁତ୍ର ବୋଲି ସେ ଅଭିଯୋଗ କରିଛନ୍ତି । ବିଜେପି ନିକଟରେ ନବୀନଙ୍କୁ ମାନସପୁତ୍ର ବିକି ଦେଇଥିବା ସେ କହିଛନ୍ତି । ସେ ଆଶଙ୍କା କରିଛନ୍ତି, ଉଭୟେ ବିଜେପିକୁ ଚାଲିଯିବେ, ବଳି ପଡିବେ ଅନ୍ୟ ବିଜେଡି ନେତା । ମାନସପୁତ୍ରଙ୍କୁ ବଞ୍ଚାଇବାକୁ ଯାଇ ଡିଲ ହୋଇଥିବା କହିଛନ୍ତି ଭକ୍ତ ଦାସ ।

ଅଧିକ ପଢ଼ନ୍ତୁ: ଋତୁ ବଦଳିବା ଭଳି ବଦଳୁଛି ଓଡ଼ିଶା ରାଜନୀତିର ଚିତ୍ର...କେଉଁଠି ପରଝଡ଼ା ତ କେଉଁଠି ପତ୍ରଝଡ଼ା