ବହୁଛି ରାଜନୀତି ଝଡ଼ । ସସ୍ମିତଙ୍କ ମନ୍ତବ୍ୟକୁ ନେଇ ଘେରିଲେଣି ନେତା । ଦିଲ୍ଲୀରେ ଅଛନ୍ତି ସସ୍ମିତ ? କାହିଁକି ରଖୁନାହାନ୍ତି ମନ୍ତବ୍ୟ ? ୱାକଫ୍ ବିଲ୍କୁ ନେଇ ଓଡ଼ିଶାରେ ଲଗାଇଛନ୍ତି ରାଜନୀତି ନିଆଁ ।
ପୂର୍ବରୁ ସସ୍ମିତ କହିଥିଲେ ବିଦେଶରୁ ଫେରିଲେ ସବୁ କହିବେ ବୋଲି । ମାତ୍ର ଏବେ ଫେରିବା ପରେ ବି କିଛି କହିନାହାନ୍ତି ସସ୍ମିତ ।
ଦଳର ନିଷ୍ପତ୍ତି ବଦଳିଯିବା ସଂପର୍କରେ ସେ ସସ୍ମିତଙ୍କୁ ପଚାରିବାକୁ ଚାହୁଁଛନ୍ତି । କିନ୍ତୁ ପଚାରିପାରି ନାହାନ୍ତି । ମୁନାଙ୍କ ରାଗ ଏବେ ପଞ୍ଚମରେ । ସେ ସସ୍ମିତଙ୍କ ଉପରେ ରାଗି ପାଚିକି ଲାଲ୍ । ଦଳରେ ଦୋମୁହାଁ ନୀତି ଚଳିବ ନାହିଁ ବୋଲି ରୋକଠୋକ୍ କହିଛନ୍ତି ମୁନା ।
ସସ୍ମିତ ପାତ୍ର କାହିଁକି ଏମିତି କଲେ ଆମକୁ କହି ନାହାନ୍ତି । ମୋର ବିଶ୍ବାସ ନବୀନ ବାବୁ ତାଙ୍କୁ କହି ନ ଥିବେ । ମୁଁ ସିଧାଯାଇ ଦଳର ସଭାପତି ନବୀନ ବାବୁଙ୍କୁ ସବୁ ଜଣାଇବି ବୋଲି ମୁନ୍ନା ଖାନ୍ ଭୁବନେଶ୍ୱରରେ ପହଞ୍ଚିବା ପରେ କହିଛନ୍ତି ।
ଏକ ଅଭାବନୀୟ ପରିସ୍ଥିତି ଦଳରେ ସୃଷ୍ଟି ହୋଇଛି । ଏ ସବୁ ଦ୍ୱନ୍ଦ୍ୱ ଦୂର ହେବ ଓ ଉତ୍ତର ମିଳିଯିବ, ଯଦି ନବୀନ ବାବୁ ଏହା ଉପରେ ଉତ୍ତର ରଖିବେ ବୋଲି କହିଛନ୍ତି ପ୍ରଫୁଲ୍ଲ ଘଡେଇ । ସାଂସଦ ସସ୍ମିତ ପାତ୍ର କେମିତି ବାର୍ତ୍ତା ଦେଲେ, କେଉଁ ପରିପ୍ରେକ୍ଷୀରେ କହିଲେ, ଏ ସବୁ ନବୀନ ବାବୁ ଦଳକୁ ଓ ରାଜ୍ୟବାସୀଙ୍କୁ ଜଣାଇବା ଦରକାର ବୋଲି ସେ କହିଛନ୍ତି ।
ଦେବାଶିଷ ବାବୁ ସ୍ପଷ୍ଟ କରିଛନ୍ତି ଯେ ସସ୍ମିତ ପାତ୍ର ନିର୍ଦ୍ଦେଶ ପାଳନ କରିବା ଲୋକ । ଏକାଧିକ ବ୍ୟକ୍ତି ଏହା ପଛରେ ଅଛନ୍ତି । ବିଜେଡିରେ କୌଣସି ବ୍ୟକ୍ତିର ସାହସ ନାହିଁ ଦଳର ନିଷ୍ପତ୍ତି ବଦଳାଇ ପାରିବ ବୋଲି କହିଛନ୍ତି ବରିଷ୍ଠ ବିଜେଡି ନେତା ଭୂପିନ୍ଦର ସିଂ ।
ୱାକଫ୍ ବିଲ୍ କୁ ନେଇ ବିଜେଡିର ୟୁଟର୍ଣ୍ଣ ପଛର ମୁଖ୍ୟ ଖେଳାଳି ସସ୍ମିତ ପାତ୍ର ନୁହଁନ୍ତି ବରଂ ମୁଖ୍ୟ ପରାମର୍ଶଦାତା। ଆଜି ବିଜେଡି ସାଂସଦ ଦେବାଶିଷ ସାମନ୍ତରାୟଙ୍କ ଏଭଳି ବିସ୍ଫୋରଣ ବିଜେଡିରେ ସୃଷ୍ଟି କରିଛି ବଡ଼ କଂପନ। ନାଁ ନେଇ ନେଇ ସିଧା ପାଣ୍ଡିଆନଙ୍କୁ ନିଶାନା କରିଛନ୍ତି ଦେବାଶିଷ। ଏମିତିକି ୟା ପଛରେ ବିଜେପି ସହ ଡିଲ୍ ହୋଇଥିବା ଅଭିଯୋଗ ଆଣି, ବିଜେଡିକୁ ନିନ୍ଦିତ କରିଥିବା ବ୍ୟକ୍ତି ବିରୋଧରେ ଦଳ ସଭାପତି ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ବି କହିଛନ୍ତି।
ସସ୍ମିତ ଭିଲେନ୍ ନୁହଁନ୍ତି । ସସ୍ମିତ ପାତ୍ର ନିର୍ଦ୍ଦେଶ ନିଅନ୍ତି, ଦିଅନ୍ତି ନାହିଁ । ମୁଖ୍ୟ ପରାମର୍ଶଦାତା ରାଜନୀତିରେ ନଥାଇ ରାଜନୀତିକୁ କଣ୍ଟ୍ରୋଲ କରିବାକୁ ଚେଷ୍ଟା କରୁଛନ୍ତି ।
ସସ୍ମିତଙ୍କ କ୍ଷମତା ନାହିଁ ଦଳୀୟ ନିଷ୍ପତ୍ତି ପରିବର୍ତ୍ତନ କରିପାରିବେ । ଦଳର ମର୍ଯ୍ୟାଦା ଉପରେ ଏହା ଆଞ୍ଚ ଆଣିଛି । ଏ ବାବଦରେ ନବୀନ ବାବୁ ଜାଣିବା ପରେ ସତ୍ୟାସତ୍ୟ ସଂଗ୍ରହ କରୁଛନ୍ତି ।
କିଭଳି ଆଉ କେଉଁ ପରିସ୍ଥିତିରେ ସସ୍ମିତ ପାତ୍ର ସୋସିଆଲ ମିଡିଆରେ ଦଳ ବିରୋଧୀ ଆଭିମୁଖ୍ୟ ରଖିଲେ ତାହା ସଭିଙ୍କୁ ଆଶ୍ଚର୍ଯ୍ୟ କରିଛି । ଏହି ମନ୍ତବ୍ୟ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଏବଂ ପୀଡ଼ାଦାୟକ।
ପ୍ରଫୁଲ୍ଲ ଲେଖିଛନ୍ତି, ଗତକାଲି ରାଜ୍ୟସଭାରେ ୱାକ୍ଫ ସଂଶୋଧନ ବିଲ୍ ଗୃହିତ ହେବା ସମୟରେ ସସ୍ମିତ ପାତ୍ର ତାଙ୍କ ସୋସିଆଲ୍ ମିଡ଼ିଆ ପ୍ଲାଟଫର୍ମରେ ଦେଇଥିବା ମତ ଅତ୍ୟନ୍ତ ଦୁର୍ଭାଗ୍ୟଜନକ।
ବିଜେଡି ଏବେ ଫାଳ ଫାଳ । ରାଜ୍ୟସଭାରେ ଓ୍ୱକଫ୍ ବିଲ୍ ଭୋଟିଂ ପରେ ଏ ଚିତ୍ର ଜଳ ଜଳ । ବରିଷ୍ଠଙ୍କ ଶଙ୍କା- ହୋଇଯାଇନି ତ ଭିତରେ କିଛି ଖେଳ ?
ୱାକଫ୍ ବିଲ୍କୁ ନେଇ ବିଜେଡିର ସ୍ଥିତି ଅସ୍ପଷ୍ଟ । ଗତକାଲି ବିଜେଡି ସାଂସଦ ମୁନ୍ନା ଖାନ୍ ବିଲ୍କୁ ବିରୋଧ କରିବୁ କହିଥିବା ବେଳେ ରାଜ୍ୟସଭାରେ ବିଲ୍ ସପକ୍ଷରେ ଭୋଟ୍ ଦେଇଛନ୍ତି ଦଳର ସାଂସଦ ସସ୍ମିତ ପାତ୍ର ।
ରାଜ୍ୟସଭାରେ ୱକ୍ଫ ସଂଶୋଧନ ବିଲ୍ ଆଲୋଚନା ବେଳେ ବିଜେଡି ସାଂସଦଙ୍କ ବିରୋଧପରେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଥିଲା । ବିଜେଡି ରାଜ୍ୟସଭାରେ ଭୋଟିଂ ସମୟରେ ବିପକ୍ଷରେ ଭୋଟ ଦେଉଛି କିମ୍ବା ଓ୍ବାକ୍ ଆଉଟ୍ କରୁଛି ତା ଉପରେ ସମସ୍ତଙ୍କ ନଜର ରହିଥିଲା । କିନ୍ତୁ, ବିଜେଡି ସାଂସଦ ସସ୍ମିତ ପାତ୍ରଙ୍କ ସୂଚନା ଏହି ଚର୍ଚ୍ଚାରେ ପୂର୍ଣ୍ଣଛେଦ ପକାଇଛି ।
ପ୍ରଶାନ୍ତ ଜଗଦ୍ଦେବ ବିଜେପି ଯିବା ସମ୍ଭାବନା ନେଇ ସସ୍ମିତ ପାତ୍ରଙ୍କ ମନ୍ତବ୍ୟ ପରେ ପୃଥ୍ୱୀରାଜ ହରିଚନ୍ଦନ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ‘ସସ୍ମିତଙ୍କ ଆରୋପ ପୂରା ମିଛ, କେନ୍ଦ୍ରମନ୍ତ୍ରୀଙ୍କ ସହ କିଛି ଯୋଗାଯୋଗ ନାହିଁ। ଯଦି ପ୍ରମାଣ ଅଛି ଦିଅନ୍ତୁ, ନା ତୃତୀୟ ମହଲା ଇଙ୍ଗିତରେ ଏକଥା କହୁଛନ୍ତି’ ।
ଏପରି ଲୋକକୁ ଆପଣାଇ ଧର୍ମେନ୍ଦ୍ର କି ବାର୍ତ୍ତା ଦେବାକୁ ଚାହୁଁଛନ୍ତି ବୋଲି ସସ୍ମିତ ପ୍ରଶ୍ନ କରିଛନ୍ତି । ନିଜ ସ୍ୱାର୍ଥ ସାଧନ ପାଇଁ ପ୍ରଶାନ୍ତଙ୍କୁ ଧର୍ମେନ୍ଦ୍ର କୋଳେଇ ନେବାକୁ ଯାଉଛନ୍ତି ବୋଲି କହିଛନ୍ତି ସସ୍ମିତ ।
ମମିତା ମେହେର ହତ୍ୟା ମାମଲାରେ ବିରୋଧୀଙ୍କୁ ଜବାବ ଦେଇଛି ବିଜେଡି । ସସ୍ମିତ କହିଲେ ତୁଚ୍ଛା ରାଜନୀତି କରୁଛି ବିଜେପି ।