Advertisment

BJD Defends Pandian: ରୁବେନଙ୍କ 'ପାଣ୍ଡିଆନ୍ ପଜଲ'କୁ ନେଇ ତାତିଲେ ବିଜେଡି, ପୁଣି ପାଣ୍ଡିଆନଙ୍କ ସପକ୍ଷରେ ବାହାରିଲା ଦଳ

ପୁଣି ପାଣ୍ଡିଆନଙ୍କ ସପକ୍ଷରେ ବାହାରିଲା ବିଜେଡି । ନବୀନଙ୍କ ଉପରେ ରୁବେନଙ୍କ ବହିରେ ପାଣ୍ଡିଆନ ପଜଲ୍‌କୁ ନେଇ ଚିହିଁକିଲା ଦଳ । କହିଲା- ରୁବେନଙ୍କ ବହିକୁ ଆମେ ପ୍ରତ୍ୟାଖାନ କରୁଛୁ ।

ଅଦ୍ୟତନ ହୋଇଛି
undefined

‘ପାଣ୍ଡିଆନ୍ ପଜଲ୍‌’ ରାଜନୀତି

Advertisment

ରୁବେନଙ୍କ 'ପାଣ୍ଡିଆନ ପଜଲ୍'କୁ ନେଇ ତାତିଲା ବିଜେଡି । ଦଳ ଭିତରେ କଂପନ । କାଲି ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ ପରୋକ୍ଷରେ ସ୍ୱୀକାର କରିଥିଲା ବେଳେ ଆଜି କିନ୍ତୁ ବିଜେଡି ଅଫିସିଆଲ ପ୍ରତିକ୍ରିୟା ରଖି ରୁବେନଙ୍କ ବହିକୁ ପ୍ରତ୍ୟାଖାନ କରିଛି । ଅଭିଯୋଗ କରିଛି ଚା' ଖଟି ଏବଂ ବିରୋଧୀଙ୍କ ଚର୍ଚ୍ଚାକୁ ନେଇ ରୁବେନ ବହି ଲେଖିଛନ୍ତି । ଜବାବରେ ରୁବେନ କହିଛନ୍ତି ଯଦି ମୋ ପୂର୍ବ ବହି ଠିକ୍ ଥିଲା, ଏହି ବହି ମିଛ କେମିତ ହେଲା ? ପାଣ୍ଡିଆନଙ୍କ ଉପରେ ଲେଖିବାରୁ ହିଁ ବିଜେଡି ଚିହିଁକୁଛି ।

Advertisment

ପୁଣି ପାଣ୍ଡିଆନଙ୍କ ସପକ୍ଷରେ ବାହାରିଲା ବିଜେଡିନବୀନଙ୍କ ଉପରେ ରୁବେନଙ୍କ ବହିରେ ପାଣ୍ଡିଆନ ପଜଲ୍‌କୁ ନେଇ ଚିହିଁକିଲା ଦଳ । କହିଲା- ରୁବେନଙ୍କ ବହିକୁ ଆମେ ପ୍ରତ୍ୟାଖାନ କରୁଛୁ । ଆଜି ବିଜେଡି ପକ୍ଷରୁ ପ୍ରତିକ୍ରିୟା ରଖି ବିଧାୟକ ଅରୁଣ ସାହୁ କହିଛନ୍ତି, ଦୀର୍ଘ ବର୍ଷ ହେବ ନବୀନ ପଟ୍ଟନାୟକଙ୍କୁ ଭେଟି ନାହାଁନ୍ତି ରୁବେନ ବାନାର୍ଜୀ । ଚା ଖଟି ଓ ବିରୋଧୀ ଚର୍ଚ୍ଚା କରୁଥିବା କଥାଗୁଡିକ ତାଙ୍କ ବହିରେ ଉଲ୍ଲେଖ କରିଛନ୍ତି । ନିର୍ବାଚନ ବେଳେ ବିଜେଡି ଓ ନବୀନ ପଟ୍ଟନାୟକଙ୍କ ବିରୁଦ୍ଧରେ ତାଙ୍କ ଆଭିମୁଖ୍ୟ ସ୍ପଷ୍ଟ ହେଉଥିଲା । ଆଣ୍ଟି ବିଜେଡି ଓ ନବୀନଙ୍କ ବିରୋଧୀଙ୍କ ସହ ଆଲୋଚନା କରି ସେ ବହି ଲେଖିଛନ୍ତି। ପୁଣି କହିଛନ୍ତି ଯଦି ସାହସ ଅଛି, ବିଜେପି ବିରୋଧରେ ୪୦୦ ପାର୍ ପ୍ରସଙ୍ଗରେ ଗୋଟିଏ ବାକ୍ୟ ଲେଖନ୍ତୁ । ଅରୁଣଙ୍କ ପ୍ରତିକ୍ରିୟାକୁ ନେଇ ବିଜେପି କହିଛି ରୁବେନ୍ ଅପ୍ରିୟ ସତ କଥା ଲେଖିବା ବିଜେଡି ନେତାମାନଙ୍କ ଦେହରେ ଯାଉନି । ରୁବେନ୍ ପୂର୍ବରୁ ଯାହା ଲେଖିଥିଲେ ତାହା ସତ ଥିଲା, ବର୍ତ୍ତମାନ ବି ଯାହା ଲେଖିଛନ୍ତି ତାହା ସତ । ତେଣୁ ବିଜେଡି ନେତାମାନେ ସତକୁ ଗ୍ରହଣ କରିବା ଶିଖନ୍ତୁ ବୋଲି ବିଜେପି କହିଛି ।

ଅଧିକ ପଢ଼ନ୍ତୁ: ୨୪ ନିର୍ବାଚନରେ ଗଫଲତି!! ବିଜେଡି କହିଲା, ଭୋଟ୍-ଗଣତି ଭୋଟରେ ଅଛି ତାରତମ୍ୟ

Advertisment

ରୁବେନଙ୍କ ନବୀନ ପଟ୍ଟନାୟକ- The Authoritative Biography Revised After 2024 Election ପୁସ୍ତକର ସବୁଠାରୁ ଚର୍ଚ୍ଚିତ ଚାପ୍ଟର ହେଉଛି 'ଦ ପାଣ୍ଡିଆନ୍ ପଜଲ' । ନବୀନ ଓ ବିଜେଡି ଉପରେ ପାଣ୍ଡିଆନଙ୍କ ପ୍ରଭାବ କେମିତି ଓ କିପରି ପଡିଛି ଏବଂ କିଭଳି ପାଣ୍ଡିଆନଙ୍କ ଅଭ୍ୟୁଦୟ ବିଜେଡି ପାଇଁ କାଳ ହୋଇଥିଲା ତାକୁ ବହିରେ ଲେଖିଛନ୍ତି ରୁବେନ । ଯାହାକୁ ଗତକାଲି ପରୋକ୍ଷରେ ସ୍ୱୀକାର ମଧ୍ୟ କରିଥିଲେ ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ । କିନ୍ତୁ ଆଜି ଅରୁଣ ସାହୁଙ୍କ ଏମିତି ମନ୍ତବ୍ୟକୁ ନେଇ ଉଠିଛି ଅନେକ ପ୍ରଶ୍ନ । ଅରୁଣଙ୍କ ଏହି ମନ୍ତବ୍ୟ ପାଣ୍ଡିଆନଙ୍କୁ କ୍ଲିନଚିଟ୍ ଦେବା ପାଇଁ ନୁହେଁ ତ ? କାହା ନିର୍ଦ୍ଦେଶରେ ଗଣମାଧ୍ୟମ ଆଗରେ ବହିକୁ ପ୍ରତ୍ୟାଖାନ କରିବାକୁ କୁହାଗଲା । ନବୀନ ନା ପାଣ୍ଡିଆନ ? ସେପଟେ ବିଜେଡି ଅଭିଯୋଗ ଉପରେ ପ୍ରତିକ୍ରିୟା ରଖି ରୁବେନ କହିଛନ୍ତି, ଯଦି ପୂର୍ବ ବହି ସତ ଥିଲା ଏହି ବହି ମିଛ କେମିତି ? ପାଣ୍ଡିଆନଙ୍କ କଥା ଯୋଡା ଯିବାରୁ ବିଜେଡି ବାହାରୁଛି ।

ପୂର୍ବରୁ ବି ଖାଲି ବିଧାୟକ କି ନେତା ନୁହଁନ୍ତି ନିଜେ ବିଜେଡି ସୁପ୍ରିମୋ ନବୀନ ମଧ୍ୟ ପାଣ୍ଡିଆନଙ୍କ ସପକ୍ଷରେ ବାହାରିଛନ୍ତି। ନିର୍ବାଚନ ପରେ ଦଳ ଭିତରେ ଅସନ୍ତୋଷ ଏବଂ ପରାଜୟ ପଛରେ ପାଣ୍ଡିଆନ କାରଣ ବୋଲି କିଛି ନେତା କହିବାରୁ ନିଜେ ନବୀନ ଗଣମାଧ୍ୟମରେ ପ୍ରତିକ୍ରିୟା ରଖି ତାଙ୍କୁ କ୍ଲିନଚିଟ୍ ଦେଇଥିଲେ ।

Advertisment

ଅଧିକ ପଢ଼ନ୍ତୁ: ରୁବେନ୍ ବାନାର୍ଜୀଙ୍କ ପୁସ୍ତକକୁ ନେଇ ହଲଚଲ୍, ଖୋଲିଦେଲେ ପାଣ୍ଡିଆନ୍‌ଙ୍କ ଗୁମର

BJD BJP VK Pandian
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ