Advertisment

‘ଏ ଗର୍ବ ଅହଙ୍କାର ତିଷ୍ଠିବନି, ରାବଣ-ଦୁର୍ଯ୍ୟୋଧନଙ୍କ ଅହଙ୍କାର ରହିନି...’

‘ଆପଣଙ୍କ ଜେଲ୍ କମ୍ ପଡ଼ିଯିବ, ରାବଣ ଦୁର୍ଯ୍ୟୋଧନ ଅହଂକାର ତିଷ୍ଠିବନି । ରାଜ୍ୟରେ ସିଷ୍ଟମ୍ ଫେଲ୍ ଆଡକୁ ଯାଉଛି, ଲ ଲେସନେସ୍ ଆଡକୁ ଯାଉଛି’

author-image
Satyendu Shekher Mishra
ଅଦ୍ୟତନ ହୋଇଛି
Dharmendra Pradhan

Dharmendra Pradhan

ପୁଣି ଆଟାକିଂ ମୁଡ୍‌ରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ରାଜ୍ୟ ସରକାରଙ୍କୁ କଲେ କଡ଼ା ସମାଲୋଚନା । ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ନେଇ ରାଜ୍ୟ ସରକାରଙ୍କୁ ଧର୍ମେନ୍ଦ୍ରଙ୍କ କଡ଼ା ସମାଲୋଚନା ।

Advertisment

ଧର୍ମେନ୍ଦ୍ର କହିଛନ୍ତି, ‘ଆପଣଙ୍କ ରାବଣ, ଦୁର୍ଯ୍ୟୋଧନ ଅହଂକାର ଗଣତନ୍ତ୍ରରେ ତିଷ୍ଠିବନି । ଆନ୍ଦୋଳନ ବେଳେ ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ୩୦୭ରେ ଜେଲ୍ ପଠାଯାଇଛି । ଦେଶ ବିରୋଧୀଙ୍କୁ ବିରୋଧ କରିବାରୁ ABVP ପିଲାଙ୍କୁ ଜେଲ୍ ପଠାଯାଇଛି । ଏଭଳି କାମ ଇଷ୍ଟଇଣ୍ଡିଆ କଂପାନୀ କରୁଥିଲା, ଆଉ ଏବେ ଆପଣ କରୁଛନ୍ତି । କୋର୍ଟ, କଚେରୀ ଦେଖାଇ ଗଣତନ୍ତ୍ରର କଣ୍ଠରୋଧ କରାଯାଉଛି । ରାଷ୍ଟ୍ରବାଦୀ ବିଚାରକୁ ଆପଣ ନାଲିଆଖି ଦେଖାଇବାକୁ ସ୍ୱାଗତ କରୁଛୁ । ଆପଣଙ୍କ ଜେଲ୍ କମ୍ ପଡ଼ିଯିବ, ରାବଣ ଦୁର୍ଯ୍ୟୋଧନ ଅହଂକାର କେବେ ବି ତିଷ୍ଠିନି କି ତିଷ୍ଠିବନି । ରାଜ୍ୟରେ ସିଷ୍ଟମ୍ ଫେଲ୍ ଆଡକୁ ଯାଉଛି, ଲ ଲେସନେସ୍ ଆଡକୁ ଯାଉଛି’ କହିଛନ୍ତି ଧର୍ମେନ୍ଦ୍ର ।

ଅଧିକ ପଢ଼ନ୍ତୁ: ଓଡ଼ିଶାରେ ଆକ୍ରୋଶ ରାଜନୀତି ! ସରକାରଙ୍କୁ ପ୍ରଶ୍ନ କଲେ ମିଳୁଛି ଜେଲ...

Advertisment

ଏହା ପୂର୍ବରୁ ବିଜେଡି ଶାସନରେ ବିପର୍ଯ୍ୟସ୍ତ ପଞ୍ଚାୟତିରାଜ ବ୍ୟବସ୍ଥାର ଅଭିଯୋଗ ଆଣି ବିଭିନ୍ନ କ୍ଷେତ୍ରରେ ଦୁର୍ନୀତିର ସଂଖ୍ୟା ଗଣାଇ ପଞ୍ଚାୟତରାଜ ଦିବସକୁ ଭ୍ରଷ୍ଟାଚାର ଦିବସ ଭାବେ ପାଳିଥିଲା ବିଜେପିଭୁବନେଶ୍ୱର ଠୁ ନେଇ ବାଲେଶ୍ୱର, ସାଲେପୁରରୁ ନେଇ ତେଲକୋଇ । ରାଜ୍ୟର ବ୍ଲକ୍ ଗୁଡ଼ିକୁ ଭ୍ରଷ୍ଟାଚାରର ଗନ୍ତାଘର କରାଯାଇଥିବା ଏବଂ ପ୍ରତି ବର୍ଷ ପଞ୍ଚାୟତିରାଜ ବ୍ୟବସ୍ଥାରେ ୫ ହଜାର କୋଟିର ଦୁର୍ନୀତି ହେଉଥିବା ଅଭିଯୋଗ ଆଣି ୩୧୪ ବ୍ଲକ ଆଗରେ ବେକରେ କଳାପଟି ପିନ୍ଧି ଏମିତି ଗର୍ଜିଥିଲେ ବିଜେପିର ନେତା, କର୍ମୀ ।

ସାଲେପୁର ବିକ୍ଷୋଭ କାର୍ଯ୍ୟକ୍ରମରେ ଯୋଗ ଦେଇ ରାଜ୍ୟ ସଭାପତି ସମୀର ମହାନ୍ତି ସିଧା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ ନିଶାନା କରିଥିଲେ । କହିଥିଲେ ଲୋକେ ଭୋଟ୍ ଦେଇଛନ୍ତି ମୁଖ୍ୟମନ୍ତ୍ରୀଙ୍କୁ, ହେଲେ ଶାସନ କିଏ କରୁଛନ୍ତି ରାଜ୍ୟବାସୀ ଜାଣିଗଲେଣି । ଏଥିସହ ନିଜ ଅପାରଗତା ଲୁଚାଇବାକୁ ମୁଖ୍ୟମନ୍ତ୍ରୀ ଡରି ଯାଇ ବିଜେପିକୁ ଦୋଷ ଦେଉଛନ୍ତି ବୋଲି କହିଥିଲେ ସମୀର ।

୨୪ ନିର୍ବାଚନକୁ ଦେଖି ବିଜେଡି ସରକାର ବିରୋଧରେ ଜୋରଦାର ହମଲା ଆରମ୍ଭ କରିଦେଇଛି ବିଜେପି । ମୁଖ୍ୟ ଅସ୍ତ୍ର ସାଜିଛି, ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା, ନବ ହତ୍ୟା, ଶାସନର ବିଭିନ୍ନ କ୍ଷେତ୍ରରେ ପୁଳା ପୁଳା ଦୁର୍ନୀତି ଓ ଚାଷ ଏବଂ ଚାଷୀ ସମସ୍ୟା ।

BJP Dharmendra Pradhan BJD Odisha Politics
Advertisment
Advertisment