Advertisment

ଚାଷୀ ପାଇଁ କାଳ ସାଜିଲା କୁଆପଥର : ଅଦିନିଆ ଝଡ଼ବର୍ଷାରେ ଖିନଭିନ୍ ପନିପରିବା ଫସଲ

କାଲିଠୁ ଆସୁଥିବା ସମ୍ଭାବ୍ୟ ପଶ୍ଚିମାଝଡ଼କୁ ନେଇ ଚିନ୍ତା

author-image
Prangyan Parimita
ଅଦ୍ୟତନ ହୋଇଛି
Hailstorm Damage Crop In Odisha

Hailstorms

ଚାଷୀ ପାଇଁ କାଳ ସାଜିଲା ଚଇତି କୁଆପଥର । ପଶ୍ଚିମାଝଡ଼ ପ୍ରଭାବରେ ଗଲା ୫-୬ ଦିନ ଧରି ଠାଆକୁ ଠାଆ ପ୍ରବଳ ବର୍ଷା ଓ କୁଆପଥର ମାଡ଼ ଯୋଗୁଁ ରାଜ୍ୟର ଅଧାରୁ ଅଧିକ ଜିଲ୍ଲାରେ ସାଂଘାତିକ କ୍ଷତିର ସମ୍ମୁଖୀନ ହୋଇଛି ଚାଷୀ। ହଜାର ହଜାର ହେକ୍ଟର ଜମିରେ ଉଜୁଡ଼ା ରବି ଓ ପନି ପରିବା ଫସଲ ଚାଷୀକୂଳକୁ ହତାଶ କରିଛି। ସେଥିରେ ପୁଣି କାଲିଠୁ ଆସୁଥିବା ଆଉ ଏକ ସମ୍ଭାବ୍ୟ ପଶ୍ଚିମାଝଡ଼ ଚିନ୍ତାକୁ ବଢ଼ାଇ ଦେଇଛି ।

Advertisment

କେଉଁଠି କାଶ୍ମୀରର ଭ୍ରମ ତ କେଉଁଠି କୁଛତ୍ର ମାଡ଼... କେଉଁଠି ଆକାଶରୁ ଗୁଳି ଭଳି ....ତ ପୁଣି କେଉଁଠି ଅଧକିଲ, କିଲିକିଆ ଓଜନର କୁଆପଥର ମାଡ଼ରେ କିଲିବିଲିଆ ଜୀବନ...ରାୟଗଡ଼ା ରୁ ନେଇ ଯାଜପୁର, ବାଲେଶ୍ୱର... କେନ୍ଦ୍ରାପଡ଼ା ରୁ ନେଇ କଳାହାଣ୍ଡି, ବଲାଙ୍ଗିର...ଗଲା ୪-୫ ଦିନ ଧରି ଅଦିନିଆ ଝଡ଼ବର୍ଷା ସାଙ୍ଗକୁ ପ୍ରଚଣ୍ଡ କରାମାଡ଼ କେବଳ ସାଧାରଣ ଜନଜୀବନକୁ ଯେତିକି ପ୍ରଭାବିତ ନକରିଛି, ତାଠୁ କାହିଁ କେତେ ଗୁଣରେ ଉଜାଡ଼ି ଦେଇଛି ଚାଷୀର କ୍ଷେତ, ଭବିଷ୍ୟତ....।

ଅଧିକ ପଢ଼ନ୍ତୁ: ସବୁ ଉଜାଡ଼ିଦେଲା କୁଆପଥର ବର୍ଷା, ଘର ଭାଙ୍ଗିଲା ଫସଲ ନଷ୍ଟ ହେଲା..!

କଟକ ଜିଲ୍ଲା ସାଲେପୁରର ଚିତ୍ର ଅତି ଦୟନୀୟ ।...ବିଲକୁ ଆଉ ଚାହିଁ ହେଉନି...ଖିନଭିନ୍ ଫସଲ, କ୍ଷେତରେ ଛିନଛତ୍ର ପନି ପରିବା।.....କେନ୍ଦ୍ରାପଡ଼ା ଜିଲ୍ଲାରେ ମଧ୍ୟ ସମାନ ଅବସ୍ଥା । ...ପ୍ରକୃତିର କ୍ରୁର ପାହାରରେ ଉଜୁଡ଼ି ଯାଇଛି ହେକ୍ଟର ହେକ୍ଟର ଜମିର ରବି ଫସଲ। ପାଣିପାଗ ଭଲ ଥିଲା। ଛନଛନିଆ ହୋଇ ବଢ଼ି ମୁଗ ଗଛରେ ଫୁଲ ବି ଧରି ଆସିଥିଲା। ଏତିକି ବେଳେ ୪ ଦିନ ଧରି କୋହଲା ପାଗ ପରେ ତୁହାକୁ ତୁହା ବର୍ଷା ସବୁ ସାରି ଦେଲା।...

Advertisment

କେବଳ ସେତିକି ନୁହେଁ ପନିପରିବା ଫସଲକୁ ବି ନଷ୍ଟଭ୍ରଷ୍ଟ କରିଦେଇଛି କୁଆପଥର ବର୍ଷା। ଜିଲ୍ଲାର ମାର୍ଶାଘାଇ, ଡେରାବିଶ ଓ ଗରଦପୁର ବ୍ଲକ୍ ସବୁଠୁ ଅଧିକ ପ୍ରଭାବିତ ହୋଇଛ। ବନ୍ଧା କୋବି, ଫୁଲକୋବି, ଟମାଟୋ, ବାଇଗଣ, କଞ୍ଚାଲଙ୍କା ଭଳି ଯାବତୀୟ ପନି ପରିବାଠୁ ନେଇ ପିଆଜ ଫସଲ ଯାଏଁ। ବିଲରୁ ଆଉ କିଛି ଆଦାୟ ହେବାର ସ୍ଥିତିରେ ନାହିଁ।

ସେହିପରି ସମ୍ବଲପୁର ରେଢାଖୋଲ ଆଉ ରାୟଗଡ଼ା ଜିଲ୍ଲା ବାରିଝୋଲା ଅଞ୍ଚଳରେ ମଧ୍ୟ ସେହି ଦୃଶ୍ୟ । ସବୁଠି ଯେମିତି ଚାଷୀକୁ ଦେଖେଇ ଦେଖେଇ ନେଇଯାଇଛି ଦଇବ।...ଫଳରେ ଋଣ କେମିତି ସୁଝା ହେବ, ପରିବାର କେମିତି ଚଳିବ, ଧାର କରଜ କରି ଫସଲ କରିଥିବା ଚାଷୀକୁ ଏବେ ଘାରିଛି ସେଇ ଚିନ୍ତା।...

ଏବେ ରାଜ୍ୟରେ ସକ୍ରିୟ ଥିବା ପଶ୍ଚିମାଝଡ଼ ନିଷ୍କ୍ରିୟ ହେବାକୁ ଲାଗିଥିଲା ବେଳେ ଆସନ୍ତା ୨୩ ତାରିଖରୁ ଆସିବାକୁ ଥିବା ଆଉ ଏକ ପଶ୍ଚିମାଝଡ଼କୁ ନେଇ ପାଣିପାଗ ବିଭାଗର ପୂର୍ବାନୁମାନ ଚାଷୀଙ୍କ ଚିନ୍ତା ବଢ଼ାଇ ଦେଇଛି । ଆସୁଥିବା ଏଇ ପଶ୍ଚିମାଝଡ଼ ପ୍ରଭାବରେ ୨୫ ତାରିଖରୁ ଆଭ୍ୟନ୍ତରୀଣ ଓଡ଼ିଶାଠୁ ନେଇ ଉପକୂଳ ଓ ଉତ୍ତଓଡ଼ିଶାରେ ବର୍ଷା ହେବାର ସୂଚନା ଦେଇଛି ପାଣିପାଗ ବିଭାଗ।...

Rainfall Hailstorm
Advertisment
Advertisment