• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ରାଜଧାନୀରେ ମଶା ମାରିବ ଡ୍ରୋନ୍ । ମଶାଙ୍କ ବଂଶବୃଦ୍ଧି ସ୍ଥାନକୁ ଚିହ୍ନଟ କରିବା ସହ ସେମାନଙ୍କୁ ଡ୍ରୋନ୍ ସାହାଯ୍ୟରେ ନିପାତ କରାଯିବ । ମଶା ଦାଉରୁ ମୁକ୍ତି ପାଇବା ପାଇଁ ବିଏମ୍‌ସି ପ୍ରସ୍ତୁତ କରୁଛି ମାଷ୍ଟର୍ ପ୍ଲାନ୍ । ପରୀକ୍ଷାମୂଳକ ଭାବରେ କିଛି ସ୍ଥାନରୁ ଏହାକୁ ଆରମ୍ଭ କରାଯିବ । କେବଳ ରାଜଧାନୀ ନୁହେଁ କଟକ ସହର ର ବି ସମାନ ସ୍ଥିତି । ମଶାରୀ ବିନା ରହିବା ମୁସ୍କିଲ୍ । 

ସଞ୍ଜ ହେଉ କି ସକାଳ, ରାସ୍ତା ଘାଟ, ବଜାର କି ଘର ସବୁଠି ମଶାଙ୍କ ଉତ୍ପାତ । ଦିନକୁ ଦିନ ଅସହ୍ୟ ହେଲାଣି ମଶାଙ୍କ ପାଦ୍ରୁଭାବ । ମଶାଧୁପ ହେଉ କି ମଶା ମରା ଲିକୁଇଡ୍ କିଛି କାମ କରୁନି । କଟକ ସହରରେ ଅବର୍ଜନାରେ ଭର୍ତ୍ତି ନର୍ଦ୍ଦମା ଉପରେ ଭଣ ଭଣ ଉଡୁଛନ୍ତି ମଶା । ଆଉ ଗତ କିଛି ଦିନ ଧରି ମଶାଙ୍କ ପାର୍ଦୁଭାବ ଏତେ ବଢିଛି ଯେ, କୁନି କୁନି ପିଲାଙ୍କୁ ଧରି ମଶାରୀ ଭିତରେ ରହୁଛନ୍ତି ଲୋକେ । ମଶାରୀ ବାହାରେ ସତେ ଯେମିତି ନିସ୍ତାର୍ ନାହିଁ । ଲୋକଙ୍କ ଅଭିଯୋଗ ମଶା ତେଲ କି ଧୁଆଁ ଗାଡ଼ିର ନାଁ ଗନ୍ଧ ନାହିଁ ।

ସମାନ ଅବସ୍ଥାରେ ରାଜଧାନୀବାସୀ । ଯୁଆଡେ ଦେଖିବ ମଶାଙ୍କ ଉତ୍ପାତ । ଏଠି ରାସ୍ତାଘାଟ ଚିକ୍କଣ, କିନ୍ତୁ ମଶାଙ୍କ ଦୌରାତ୍ମ୍ୟ କଥା ନକହିବା ଭଲ୍ । ବର୍ଷା ପରେ ମଶା ବଂଶ ମାତ୍ରାଧିକ ଭାବେ ବଢିଥିବା କହିଛନ୍ତି ରାଜଧାନୀବାସୀ । ତେବେ ଏହାର ପ୍ରତିକାର ପାଇଁ ବିଏମ୍‌ସି କୌଣସି ଠୋସ୍ ପଦକ୍ଷେପ ନେଉନଥିବା ଅଭିଯୋଗ ହେଉଛି । ପନ୍ଦର ଦିନ କିମ୍ବା ମାସକୁ ଥରେ କାଁ ଭାଁ ଅଞ୍ଚଳରେ ମଶା ଧୁଆଁ ଗାଡି ଦେଖାଯାଉଛି । କେବଳ ମୁଖ୍ୟ ରାସ୍ତାକୁ ଛାଡିଦେଲେ ଗଳି ଭିତରକୁ ମଧ୍ୟ ତାହା ଯାଉନଥିବା ଅଭିଯୋଗ ହେଉଛି । ସ୍ଥିତି ଏମିତି ହୋଇଛି ଯେ, ରାଜଧାନୀର ଅଧିକାଂଶ ସ୍ଥାନରେ ମସ୍କିଟୋ ଡେନ୍‌ସିଟି ବା ମଶା ସାନ୍ଧ୍ରତା ୧୦୦ ଟପିଲାଣି । ଏହା ୫୦ ତଳକୁ ରହିବା କଥା । ଯଦିଓ ଏବେ ଡେଙ୍ଗୁ ବ୍ୟାପିବାର ଆଶଙ୍କା କମ୍, ତଥାପି ଏହି ମଶା କାମୁଡିଲେ ମ୍ୟାଲେରିଆ, ଫାଇଲେରିଆ ଭଳି ରୋଗ ହୋଇପାରେ ।

ଅଧିକ ପଢ଼ନ୍ତୁ: କିଛି ନିର୍ଦ୍ଦିଷ୍ଟ ଲୋକଙ୍କୁ ମଶା ଅଧିକ କାମୁଡ଼ିଥାନ୍ତି! ହେଲେ କାହିଁକି ? ଆପଣ ହେଉଛନ୍ତି କି ମଶାର ଶିକାର...

ମଶା ଉପଦ୍ରବକୁ ନେଇ ଲୋକେ ଅତିଷ୍ଠ ହେବା ପରେ ଚେତିଛି ବିଏମ୍‌ସି । ମଶାଙ୍କ ବଂଶ ବିସ୍ତାର ହେଉଥିବା ସ୍ଥାନ ଯେମିତିକି ଜଳାଶୟ, ଅପନ୍ତରା ଜାଗା ଏବଂ ଖାଲି ଆଖିକୁ ଦେଖାଯାଉନଥିବା ସ୍ଥାନକୁ ଏଣିକି ଚିହ୍ନଟ କରିବ ଡ୍ରୋନ୍ । ଜାଗା ଚିହ୍ନଟ ସହ ମଶା ଔଷଧ ସିଂଚନ ବି କରିବ ଡ୍ରୋନ୍ । ଭୁବନେଶ୍ୱର ମୁନିସ୍ପାଲ କର୍ପୋରୋସନ ପକ୍ଷରୁ ଏନେଇ ସ୍ୱତନ୍ତ୍ର ପଦକ୍ଷେପ ନିଆଯାଉଛି । ପ୍ରଥମିକ ପର୍ଯ୍ୟାୟରେ ତିନିଟି ଓ୍ୱାର୍ଡରେ ପରୀକ୍ଷାମୁଳକ ଭାବରେ ଏହାର ଆରମ୍ଭ କରାଯିବ । ମଶା ସାନ୍ଧ୍ରତା ବୃଦ୍ଧି ପାଇଥିବା ଅଞ୍ଚଳରେ ସ୍ୱତନ୍ତ୍ର ବୈଷୟିକ ଟିମ୍ ଗଠନ କରାଯିବା ସହ ମଶାଙ୍କ ଉପରେ ଅଧିକ ସର୍ଭେ କରାଯିବ ବୋଲି ମେୟର କହିଛନ୍ତି । ସେହିପରି କଟକରେ ସରକାର ପର୍ଯ୍ୟାପ୍ତ ତେଲ ଯୋଗାଇନଥିବା କହିଛନ୍ତି ମେୟର । ନିଅଣ୍ଟିଆ ତେଲରୁ ସବୁ ଓ୍ୱାର୍ଡକୁ ସମାନ ଭାବରେ ବଣ୍ଟାଯିବା ସହ ତ୍ୱରିତ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି ।

ଆଗକୁ ହକି ବିଶ୍ୱକପ୍ । ବିଶ୍ୱକପ ଅୟୋଜନ ପୁର୍ବରୁ ସଜେଇ ହେଉଛି ଉଭୟ ସହର । ଦେଶ ବିଦେଶରୁ ରାଜ୍ୟକୁ ଆସିବାକୁ ଥିବା ମାଳମାଳ ଅତିଥିଙ୍କୁ ସ୍ୱାଗତ କରିବା ପାଇଁ ଅନେକ ଯୋଜନା ହେଉଥିବା ବେଳେ ମଶାଙ୍କ ଉପରେ କିଭଳି ନିୟନ୍ତ୍ରଣ ଅଣାଯାଇପାରୁଛି ତା ଉପରେ ନଜର ।