/odishatv-khabar/media/post_attachments/uploadimage/library/16_9/16_9_0/IMAGE_1671094925.jpg)
drones to tackle mosquito menace
ରାଜଧାନୀରେ ଚାରିଆଡ଼େ ମଶାଙ୍କ ଉପଦ୍ରବ । ଟିକିଏ ଅନ୍ଧାରିଆ ଜାଗା ପାଇଲେ କାମୁଡ଼ି କାମୁଡ଼ି ଗୋଡ଼, ହାତ, ମୁହଁ ଫୁଲାଇ ଦେଉଛନ୍ତି। ସଂଧ୍ୟା ହେଉ ହେଉ ଲୋକମାନେ ଝରକା, କବାଟ ବନ୍ଦ କରି ଘରେ ରହିବାକୁ ବାଧ୍ୟ ହେଉଛନ୍ତି । ଏହାକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ରେ ମଶାଙ୍କ ଦମନ ପାଇଁ BMC ପକ୍ଷରୁ ପ୍ରସ୍ତୁତ ହୋଇଛି ଆକ୍ସନ ପ୍ଲାନ୍ ।
Advertisment
ରାଜଧାନୀରେ ଏବେ ମଶା ମାରିବା ପାଇଁ ଡ୍ରୋନ୍ ନିୟୋଜିତ କରାଯିବ । ଡ୍ରୋନ ମାଧ୍ୟମରେ କେମିକାଲ ସ୍ପ୍ରେ କରାଯିବ । ଗାଡି ଯାଇ ପାରୁ ନଥିବା ଅବ୍ୟବହୃତ ଅଂଚଳରେ ମଶାକୁ ଦମନ କରିବା ପାଇଁ ଡ୍ରୋନ ବ୍ୟବହାର କରାଯିବ ବୋଲି ବିଏମସି କମିଶନର ବିଜୟ ଅମୃତା କୁଲାଙ୍ଗେ ସୂଚନା ଦେଇଛନ୍ତି ।
ଅଧିକ ପଢ଼ନ୍ତୁ: ରାସ୍ତାରେ ଅଳିଆ ପକାଇ ପଡ଼ିବ ମହଙ୍ଗା: ଦେବାକୁ ପଡ଼ିବ ୧୦,୦୦୦ ଫାଇନ୍ !
Advertisment
ଏଥିସହ ମଶା ଧୂଆଁ ଗାଡି ସଂଖ୍ୟା ମଧ୍ୟ ବଢାଇ ଦିଆଯିବ । ଅଧିକ ମଶାବଂଶ ବୃଦ୍ଧି ହେଉଥିବା ଅଂଚଳରେ ଟେକନିକାଲ ଟିମ୍ ସର୍ଭେ କରିବ । ଘାସ ଓ ବୁଦା କାଟିବା ପାଇଁ ଅଧିକ ଟିମ୍ ବଢାଯିବ ବୋଲି ସୂଚନା ମିଳିଛି ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)