Advertisment

Mission Shakti Women: ‘ବିଜେପି ସରକାର ମହିଳାଙ୍କ ଦରମା ରୋକିବାକୁ ଷଡ଼ଯନ୍ତ୍ର କରୁଛି’

ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ନିଶାନା କରିବା ସହ ମହିଳା କର୍ମୀଙ୍କ ଦରମା ବନ୍ଦ କରିବାକୁ ସରକାର ଷଡ଼ଯନ୍ତ୍ର କରିଥିବା ଅଭିଯୋଗ କରିଛନ୍ତି। ତେବେ ଏହାର ଜବାବ ଦେଇଛି ବିଜେପି।

author-image
Sujit kumar Swain
ଅଦ୍ୟତନ ହୋଇଛି
Mission Shakti Women

Mission Shakti Women

ଏମବିକେ, ସିଆରପି ଓ ବ୍ୟାଙ୍କ ମିତ୍ର ପ୍ରସଙ୍ଗକୁ ନେଇ ଗୃହରେ ପ୍ରବଳ ହଙ୍ଗାମା। ରାଜ୍ୟ ସରକାରଙ୍କୁ ଟାଗେର୍ଟ କଲା ବିଜେଡି। ଗୃହ ଆରମ୍ଭରୁ ଆଜି ପ୍ରବଳ ହଟ୍ଟଗୋଳ ହୋଇଛି। ବାଚସ୍ପତିଙ୍କ ପୋଡିୟମ ତଳକୁ ଆସି ବିକ୍ଷୋଭ କରିବା ସହ ନାରାବାଜି କରିଛନ୍ତି ବିଜେଡି ଓ କଂଗ୍ରେସ ସଦସ୍ୟ ମାନେ। ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ସରକାରଙ୍କୁ ନିଶାନା କରିବା ସହ ମହିଳା କର୍ମୀଙ୍କ ଦରମା ବନ୍ଦ କରିବାକୁ ଷଡ଼ଯନ୍ତ୍ର କରିଥିବା ଅଭିଯୋଗ କରିଛନ୍ତି। ତେବେ ଏହାର ଜବାବ ଦେଇଛି ବିଜେପି। ସେପଟେ ହଟ୍ଟଗୋଳ ଯୋଗୁଁ ୧୧ଟା ୩୦ ଯାଏଁ ଗୃହକୁ ମୁଲତବି ରଖିଛନ୍ତି ବାଚସ୍ପତି।

Advertisment

ସେପଟେ ବିଧାନସଭାରେ ଏ ପ୍ରସଙ୍ଗକୁ ନେଇ ଗତକାଲି ବିତର୍କ ହୋଇଥିଲା। ମହିଳାଙ୍କୁ କେହି ବିଭ୍ରାନ୍ତ କରନ୍ତୁ ନାହିଁ। କାହା କଥାରେ ପଡ଼ି ରାସ୍ତାରେ ଗଡ଼ିବା ଆବଶ୍ୟକତା ନାହିଁ । ମହିଳାଙ୍କ ସ୍ବାର୍ଥରେ ଯାହା ଉଚିତ୍ ତାହା ପଦକ୍ଷେପ ନିଆଯିବ ବୋଲି ଆଜି ପ୍ରତିକ୍ରିୟା ଦେଇ କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । 

ଅଧିକ ପଢ଼ନ୍ତୁ: ପଦାରେ ପଡ଼ିଲା ରାଜ୍ୟ କଂଗ୍ରେସ କନ୍ଦଳ; ବିଧାନସଭାରେ ୨ ବିଧାୟକ କଥା କଟାକଟି...

Advertisment

ଗତକାଲି ଭଳି ଆଜି ବି ରାଜଧାନୀରେ ବିକ୍ଷୋଭ କରୁଛନ୍ତି ଅଲ ଓଡ଼ିଶା ଜିପିଏଲଏଫ୍ କର୍ମୀ ସଂଘ। ମିଶନ ଶକ୍ତି ବିଭାଗ ଅଧୀନରେ ଆସୁଥିବା ୬ଟି କମ୍ୟୁନିଟି ସପୋର୍ଟ ଷ୍ଟାଫ ମାନେ ହଜାର ହଜାର ସଂଖ୍ୟାରେ ଆଜି ବି ମହାତ୍ମା ଗାନ୍ଧୀ ମାର୍ଗରେ ବିଶାଳ ସମାବେଶରେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। 

ପୂର୍ବରୁ ବିଜେଡି ସରକାର ଅମଳରେ ଶେଷ ୩ ମାସ ପାଇନଥିଲେ ଆଉ ଏବେ ବିଜେପି ସରକାର ଆସିବା ପରଠୁ ୬ ମାସ ହେଲା ଟଙ୍କାଟିଏ ମିଳିନି। ଜୀବିକା ମିଶନଠୁ ସୁଭଦ୍ରା ଯୋଜନା ଯାଏଁ ସରକାରଙ୍କ ସବୁ ଯୋଜନାକୁ ଗ୍ରାଉଣ୍ଡ ଲେବଲରେ କାର୍ଯ୍ୟକାରୀ କରିବାରେ ସେମାନଙ୍କର ପ୍ରମୁଖ ଭୂମିକା ରହୁଥିଲେ ମଧ୍ୟ ସେମାନଙ୍କୁ ଅଣଦେଖା କରାଯାଉଛି। ବକେୟା ଦରମା ପ୍ରଦାନ ସହ ୫ ବର୍ଷିଆ ନିଯୁକ୍ତି ପଲିସିରେ ଥିବା ୭୫ ପ୍ରତିଶତ ଓ ୫୦ ପ୍ରତିଶତକୁ ଉଚ୍ଛେଦ କରି ଶହେ ପ୍ରତିଶତ ପାରିଶ୍ରମିକ ପ୍ରଦାନ, ସ୍ଥାୟୀ ନିଯୁକ୍ତି ଏବଂ ସବୁ କମ୍ୟୁନିଟି ସପୋର୍ଟ ଷ୍ଟାଫ୍‌ଙ୍କୁ ଇପିଏଫ୍‌, ଇଏସଆଇରେ ସାମିଲ କରାଯିବା ଦାବିରେ ସେମାନେ ମିଶନ ଶକ୍ତି ବିଭାଗ ଓ ଜୀବିକା ମିଶନ ବିଭାଗକୁ ବାରମ୍ବାର ଦୌଡ଼ି ଦୌଡ଼ି ନିରାଶ ହେବା ପରେ ଶେଷରେ ଆନ୍ଦୋଳନକୁ ଓହ୍ଲାଇବାକୁ ବାଧ୍ୟ ହୋଇଛନ୍ତି ବୋଲି କହିଥିଲେ।

ଅନ୍ୟପଟେ ସିଆରପି, ବ୍ୟାଙ୍କ ମିତ୍ର ପ୍ରସଙ୍ଗରେ ଗୃହରେ ହୋଇଥିଲା ହଙ୍ଗାମା। ମୋସନ୍ ଜରିଆରେ ଆଲୋଚନା ପାଇଁ ଦାବି କରି ବାଚସ୍ପତିଙ୍କ ପୋଡ଼ିୟମ ନିକଟରେ ବିରୋଧୀ କରିଥିଲେ ହଟ୍ଟଗୋଳ। ହୋହଲ୍ଲା କାରଣରୁ ଗୃହକୁ ସାଢ଼େ ୧୧ଟା ଯାଏଁ ମୁଲତବୀ ରଖିଛନ୍ତି ବାଚସ୍ପତି। ଶୂନ୍ୟକାଳରେ ଦାଦନ ପ୍ରସଙ୍ଗରେ ମୁଲତବୀ ନୋଟିସ୍ ଦେଇଛି କଂଗ୍ରେସ। 

Naveen Patnaik Mission Shakti Women
Advertisment
Advertisment