Advertisment

Rift In Congress: ପଦାରେ ପଡ଼ିଲା ରାଜ୍ୟ କଂଗ୍ରେସ କନ୍ଦଳ; ବିଧାନସଭାରେ ୨ ବିଧାୟକ କଥା କଟାକଟି...

ବିଧାନସଭାରେ ଦାଶରଥୀ ଓ ରାଜନଙ୍କ ଯୁକ୍ତିତର୍କ । ଏଭଳି ଅବସ୍ଥା ଦେଖି ବିଧାୟକ ତାରା ପ୍ରସାଦ ବାହିନୀପତି ଓ ପବିତ୍ର ସାଉଁଟା ଉଭୟ ଦାଶରଥୀ ଓ ରାଜନଙ୍କୁ ବୁଝାଇଥିଲେ ।

author-image
Sujit kumar Swain
Rift in Congress

Rift in Congress

ମୁଁ କହିବି, ଆପଣ ସବୁବେଳେ କହୁଛନ୍ତି । ମୁଖ୍ୟ ସଚେତକ ହିସାବରେ ଆପଣ ସବୁବେଳେ ସୁଯୋଗ ପାଉଛନ୍ତି । ମୋତେ କହିବାକୁ ସୁଯୋଗ ଦିଅନ୍ତୁ । କଂଗ୍ରେସ ବିଧାୟକ ଦାଶରଥୀ ଗମାଙ୍ଗୋଙ୍କ ଏଭଳି ଯୁକ୍ତି ମୁଖ୍ୟ ସଚେତକ ସି.ଏସ ରାଜନ ଏକ୍କାଙ୍କ ସହ ତା ପୁଣି ସର୍ବସମ୍ମୁଖରେ ବିଧାନସଭା ପ୍ରଶ୍ନକାଳ ସମୟରେ । ପ୍ରଶ୍ନକାଳରେ ବାଚସ୍ପତି ଦାଶରଥୀ ଗମାଙ୍ଗୋଙ୍କୁ ଡାକିଲେ ପ୍ରଶ୍ନ ପଚାରିବାକୁ । ଗମାଙ୍ଗୋ ଉଠିବା ସମୟରେ ରାଜନ କହିଥିଲେ ମୁଁ କହିବି । ତା’ ପରେ ଆରମ୍ଭ ହୋଇଥିଲା ଦାଶରଥୀ ଓ ରାଜନଙ୍କ ଯୁକ୍ତିତର୍କ । 

Advertisment

ଏଭଳି ଅବସ୍ଥା ଦେଖି ବିଧାୟକ ତାରା ପ୍ରସାଦ ବାହିନୀପତି ଓ ପବିତ୍ର ସାଉଁଟା ଉଭୟ ଦାଶରଥୀ ଓ ରାଜନଙ୍କୁ ବୁଝାଇଥିଲେ । ଘଟଣାକୁ ନେଇ ତାରା ପ୍ରସାଦ ଚିନ୍ତା ପ୍ରକଟ କରିଛନ୍ତି । କହିଛନ୍ତି ଦଳରେ ଆଉ ଶୃଙ୍ଖଳା ନାହିଁ । ସିନିୟର ବିଧାୟକ ମାନେ ଏଭଳି ହେଉଛନ୍ତି। ମୁଁ କ’ଣ କହିବି ଭାବି ଚାଲି ଆସିଲି ।

ଗମାଙ୍ଗୋଙ୍କ କହିବା କଥା ରାଜନ ମୋତେ ଯାହା କହିଛନ୍ତି ମୋ ମନରେ ଦୁଖ ଦେଇଛି। ମୋତେ ସେ ଅସଭ୍ୟ ଭାଷାରେ ଗାଳି ଦେଇଛନ୍ତି। ଜଣେ ଉଚ୍ଚଶିଖିତ ହୋଇ ଖରାପ ଭାଷା କହିବା କ‘ଣ ଉଚିତ୍ ? ଏହା କେବଳ ମୋତେ ନୁହ୍ଁ ଦଳକୁ ମଧ୍ୟ କଶତି ପହଞ୍ଛାଇଛି। କଂ ଗ୍ରେସ ବିଧୟକ ଦଲ ନେତା କି ନିଷ୍ପତ୍ତି ନେଉଛନ୍ତି ମୁଁ ଅପେକ୍ଷା କରିଛି।

Advertisment

ପ୍ରଶ୍ନକାଳରେ ଦୁଇ କଂଗ୍ରେସ ବିଧାୟକଙ୍କ କଥା କଟାକଟି ଏବେ କଂଗ୍ରେସ ଭିତରେ ଥିବା କଳହକୁ ପଦାରେ ପକାଇଛି। ତେବେ ଏଠି ସବୁଠୁ ବଡ଼ ପ୍ରଶ୍ନ କଂଗ୍ରେସ ବିଧାୟକ ଦଳ ଭିତରେ ସବୁକିଛି ଠିକ୍‌ ନାହିଁ କି ? ବିଧାନସଭା ଭିତରେ ବିଧାୟକ-ବିଧାୟକ ଏମିତି ଝଗଡ଼ା କରିବା ଦଳ ପାଇଁ କେତେ ଶୁଭଙ୍କର ? ଏମିତି ନାନା ପ୍ରଶ୍ନ ଉଠୁଛି । 

Congress Congress MLA Odisha Assembly Session Odisha Assembly
Advertisment
Advertisment