/odishatv-khabar/media/post_attachments/uploadimage/library/16_9/16_9_0/IMAGE_1749996833.jpg)
Rath Yatra 2025
ଶୃଙ୍ଖଳିତ ଓ ସୁରକ୍ଷିତ ଘୋଷଯାତ୍ରା ପାଇଁ ରାଜ୍ୟ ସରକାରଙ୍କ ବଡ଼ ଆକ୍ସନ ପ୍ଲାନ୍ । ଏଥର ରଥ ଉପରେ ଅଣସେବକ ଚଢ଼ିଲେ ଗିରଫ ହେବେ ବୋଲି ଚେତାଇ ଦେଇଛନ୍ତି ଆଇନମନ୍ତ୍ରୀ, ତା' ସହ ପହଣ୍ଡିରେ ନିୟୋଜିତ ସେବକଙ୍କର ବି ଆଗୁଆ ତାଲିକା ପ୍ରସ୍ତୁତ ହେବ। ସେପଟେ ସୁରକ୍ଷା ଓ ଭିଡ଼ ନିୟନ୍ତ୍ରଣ ପାଇଁ ଏଥର ପୁରୀ ସହରକୁ ଏଆଇ ଜଗିବା ସହ ଭୁବନେଶ୍ବର ଓ କୋଣାର୍କ ପଟୁ ପୁରୀ ରାସ୍ତାକୁ ସିସିଟିଭି ସର୍ଭିଲାନ୍ସରେ ରଖାଯିବ ବୋଲି ସୂଚନା ଦେଇଛନ୍ତି ଡିଜିପି । ଏଥିସହ ଯାତ୍ରୀ ଭିଡ଼ ରାସ୍ତାରୁ ବର୍ତ୍ତିବା ସହ ପୁରୀରେ ଗାଡ଼ି ପାର୍କିଂସ୍ଥଳ ସମ୍ପର୍କରେ ସୂଚନା ପାଇଁ ଏକ ନୂଆ ଆପ୍ ପ୍ରସ୍ତୁତ ହେଉଥିବା ବି କହିଛନ୍ତି ପୋଲିସ ମହାନିର୍ଦ୍ଦେଶକ ।
ଅମାନିଆ ଅଣସେବକଙ୍କୁ ୱାର୍ଣ୍ଣିଂ । ଏଥର ରଥକୁ ଚଢ଼ିଲେ ଆରେଷ୍ଟ, ରୁଜୁ ହେବ ଏଫଆଇଆର୍ । ରଥରେ ଥିବାବେଳେ ମୋବାଇଲ୍ ଧରିଥିବା ସେବାୟତଙ୍କ ବିରୋଧରେ ହେବ କଡ଼ା ଆକ୍ସନ । ସୁରୁଖୁରୁରେ ସ୍ନାନ ଯାତ୍ରା ସଂପନ୍ନ ହେବା ପରେ ଆଗକୁ ରଥଯାତ୍ରାକୁ ବି ଶୃଙ୍ଖଳିତ କରିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ହୋଇଛି ବଡ଼ ଆକ୍ସନ ପ୍ଲାନ୍ । ଆଜି ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ସୂଚନା ଦେଇ କହିଛନ୍ତି, ଏ ବର୍ଷ ଘୋଷଯାତ୍ରାରେ ସରକାର ସଂସ୍କାର ଆଣିବା ସହ ବିଶୃଙ୍ଖଳା ବିରୋଧରେ କଠୋର ଆଭିମୁ୍ଖ୍ୟ ଗ୍ରହଣ କରିବାକୁ ନିଷ୍ପତ୍ତି ନେଇଛନ୍ତି। ତେଣୁ ଏଥର ରଥ ଉପରକୁ କୌଣସି ଅଣସେବାୟତ ଚଢ଼ିବେନି । ଯଦି ଧରା ପଡ଼ିଲେ ସାଙ୍ଗେ ସାଙ୍ଗେ ଗିରଫ ହେବେ । ରଥରେ ଥିବାବେଳେ କୌଣସି ସେବକ ମୋବାଇଲ୍ ବ୍ୟବହାର କରି ପାରିବେ ନାହିଁ ।
ଅଧିକ ପଢନ୍ତୁ: ଲୁଟ୍ ପାଇଁ ଚାଲିଥିଲା ଯୋଜନା: ହଠାତ୍ ଆସିଲା ପୋଲିସ, ଆଉ ତା' ପରେ...
ଗତବର୍ଷ ଆଡ଼ପ ପହଣ୍ଡିବେଳେ ବଳଭଦ୍ରଙ୍କ ରଥରେ ଘଟିଥିବା ଅଘଟଣର ଯେପରି ପୁନରାବୃତ୍ତି ନଘଟେ, ତାକୁ ଦୃଷ୍ଟିରେ ରଖି ଏଥର ପହଣ୍ଡିବେଳେ କେଉଁ କେଉଁ ସେବାୟତ ରହିବେ, ତାର ଆଗୁଆ ତାଲିକା ପ୍ରସ୍ତୁତ ହେବ । ଘଣ୍ଟୁଆ ସେବାୟତମାନଙ୍କର ବି ଲିଷ୍ଟ ହେବ। କେତେ ସଂଖ୍ୟକ ଓ କେଉଁ ସେବାୟତ ପହଣ୍ଡି ଓ ରଥରେ ରହିବେ ତାର ତାଲିକା ସେମାନଙ୍କ ନିଯୋଗ ପ୍ରଦାନ କରିବେ । ଏନେଇ ଛତିଶା ନିଯୋଗ ସହ ବି ଆଲୋଚନା ହୋଇଥିବା ସୂଚନା ଦେଇଛନ୍ତି ଆଇନମନ୍ତ୍ରୀ ।
ଏପଟେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାବେଳେ ସୁରକ୍ଷା ଓ ଭିଡ଼ ନିୟନ୍ତ୍ରଣକୁ ନେଇ ଡିଜିପିଙ୍କ ଅଧ୍ୟକ୍ଷତାରେ ହୋଇଛି ଗୁରୁତ୍ବପୂର୍ଣ୍ଣ ବୈଠକ । ପୋଲିସ ମହାନିର୍ଦ୍ଦେଶକ ୱାଇ ବି ଖୁରାନିଆ କହିଛନ୍ତି ଯେ, ଏଥର ଘୋଷଯାତ୍ରା ବେଳେ AI ଜଗିବ ପୁରୀ ସହର । ତାସହ ଉତ୍ତରା ଛକରୁ ପୁରୀ ଓ କୋଣାର୍କ ପଟରୁ ପୁରୀ ପର୍ଯ୍ୟନ୍ତ ରାସ୍ତାକୁ ବି ସିସିଟିଭି ସର୍ଭେଲାନସରେ ରଖାଯିବ। ଟାଉନ ଥାନାରେ ଇଣ୍ଟିଗ୍ରେଟେଡ୍ କମାଣ୍ଡ କଣ୍ଟ୍ରୋଲ ରୁମ୍ ରହିବ, ଯାହାଦ୍ବାରା ଭିଡ଼ ନିୟନ୍ତ୍ରଣ କରାଯିବ ।
ସେପଟେ ଅନବସରର ଆଜି ଚତୁର୍ଥ ଦିନରେ ଜ୍ବରରେ କମ୍ପୁଥିବା ଶ୍ରୀଜିଉଙ୍କ ଶ୍ରୀଅଙ୍ଗ ଫିଟା ନୀତି ସମ୍ପନ୍ନ ହେବ । ଆସନ୍ତାକାଲି ଠାକୁରମାନଙ୍କ ଶରୀରରେ ବ୍ୟଥା ଉପଶମ ପାଇଁ ଫୁଲରୀ ତେଲ ଲାଗି ହେବ । ଏଥିପାଇଁ ଓଡିଆ ମଠ ପକ୍ଷରୁ ଗତବର୍ଷ ମାଟି ତଳେ ପୋତା ହୋଇ ରହିଥିବା ୧୪ ପ୍ରକାରର ସୁବାସିତ ଫୁଲ ଓ ୭ ପ୍ରକାର ଔଷଧୀୟ ଚେରମୂଳ ସହ ଫୁଲରୀ ତେଲକୁ କଢ଼ାଯାଇଛି । ତେଣେ ରଥଖଳାରେ ବି ଜୋରସରରେ ତିନି ରଥର କାମ ଆଗେଇ ଚାଲିଛି । ଏବେ ରଥରେ ପୋଟଳ ଓ ପାରା ଭାଡ଼ି କାମ ଚାଲିଛି
ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ନପାଇ ଭକ୍ତ ଏବେ ବ୍ରହ୍ମଗିରି ମୁହାଁ । ଅଲାରନାଥଙ୍କୁ ଦର୍ଶନ ପାଇଁ ସକାଳ ୫ଟାରୁ ରାତି ୧୧ଟା ଯାଏଁ ଲାଗିଛି ଲାଇନ୍ ।
Drowning Death: ସକାଳୁ ଘରୁ ବାହାରି ଫଟୋ ଉଠେଇଲେ ଓ ଭିଡିଓ କଲେ, ଦ୍ୱିପ୍ରହରରେ ଭାସିଯାଇ ପ୍ରାଣ ହରାଇଲେ

Pregnant Murder: ୪ ମାସର ଗର୍ଭବତୀଙ୍କୁ ହତ୍ୟା ! ସ୍ୱାମୀକୁ ଟେକିନେଲା ପୋଲିସ୍

largest gold mines: ସବୁଠୁ ବଡ଼ ସୁନା ଖଣିର ସନ୍ଧାନ, ବିଶ୍ବ ମାଇନିଂ ବଜାରରେ ହଲଚଲ

Viral Video: ପ୍ରକୃତି ବଡ ବିଚିତ୍ର… ଏଠାରେ ହେଉଛି ରକ୍ତ ବର୍ଷା… ଯିଏ ଦେଖୁଛି ସିଏ ଆଶ୍ଚର୍ଯ୍ୟ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)