/odishatv-khabar/media/post_attachments/uploadimage/library/16_9/16_9_0/IMAGE_1749961554.jpg)
Robbery Attempt
ରାଜଧାନୀରେ ବଡ଼ ଡକାୟତି ଯୋଜନା ପଣ୍ଡ । ନନ୍ଦନକାନନ ଥାନା ଅଞ୍ଚଳର କଲ୍ୟାଣପୁରରେ ଡକାୟତି ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରୁଥିବାବେଳେ ଚଢ଼ାଉ କରି ୬ ଜଣ ଅଭିଯୁକ୍ତଙ୍କୁ ଧରିଛି କମିଶନରେଟ ପୋଲିସ । ସେମାନଙ୍କ ନିକଟରୁ ଦେଶୀ ବନ୍ଧୁକ, ଗୁଳି, ଖଣ୍ଡା, କାର ଓ ବାଇକ୍ ଜବତ ହୋଇଛି । ଏମାନେ ରାଜଧାନୀର ମଞ୍ଚେଶ୍ବର ଅଞ୍ଚଳରେ ଡକାୟତି ପାଇଁ ଯୋଜନା କରୁଥିଲେ ବୋଲି ପୋଲିସ ସୂତ୍ରରୁ ଜଣାପଡ଼ିଛି । ଲୁଟେରା ଗ୍ୟାଙ୍ଗର ମାଷ୍ଟରମାଇଣ୍ଡ ହେଉଛନ୍ତି ସୁଶୀଳ ସାହୁ ଓ ସନ୍ତୋଷ ବେହେରା । ଉଭୟଙ୍କ ନାଁରେ ପୂର୍ବରୁ ବହୁ ଅପରାଧିକ ମାମଲା ଥିବା ଜଣାପଡ଼ିଛି ।
Advertisment
ରାଜଧାନୀରେ ଲୁଟେରାଙ୍କ ଆତଙ୍କ ଦିନକୁ ଦିନ ବଢିବାରେ ଲାଗିଛି । କେତେବେଳେ ରାସ୍ତାଘାଟରେ ଲୁଟ୍ ପାଟ୍ ତ ଆଉ କେତବେଳେ ଘରେ ପଶି କଳାକନା ବୁଲାଉଛନ୍ତି ଦୁବୃର୍ତ୍ତ । ଏଭଳି ସ୍ଥିତିରେ କମିଶନରେଟ୍ ପୋଲିସକୁ ମିଳିଛି ବଡ଼ ସଫଳତା । ଏକ ବଡ଼ ଧରଣର ଲୁଟ୍ ଉଦ୍ୟମ ପଣ୍ଡ ସହ ବହୁ ଅସ୍ତ୍ରଶସ୍ତ୍ର ଜବତ କରିଛି ପୋଲିସ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)



/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)