/odishatv-khabar/media/post_attachments/uploadimage/library/16_9/16_9_0/IMAGE_1749992338.jpg)
largest gold mines
ଏଣ୍ଡିଜ ପର୍ବତମାଳାରେ ଦୁନିଆର ସବୁଠୁ ବଡ଼ ସୁନା ଖଣିର ସନ୍ଧାନ ମିଳିଛି । ବିଶ୍ବ ମାଇନିଂ ବଜାରରେ ହଲଚଲ । ଏକ ରିପେ।ର୍ଟ ଅନୁସାରେ ଏଣ୍ଡିଜ ପର୍ବତମାଳାର ଏକ ସ୍ବତନ୍ତ୍ର ଅଞ୍ଚଳରେ ତମ୍ବା, ସୁନା ଓ ରୁପାର ଏକ ବିଶାଳ ଭଣ୍ଡାର ରହିଛି । ଯାହା ପୁରା ଦୁନିଆର ଦୃଷ୍ଟି ଆକର୍ଷଣ କରିଛି ।
ଏହି ବିଶାଳ ଖଣି ଚିଲି ଓ ଆର୍ଜେଣ୍ଟିନାର ନିକଟରେ ଅବସ୍ଥିତ । ଏହି ଖଣିରୁ ୧.୩ କେ।ଟି ଟନ ତମ୍ବା, ପାଖାପାଖି ୧୦ ଲକ୍ଷ କିଲେ।ଗ୍ରାମ ସୁନା ଓ ୧୮ କେ।ଟି କିଲେ।ଗ୍ରାମରୁ ଅଧିକ ରୁପା ମିଳିବାର ଅନୁମାନ କରାଯାଉଛି ।
ଅଧିକ ପଢ଼ନ୍ତୁ: ଇସ୍ରାଏଲର ଘନ ଘନ ମିସାଇଲ୍ ମାଡ଼ରେ ଜଳିଲା ତେହେରାନ
ଏହି ଅନୁମାନ କିଛି ଲେ।କଙ୍କୁ ଆଶ୍ଚର୍ଯ୍ୟ କରୁଛି କିନ୍ତୁ ମାଇନିଂ ଇଣ୍ଡଷ୍ଟ୍ରି ସହ ଜଡିତ କିଛି ଲେ।କଙ୍କ କହିବା ଅନୁସାରେ ଏଣ୍ଡିଜରେ ଏବେବି ବହୁତ କିଛି ଲୁଚି ରହିଛି । ଏହି ବିଶାଳ ଖଣି ବିଷୟରେ ଲୁଣ୍ଡିନ୍ ମାଇନିଂର ସିଇଓ ଜ୍ୟାକ୍ ଲୁଣ୍ଡିନ୍ ସୂଚନା ଦେଇ କହିଛନ୍ତି ଫେଲେ। ଡେଲ ସେ।ଲ ଗତ ୩୦ବର୍ଷରେ ସବୁଠୁ ମହତ୍ତ୍ୱପୂର୍ଣ୍ଣ ସନ୍ଧାନରୁ ଅନ୍ୟତମ ।
ତାଙ୍କ କଂପାନୀ ଅନ୍ୟ ସହଯେ।ଗୀଙ୍କ ସହ ମିଶି ଏହି ଅଞ୍ଚଳରେ ବଡ଼ ଧରଣର ବିକାଶର କାମ କରିବାକୁ ଯେ।ଜନା କରୁଛି। ଫେଲେ। ଡେଲ ସେ।ଲ ଭଣ୍ଡାର ସମୁଦ୍ର ପତ୍ତନରୁ ପାଖାପାଖି ୧୬, ୪୦୦ ଫୁଟ୍ (୫ହଜାର ମିଟର) ଉପରେ ରହିଛି । ଏହି କାରଣରୁ ଏଠି କାମ କରିବା କଷ୍ଟକର ।
ଖରାପ ପାଣିପାଗ ଓ ଅମ୍ଲଜାନର ଅଭାବ ଯେ।ଗୁ ଏହି ଅଞ୍ଚଳରେ କାମ କରିବା ସହଜ ନୁହେଁ । ଏହି ଅଞ୍ଚଳ ଅତ୍ୟଧିକ ଉଚ୍ଚ ସ୍ଥାନରେ ଥିବା କାରଣରୁ ଏଠି କାମ କରିବା ପାଇଁ ଲେ।କଙ୍କୁ ସ୍ବତନ୍ତ୍ର ପ୍ରଶିକ୍ଷଣ, ସ୍ବାସ୍ଥ୍ୟ ଯାଞ୍ଚ, ଅତିରିକ୍ତ ସହାୟତାର ଆବଶ୍ୟକତା ହେ।ଇଥାଏ ।
ପରିବେଶବିତଙ୍କ କହିବା କଥା ଏଣ୍ଡିଜରେ ଖନନ କରିବା ସୁରକ୍ଷିତ ନୁହେଁ । ଏହା ପରିବେଶକୁ ପ୍ରଭାବିତ କରିପ।ରେ । ଏହା ସହ ଆର୍ଜେଣ୍ଟିନାର ଗ୍ଲାସିୟର ଆଇନ ବି ଚର୍ଚ୍ଚ।ରେ ରହିଛି । ଏହି ଆଇନ ଦେଶରେ ପ୍ରାକୃତିକ ଜଳ ଭଣ୍ଡାରକୁ ସୁରକ୍ଷିତ ରଖିଥାଏ । ଯାହାର ୭୦ ପ୍ରତିଶତ ଅଂଶ ଗ୍ଲାସିୟର ସ୍ରେ।ତରୁ ଆସିଥାଏ ।
ୱାଲର୍ଡ ଗେ।ଲ୍ଡ କାଉନସିଲ ଅନୁସାରେ ବିଶ୍ବରେ ପାଖାପାଖି ୨.୪୪ ଲକ୍ଷ ମେଟ୍ରିକ ଟନ୍ ସୁନାର ସନ୍ଧାନ ମିଳିଛି । ଏଥିରୁ ୧.୮୭ ଲକ୍ଷ ମେଟ୍ରିକ ଟନ୍ ଉତ୍ତେ।ଳନ କରାଯାଇଛି । ମାଟି ତଳେ ଥିବା ସୁନା ଖଣିରେ ୫୭ହଜାର ମେଟ୍ରିକ ଟନ ସୁନା ଗଚ୍ଛିତ ହେ।ଇରହିଛି ।
ଅଧିକାଂଶ ସୁନା ଚୀନ, ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକାରୁ ମିଳିଛି । ଦିନକୁ ଦିନ ତମ୍ବା, ସୁନା ଓ ରୁପାର ଆବଶ୍ୟକତା ବଢିବାରେ ଲାଗିଛି । ସେଥିପାଇଁ କଂପାନୀ ମାନେ ନୂଆ ଖଣିର ସନ୍ଧାନରେ ଲାଗିପଡିଛନ୍ତି । ଯଦି ଖଣି ଖେ।ଳିବାକୁ ଅନୁମତି ମିଳିଯାଏ ତେବେ ଏଣ୍ଡିଜ ପର୍ବତମାଳାର ଏହି ଅଞ୍ଚଳ ସୁନା, ରୁପା ଓ ତମ୍ବା ଉତ୍ତେ।ଳନର ସବୁଠୁ ବଡ଼ ସ୍ଥାନ ପାଲଟିବ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)