Advertisment

Viral Video: ପ୍ରକୃତି ବଡ ବିଚିତ୍ର… ଏଠାରେ ହେଉଛି ରକ୍ତ ବର୍ଷା… ଯିଏ ଦେଖୁଛି ସିଏ ଆଶ୍ଚର୍ଯ୍ୟ

ଏଠାରେ ‘ରକ୍ତ ବର୍ଷା’ ହେବା ଦେଖିବାକୁ ମିଳୁଛି। ଲାଲ୍ ରଙ୍ଗର ପାଣି ସୁଅ ଭଳି ମାଡି ଆସୁଛି ଆଉ ସମୁଦ୍ରରେ ମିଶିଯାଉଛି। ଏହି ଅଜବ ଏବଂ ଭୟଙ୍କର ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି। ଏହାକୁ ଯିଏ ଦେଖୁଛି ସିଏ ଆଶ୍ଚର୍ଯ୍ୟ ହେଉଛି।

author-image
Pramod Behera
ଅଦ୍ୟତନ ହୋଇଛି
Mysterious blood rain turns Iranian beach

Mysterious blood rain turns Iranian beach

ଆଜିକାଲି ସୋସିଆଲ୍ ମିଡିଆରେ ଏକ ଅଜବ ଭିଡିଓ ଭାଇରାଲ୍‌ ହେଉଛି। ଏହି ଭାଇରାଲ୍ ଭିଡିଓରେ ‘ରକ୍ତ ବର୍ଷା’ ହେବା ଦେଖିବାକୁ ମିଳୁଛି। ଲାଲ୍ ରଙ୍ଗର ପାଣି ସୁଅ ଭଳି ମାଡି ଆସୁଛି ଆଉ ସମୁଦ୍ରରେ ମିଶିଯାଉଛି। ଏହି ଅଜବ ଏବଂ ଭୟଙ୍କର ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି। ଏହାକୁ ଯିଏ ଦେଖୁଛି ସିଏ ଆଶ୍ଚର୍ଯ୍ୟ ହେଉଛି।

Advertisment

ଏହି ଦୃଶ୍ୟ ଇରାନର ହୋର୍‌ମୁଜ୍ ଦ୍ୱୀପର ପ୍ରସିଦ୍ଧ 'ଇନ୍ଦ୍ରଧନୁ ଦ୍ୱୀପ' କିମ୍ବା 'ଲାଲ ବିଚ୍'ର। ଏଥିରେ ବର୍ଷା ସମୟରେ ସମୁଦ୍ର ତଟ୍ ଲାଲ ବିଚ୍‌ରେ ପରିଣତ ହେଉଥିବା ଦେଖାଯାଉଛି। ଭିଡିଓରେ ଦେଖିବାକୁ ମିଳୁଛି ଯେ ବର୍ଷା ସମୟରେ ପାଣି ଏବଂ ବାଲି ମିଶିବା ପରେ କିପରି 'ରକ୍ତ ବର୍ଷା' ଭଳି ଦୃଶ୍ୟ ଦେଖାଯାଉଛି।

ଏହି ଘଟଣା ସୋସିଆଲ ମିଡିଆରେ ଭାଇରାଲ ହୋଇଛି ଏବଂ ବୈଜ୍ଞାନିକ, ପର୍ଯ୍ୟଟକ ଏବଂ ସାଧାରଣ ଲୋକଙ୍କ ମଧ୍ୟରେ ଏହାକୁ ନେଇ ବହୁତ ଆଲୋଚନା ହେଉଛି। ବିଶେଷଜ୍ଞଙ୍କ ମତରେ, ଏହି ପରିବର୍ତ୍ତନ 'ରକ୍ତ ବର୍ଷା' ନାମକ ଏକ ବିରଳ ପ୍ରାକୃତିକ ଘଟଣା ଯୋଗୁଁ ଘଟିଛି।

Advertisment

ଅଧିକ ପଢ଼ନ୍ତୁ: ଚାଲି-ହସ ପୂରା ସୁପର୍‌ଷ୍ଟାର୍; ମୋନାଲିସାଙ୍କ ଆଗରେ ପୂରା ଫିକା ଦୀପିକା-କାଟ୍ରୀନା

ଏହି ଭିଡିଓଟି ଜଣେ ଟୁର୍ ଗାଇଡ୍ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଶେୟାର କରିଛନ୍ତି। କ୍ୟାପ୍‌ସନ୍‌ରେ ଲେଖାଯାଇଛି, "ପ୍ରସିଦ୍ଧ ଲାଲ ବିଚ୍‌ରେ ପ୍ରବଳ ବର୍ଷା ଆରମ୍ଭ। ପର୍ଯ୍ୟଟକଙ୍କ ପାଇଁ ଏକ ଆଶ୍ଚର୍ଯ୍ୟଜନକ (ପ୍ରକୃତି ରହସ୍ୟ) ଦୃଶ୍ୟ।"

ଏହି ଭିଡିଓଟି X ରେ @AMAZlNGNATURE ନାମକ ଏକ ଆକାଉଣ୍ଟରୁ ଶେୟାର କରାଯାଇଛି। ଏହା ଏକ ପୁରୁଣା ଭିଡିଓ ହୋଇଥିଲେ ବି ପୁଣିଥରେ ଲୋକଙ୍କ ଦୃଷ୍ଟି ଆକର୍ଷଣ କରୁଛି। ମାତ୍ର ୨୧ ସେକେଣ୍ଡର ଏହି ଭିଡିଓକୁ ଖବର ଲେଖାହେବା ବେଳକୁ ପାଖାପାଖି ୬ ଲକ୍ଷ ଲୋକ ଦେଖିସାରିଥିଲେ।

ପ୍ରକୃତରେ, ଏହା କୌଣସି ଅଲୌକିକ ଘଟଣା କିମ୍ବା ପ୍ରାକୃତିକ ବିପର୍ଯ୍ୟୟ ନୁହେଁ, ବରଂ ଏହା ଏକ ପ୍ରାକୃତିକ 'ଚମତ୍କାର'। ହର୍‌ମୁଜର ମାଟିରେ ପ୍ରଚୁର ପରିମାଣର ଆଇରନ୍ ଅକ୍ସାଇଡ୍ ଥାଏ, ଯାହା ବର୍ଷା ପାଣି ସହିତ ମିଶିଗଲେ ସମୁଦ୍ରକୁ ଲାଲ ରଙ୍ଗ ଦେଇଥାଏ।

NASAର ରିପୋର୍ଟ ଅନୁଯାୟୀ, ଏହି ଦ୍ୱୀପଟି ଏକ 'ଲୁଣ ଗମ୍ବୁଜ' ଯେଉଁଥିରେ ଲୁଣ, ଜିପ୍‌ସମ୍, ଶାମୁକା ଏବଂ ଲୁହା-ସମ୍ପୃକ୍ତ ଜ୍ୱାଳାମୁଖୀ ପଥର ମଧ୍ୟ ମିଳିଥାଏ।

ବୈଜ୍ଞାନିକମାନେ ସ୍ପଷ୍ଟ କରିଛନ୍ତି ଯେ ଏହି ଆଶ୍ଚର୍ଯ୍ୟଜନକ ଦୃଶ୍ୟର କାରଣ ହେଉଛି ଆଇରନ୍ ଅକ୍ସାଇଡ୍ ଯୁକ୍ତ ମାଟି, ଯାହା ଜ୍ୱାଳାମୁଖୀ ପାର୍ବତ୍ୟାଞ୍ଚଳରେ ମିଳିଥାଏ। ଇରାନର ହୋରମୁଜ୍ ଦ୍ୱୀପର ମାଟିକୁ gelak soil କୁହାଯାଏ, ଯେଉଁଥିରେ ଅଧିକ ପରିମାଣର ଲୌହ ଉପାଦାନ ରହିଛି।

ଯେତେବେଳେ ପ୍ରବଳ ବର୍ଷା ହୁଏ, ଏହି ଲୁହାଯୁକ୍ତ ମାଟି ପାଣିରେ ମିଶିଯାଏ ଏବଂ ସମୁଦ୍ର କୂଳରେ ରକ୍ତ ଲାଲ ରଙ୍ଗ ସୃଷ୍ଟି କରେ। ଏହି ପ୍ରାକୃତିକ ପ୍ରକ୍ରିୟାକୁ 'Blood Rain' କୁହାଯାଏ।

ଅଧିକ ପଢ଼ନ୍ତୁ: ଆଉ ଗୋଟେ ପାଦ ଆଗକୁ ଗଲେ ମୋନାଲିସା; ମ୍ୟୁଜିକ୍ ଭିଡିଓରେ ନାୟିକା

Viral Video Nature Lover Ajab Gajab
Advertisment
Related Articles
Advertisment